March 10, 2026

ମୋରଡା ସାପ୍ତାହିକ ହାଟରେ ଭାସୁଛି ପନିପରିବା 

IMG-20250625-WA0016
Share

 

 

ମୋରଡା (ବିଭୂତି ରାଉତ୍) ମୟୂରଭଞ୍ଜ ଦୀର୍ଘ ୨୦ ବର୍ଷ ରୁ ଆରମ୍ଭ ହେଇଥିବା ମୋରଡା ଧନସୋଲା ସାପ୍ତାହିକ ହାଟ ଆଜି ପ୍ରବଳ ବର୍ଷା ପାଇଁ ବହୁତ ବ୍ୟବସାୟୀଙ୍କର କ୍ଷୟ କ୍ଷତି ହିସାବ ନ କହିଲେ ଭଲ। ପ୍ରତ୍ୟେକ ବୁଧୁବାର ସକାଳ ୬ ଟା ରେ ହାଟ କୁ ପ୍ରତ୍ୟେକ ବ୍ୟବସାୟୀ ଆସନ୍ତି। କିନ୍ତୁ ଦୁଃଖ ର ବିଷୟ ହଠାତ୍ ଏକ ଘଣ୍ଟା ବର୍ଷା ରେ ହାଟ ରେ ପାଣି ପଶି ଯିବାରୁ ସମସ୍ତେ ବ୍ୟବସାୟୀ ତାଙ୍କର ଜିନିଷ ପତ୍ର ନ ଉଠାଇ ପାରିବାରୁ ହାଟ ରେ ପାନି ପରିବା, ମାଛ, ମାଂସ ଭ।ସିବାରେ ଲାଗିଲା। କୌଣସି ବ୍ୟବସାୟୀ ତାଙ୍କର ଜିନିଷ ପତ୍ର ତାଙ୍କ ହେପାଜତକୁ ନେଇ ପାରିଲେ ନାହିଁ। ଏହି ହାଟ ଟି

ଆରଏମସି ର ତତ୍ବାବଧାନରେ ଅଛି। ଆର୍ ଏମ ସି ର କର୍ମଚାରୀ ହାଟ ରେ ମାସୁଲ ବାବଦରେ ପ୍ରତ୍ୟେକ ଦୋକାନୀଙ୍କ ଠାରୁ ୩୦ ରୁ ୫୦ ଟଙ୍କା ଆଦାୟ କରନ୍ତି। କିନ୍ତୁ ଆର୍ ଏମ ସି ଏ ପର୍ଯ୍ୟନ୍ତ କୌଣସି ଉନ୍ନତି ମୂଳକ କାମ ହାଟ ପାଇଁ କରି ନାହିଁ। ଏଣୁ ଏ ହାଟ ଟି ମୋରଡା ଗ୍ରାମ ପଞ୍ଚାୟତକୁ ହସ୍ତlନ୍ତରିତ କରାଯାଉ ବୋଲି ବୁଦ୍ଧିଜୀବୀ ମହଲ ରେ ପ୍ରକାଶ ପାଉଛି।