ହସି ପାରିବ ବନିତା – ସହାୟତା ବ୍ୟାସ ଫାଉଣ୍ଡେସନ
ତିର୍ତ୍ତୋଲ ::-ତା – ୨୫-୦୬-୨୦୨୫
ଈଶ୍ୱର ଯେ ମଙ୍ଗଳମୟ ଏ କଥା ଆମେ ଜାଣିଥିଲେ ମଧ୍ୟ ବେଳେ ବେଳେ ତାଙ୍କ ଉପରେ ଅଭିମାନ ଆସେ । କିନ୍ତୁ ଈଶ୍ଵରଙ୍କର ପ୍ରତିଟି ପଦକ୍ଷେପରେ ପ୍ରାଣୀର ମଙ୍ଗଳ ସାଧିତ ହୋଇଥାଏ । ବୋରିଖି ଗ୍ରାମର ସ୍ୱର୍ଗତଃ ବନବିହାରୀ ଜେନାଙ୍କ ବିଧବା ପତ୍ନୀ ବନିତା ଜେନାଙ୍କ କାହାଣୀ ଏହି କଥାର ମାର୍ମିକ ଉଦାହରଣ ଅଟେ । ସ୍ବାମୀଙ୍କ ମୃତ୍ୟୁ ପରେ ନିକଟ ସମ୍ପର୍କୀୟମାନଙ୍କ ହତାଦର ଓ ନିର୍ଯ୍ୟାତନା ମଧ୍ୟରେ ଅତିଷ୍ଠ ହୋଇ ପୁଅ ଝିଅର ପାଠ ପଢା, ଭବିଷ୍ୟତ ଓ ଅଧିକାର ପାଇଁ ବ୍ୟାସ ଫାଉଣ୍ଡେସନ ମାଧ୍ୟମରେ ନିଜର ସଂଗ୍ରାମ ଜାରି କରିଥିଲେ । କୁଜଙ୍ଗ ପୋଲିସର ସହାୟତା ଓ ବ୍ୟାସ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ ଓ ଉପସଭାପତି ରଶ୍ମିତା ନାୟକଙ୍କ ସଯତ୍ନ ପ୍ରୟାସରେ ତା ୧-୪-୨୦୨୫ ରିଖରେ ବନିତା ଶାଶୁ ଘରେ ରହିବା ପାଇଁ ସୁଯୋଗ ପାଇପାରିଥିଲେ । ବନିତାଙ୍କର ଏକ ମାତ୍ର ଝିଅ ଅଷ୍ଟମ ଶ୍ରେଣୀରେ ଓ ପୁଅ ପଞ୍ଚମ ଶ୍ରେଣୀରେ ଅଧ୍ୟୟନରତ ।ବଞ୍ଚିବା , ପଢ଼ିବା , ଓ ଅତ୍ୟାବଶ୍ୟକୀୟ ଭରଣ ପୋଷଣ ନିମନ୍ତେ ବନିତାଙ୍କର ସମ୍ବଳ କେବଳ ରାସନ୍ ଚାଉଳ । ପିଲା ୨ଟିର ପାଠ ପଢା ପାଇଁ ଅତ୍ୟାବଶ୍ୟକୀୟ ସହଯୋଗ ଯୋଗାଇ ଦେବା ପାଇଁ ବନିତା ଅସମର୍ଥ ଥିଲେ।ଶ୍ରୀମତୀ ଆଚାର୍ଯ୍ୟ ପିଲାମାନଙ୍କ ସମ୍ପର୍କରେ ଅନେକ ଚିନ୍ତା କରି ପ୍ରଥମେ ବନିତାଙ୍କର ବିଧବା ଭତ୍ତା କରାଇବା ସହ ଜିଲ୍ଲା CWC ବିଭାଗ ସହିତ ଯୋଗାଯୋଗ କରି ଯୁଭେନାଇଲ ଜଷ୍ଟିସ ବା କିଶ୍ୱର ନ୍ୟାୟ ଯୋଜନା ମାଧ୍ୟମରେ ପିଲମାନଙ୍କ ପାଇଁ ମାସିକ ଆର୍ଥିକ ପ୍ରୋତ୍ସାହନ ସ୍ଥିରୀକୃତ କରିଛନ୍ତି । ଏଣୁ ଆଗାମୀ ଦିନରେ ଏହି ଯୋଜନାରୁ ମିଳିବାକୁ ଥିବା ଆର୍ଥିକ ପ୍ରୋତ୍ସାହନ ବନିତା ଓ ତାଙ୍କ ପିଲା ୨ଟିଙ୍କ ମୁହଁରେ ନିଶ୍ଚିତ ହସ ଫୁଟାଇ ପାରିବ । ଏହାପରେ ମଧ୍ୟ ବନିତାଙ୍କୁ ଗଜଲକ୍ଷ୍ମୀ କ୍ଳଥଷ୍ଟୋର ଦ୍ୱାରା ଏକ ସିଲେଇ ମେସିନ୍ ମଧ୍ଯ ପ୍ରଦାନ କରାଯିବ। ଏହା ଦ୍ବାରା ବନିତା ସ୍ବାବଲମ୍ବୀ ହେବା ସହ ବଞ୍ଚିଥିବା ପର୍ଯ୍ୟନ୍ତ ପିଲା ଦୁଇ ଜଣଙ୍କ ଭବିଷ୍ୟତକୁ ସୁଗମ କରିପାରିବେ। ବନିତାଙ୍କୁ ସରକାରୀ ସହଯୋଗ ଯୋଗାଇଦେବାକୁ ପ୍ରୟାସ କରିଥିବା CWC ର ସମସ୍ତ କର୍ମକର୍ତ୍ତା ମାନଙ୍କୁ ଏବଂ ବ୍ୟାସ ଫାଉଣ୍ଡେସନର ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ଉଦୟନାଥ ସ୍ୱାଇଁ ମହୋଦୟଙ୍କୁ ଅଧ୍ୟକ୍ଷା ଶ୍ରୀମତୀ ଆଚାର୍ଯ୍ୟ କୃତଜ୍ଞତା ଜଣାଇଛନ୍ତି ।
ଜଗତ୍ସିଂହପୁରର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଓଡିଶା
