April 29, 2026

ଫରୱାର୍ଡ଼ ବ୍ଲକର ରାଜ୍ୟ ସ୍ତରୀୟ ସଂକଳ୍ପ ସମ୍ମିଳନୀ ଉଦଯାପିତ—

IMG-20250625-WA0002
Share

(ଜନତାଙ୍କ ଯନ୍ତ୍ରଣା ରୁ ମୁକ୍ତି ପାଇଁ ସୁଭାଷବାଦ ହିଁ ଏକମାତ୍ର ବିକଳ୍ପ : ଫରୱାର୍ଡ଼ ବ୍ଲକ)

 

 

ବରଗଡ(ସୁରେନ୍ଦ୍ର କଠାର)ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ଵାରା ପ୍ରତିଷ୍ଠିତ ରାଜନୈତିକ ଦଳ “ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ” ର ୮୬ ତମ ପ୍ରତିଷ୍ଠା ଦିବସ ଅବସରରେ ଫରୱାର୍ଡ଼ ବ୍ଲକ ପକ୍ଷରୁ ଏକ ରାଜ୍ୟ ସ୍ତରୀୟ ସଂକଳ୍ପ ସମ୍ମିଳନୀ ଗତ ଜୁନ ୨୦ ତାରିଖରୁ ବରଗଡ ଜିଲ୍ଲାର ଭଟଲି ଠାରେ ଆରମ୍ଭ ହୋଇ ୨୪ ଉଦଯାପିତ ହୋଇଯାଇଛି। ଫରୱାର୍ଡ଼ ବ୍ଲକ ର ରାଜ୍ୟ ଉପସଭାପତି ଗୋପାଳ ଚନ୍ଦ୍ର ଅଗ୍ରୱାଲ ଫରୱାର୍ଡ଼ ବ୍ଲକ ସଂଗ୍ରାମୀ ପତାକାକୁ ଉତ୍ତୋଳନ କରି କାର୍ଯ୍ୟକ୍ରମର ଅୟାରମ୍ଭ କରିଥିଲେ। ନବରଙ୍ଗପୁର ର ମହିଳା ଶ୍ରମିକ ନିଶା ଭୁକ୍ତା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଙ୍କ ଫଟୋ ଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ଜଳନ କରି ଏହି ସମ୍ମିଳନୀ କୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ।ଫରୱାର୍ଡ଼ ବ୍ଲକ ର ରାଜ୍ୟ ସଭାପତି ପୂର୍ଣ୍ଣ ଚନ୍ଦ୍ର ପାଢ଼ିଙ୍କ ସଭାପତିତ୍ୱରେ ଗତ ତିନି ଦିନ ଧରି ଭଟଲି ଠାରେ ଚାଲିଥିବା ଏହି ସଂକଳ୍ପ ସମ୍ମିଳନୀ ର ପ୍ରଥମ ଦିବସରେ ବିଶିଷ୍ଠ କୃଷକ ନେତା ତଥା ସମାଜ ସେବୀ ସାଥି ଲିଙ୍ଗରାଜ ଯୋଗ ଦେଇ କୃଷି ଓ କୃଷକ ର ସମସ୍ୟା ଓ ଆବଶ୍ୟକୀୟ ଜନ ପ୍ରତିବାଦ ଏବଂ ମହାନଦୀ ବଞ୍ଚାଅ ଆବାହକ ତଥା ବିଶିଷ୍ଠ ସମାଜସେବୀ ସୁଦର୍ଶନ ଦାସ ନଦୀ, ଜଳ,ପରିବେଶ ପ୍ରଦୂଷଣ ଓ ଏହାର ସୁରକ୍ଷା ପାଇଁ ଆବଶ୍ୟକୀୟ ଜନ ପ୍ରତିବାଦ ବିଷୟବସ୍ତୁ ଉପରେ ଆଲୋଚକ ଅତିଥି ଭାବରେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ଏହାପରେ ଫରୱାର୍ଡ଼ ବ୍ଲକ ର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ସଂକଳ୍ପ ପତ୍ର ପାରିତ କରାଇଥିଲେ।ଦ୍ୱିତୀୟ ଦିବସରେ ବିଶିଷ୍ଠ କବି,ସାହିତ୍ୟିକ ତଥା ପୂର୍ବତଟ ରେଳବାଇର ପୂର୍ବତନ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ନିରାକାର ଦାସ ଆମ ଦେଶର ଜନଗଣଙ୍କ ସମସ୍ୟା,ବେକାରୀ

ସାମ୍ପ୍ରଦାୟୀକତାବାଦ ଆଦି ବିଷୟ ଉପରେ ବକ୍ତବ୍ୟ ରଖି ଉପସ୍ଥିତ ଯୁବକଯୁବତୀ ଓ ଫରୱାର୍ଡ଼ ବ୍ଲକ ର କର୍ମୀମାନଙ୍କୁ ସାମ୍ବିଧାନିକ ଅଧିକାର ଓ ବିଧିବ୍ୟବସ୍ଥାର ସୁରକ୍ଷା ପାଇଁ ନେତାଜୀଙ୍କ ଧାରାରେ ଜନ ପ୍ରତିବାଦ ଗଢି ତୋଳିବାକୁ ଆହ୍ୱାନ କରିଥିଲେ।ଫରୱାର୍ଡ଼ ବ୍ଲକ ର କେନ୍ଦ୍ରୀୟ କମିଟିର ସମ୍ପାଦକ ତଥା ଆଗ୍ରଗାମୀ ମହିଳା ସମିତିର ସାଧାରଣ ସମ୍ପାଦିକା ପୂର୍ଣ୍ଣିମା ବିଶ୍ୱାସ ଯୋଗ ଦେଇ ସାରା ଦେଶରେ ବୃଦ୍ଧି ପାଉଥିବା ମହିଳା ହିଁସା,ଧର୍ଷଣ, ନାରୀ ନିର୍ଯ୍ୟାତନା ଆଦି ଉପରେ ବକ୍ତବ୍ୟ ରଖିବା ସହ ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କୋହଳ ମନୋଭାବ ଦାୟୀ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ମହିଳା ହିଁସାକାରୀଙ୍କ ବିରୁଦ୍ଧରେ ଦୃଢ଼ କାଯ୍ୟନୁଷ୍ଠାନ ପାଇଁ କଠୋର ଆଇନ କରିବା ପାଇଁ ଦାବି କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଫରୱାର୍ଡ଼ ବ୍ଲକ ର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ସର୍ବେଶ୍ୱର ମିଶ୍ର, ପରିବେଶବିତ ତଥା ଶ୍ରମିକ ନେତା ଯେଠୁ ଭୋଇ,ରାଜ୍ୟ କମିଟି ସଭ୍ୟ ବିଭୁଧେନ୍ଦ୍ର ପାଢ଼ି,ସୁଶାନ୍ତ କୁମାର ସୁନା,ଲଷ୍ମୀଧର ଗିରି,ସନ୍ତୋଷ କୁମାର ସାହୁ,ପି.ମୁରଲି କ୍ରିଷ୍ଣl, ନିରଞ୍ଜନ ରାଉତ,ରାଜୁ ନାୟକ, ମନୋଜ କୁମାର ଜେନା, ମୀନକେତନ ମେହେର,ଭୁବନ ଠେଟୁଆର,ଓମ ପ୍ରକାଶ ମାଝୀ, ଭଗବାନ ଗଡ଼ତିଆ,ଆଡ଼ଦ୍ଭୋକେଟ ପ୍ରମୋଦ କୁମାର ପଣ୍ଡା,ରାଜୁ ଭୋସାଗର,ନିଶlମଣୀ ସାହୁ, ଷ୍ଟୁଡେଣ୍ଟସ ବ୍ଲକର ରାଜ୍ୟ ସମ୍ପାଦିକା ଦିଶା ଆଜାଦ,ଛାତ୍ରୀ ନେତ୍ରୀ ରିଙ୍କି ସାହୁ,ଛାତ୍ରନେତା ସୂର୍ଯ୍ୟକାନ୍ତ ବରାଳ,ଈଶ୍ୱର ଖିଲ,ସବିନ୍ଦ୍ର ଖିଲ, ଯୁବନେତା ତୋଫାନ ହିଆଲ, ସମାଜସେବୀ ପ୍ରତାପ ଶେଖର ଅଗ୍ରୱାଲ,ଚାଷୀ ନେତା ଲୋକନାଥ ନାୟକ,ଦଧି ଗଣ ସାହୁ,ମହିଳା ନେତ୍ରୀ ବିଳାସିନୀ,ପ୍ରତିମା ଭୋଇ, ସବିତା ମିର୍ଦ୍ଧା ପ୍ରମୁଖ ବକ୍ତବ୍ୟ ରଖିବା ସହ ବିଭିନ୍ନ ପ୍ରସ୍ତlବ ମାନ ଆଗତ କରିଥିଲେ।ଫରୱାର୍ଡ଼ ବ୍ଲକ ର ୮୬ ତମ ପ୍ରତିଷ୍ଠା ଦିବସ ଅବସରରେ ଫରୱାର୍ଡ଼ ବ୍ଲକ ର ଏକ

ଶୋଭାଯାତ୍ରା ଶ୍ୟାମ ଧର୍ମଶାଳା ଠାରୁ ବାହାରି ଭଟଲି ବଜାର ପରିକ୍ରମା କରିବା ପରେ ମାଉସୀ ମାଁ ମନ୍ଦିର ପଡିଆରେ ସଂକଳ୍ପ ସମାବେଶ ଵା ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।ଫରୱାର୍ଡ଼ ବ୍ଲକ ର ରାଜ୍ୟ ସଭାପତି ପୂର୍ଣ୍ଣ ଚନ୍ଦ୍ର ପlଢ଼ିଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଂକଳ୍ପ ସମାବେଶରେ ଫରୱାର୍ଡ଼ ବ୍ଲକ ର ଜାତୀୟ ସମ୍ପାଦିକା ପୂର୍ଣ୍ଣିମା ବିଶ୍ୱାସ,ରାଜ୍ୟ ଉପ-ସଭାପତି ତଥା ବରଗଡ ଜିଲ୍ଲା ସଭାପତି ଗୋପାଳ ଚନ୍ଦ୍ର ଆଗ୍ରୱାଲ,ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ବରଗଡ ଜିଲ୍ଲା ସମ୍ପାଦକ ଆଡ଼ଭୋକେଟ ନିରଞ୍ଜନ ଭୋଇ, ଆଶୁତୋଷ ରଥ,ଆଗ୍ରଗାମୀ ମହିଳା ସମିତିର ରାଜ୍ୟ ସମ୍ପାଦିକା ଲଷ୍ମୀ ଦୋରା,ଆଜାଦ ହିନ୍ଦ ବାହିନିର ରାଜ୍ୟ ସମ୍ପାଦକ ସୁବତୀ ଦଳେଇ, ପୂର୍ବା ନାୟକ ପ୍ରମୁଖ ବକ୍ତବ୍ୟ ରଖି କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଜନ ବିରୋଧି ନୀତିର ତୀବ୍ର ସମାଲୋଚନା କରିଥିଲେ।୭୭ ବର୍ଷର ସ୍ୱାଧୀନତା ପରେ ମଧ୍ୟ ଜନଗଣଙ୍କ ପାଖରେ ମୌଳିକ ସୁବିଧା ସୁଯୋଗ ପହଞ୍ଚlଇବାରେ ବିଭିନ୍ନ ସରକାର ବ୍ୟର୍ଥ ହୋଇଛନ୍ତି ବୋଲି ଅଭିଯୋଗ କରିଥିଲେ। ନେତାଜୀ ସୁଭାଷଙ୍କ ସପ୍ନ ଥିଲା ପରାଧୀନତାରୁ ମୁକ୍ତି ପରେ ଭାରତବର୍ଷରେ ଜନତାଙ୍କର ଶାସନ ପ୍ରତିଷ୍ଠା ହେବ।ଫଳରେ ଅବହେଳିତ ଗରିବ ମଣିଷଙ୍କୁ ଯନ୍ତ୍ରଣାରୁ ମୁକ୍ତି ମିଳିବ।ଆଜି ତାହାକୁ କାର୍ଯ୍ୟକାରୀ କରିବାର ସମୟ ଆସିଛି।ଏଥିପାଇଁ ସୁଭାଷବାଦୀ ଦର୍ଶନ ଏକମାତ୍ର ବିକଳ୍ପ ବୋଲି ବକ୍ତା ମାନେ ମତବ୍ୟକ୍ତ କରିବା ସହ ସୁଭାଷବାଦୀ ଦର୍ଶନର ଆଧାରରେ ଭୋକ,ଭୟ, ଓ ଭ୍ରଷ୍ଟାଚାରରୁ ମୁକ୍ତି ସହ ଜନତାଙ୍କୁ ସରକାରୀ ପ୍ରାୟୋଜିତ ଶୋଷଣ ଜନିତ ଯନ୍ତ୍ରଣା ରୁ ମୁକ୍ତି ମିଳିପାରିବ ଏବଂ ନେତାଜୀଙ୍କ ସ୍ୱପ୍ନର ଓଡିଶା ତଥା ଭାରତ ବର୍ଷ ଗଢି ତୋଳାଯାଇ ପାରିବ ବୋଲି ବକ୍ତା ମାନେ ନିଜ ବକ୍ତବ୍ୟରେ ଆହ୍ୱାନ ଦେଇଥିଲେ। ସନ୍ଧ୍ୟାରେ ଫରୱାର୍ଡ଼ ବ୍ଲକ ର ପତାକା ଅବତରଣ କରାଯିବା ସହ ସଂକଳ୍ପ ସମ୍ମିଳନୀ ଉଦଯାପିତ ହୋଇଥିଲା।