ଭଗବାନ ଙ୍କୁ ବି ଛାଡିଲେନି ଦୃବୃର୍ତ୍ତ ସୋରରେ ପୁଣି ଚୋରି—
ସୋର(ଦେବାଶିଷ ଦାଶ)
ପୁଣି ଚୋରଙ୍କ ଟାର୍ଗେଟରେ ମନ୍ଦିର, ଗୋଟିଏ ରାତିରେ ତିନୋଟି ମନ୍ଦିରରୁ ସିରିଜ ଚୋରୀ।ବାଲେଶ୍ୱର ଜିଲ୍ଲା ସୋର ଥାନା ମୁଳିସିଂ ପଞ୍ଚାୟତ ଉଲ୍ଲାସ ଖଡଗପୁର ଗାଁରେ ବିଳମ୍ବିତ ରାତିରେ ତିନୋଟି ମନ୍ଦିରରୁ ଚୋରି ହୋଇଛି।ପୂଜକ ପୂଜା ପାଇଁ ଆସିବା ପରେ ଚୋରୀ ହୋଇଥିବା ଜାଣିବାକୁ ପାଇଥିଲେ।ତେବେ ଗାଁ ରେ ଥିବା ରାଧାକୃଷ୍ଣ ମନ୍ଦିର,ଲକ୍ଷ୍ମୀନାରାୟଣ ମନ୍ଦିର ଓ ଚଣ୍ଡୀ ମନ୍ଦିରରୁ ଚୋରୀ ହୋଇଛି।ଚୋର ମାନେ ଠାକୁରଙ୍କର ରୂପା ଅଳଙ୍କାର ସହିତ ଦାନ ବାକ୍ସ ନେଇ ଯାଇଛନ୍ତି।ସୋର ଅଞ୍ଚଳରେ ପୁଣି କିଛି ଦିନର ବ୍ୟବଧାନରେ ଏବେ ଗ୍ରାମଞ୍ଚଳ ରେ ଚୋର ମାନେ ମାତି ଥିବାରୁ ପୁଣି ଥରେ ଚୋର ଭୟ ଦେଖିବାକୁ ମିଳିଛି।ସୋରରେ ବାରମ୍ବାର ଲୋକଙ୍କ ଘରୁ ଚୋରି, ଡକାୟତି ସାଧାରଣ ଘଟଣା ହୋଇ ଯାଇଥିବା ବେଳେ ଏବେ ମନ୍ଦିର ଚୋରି ସୋର ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛି।ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଥିବା ବେଳେ ସୋର ବାସୀଙ୍କୁ ସୁରକ୍ଷା ସହ ଧାର୍ମିକ ସ୍ଥଳ ଗୁଡିକର ସୁରକ୍ଷା ଦେବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।
