June 16, 2026

ବରଗଡ଼ ସିମେଣ୍ଟ କାରଖାନାରେ ରକ୍ତ ଦାନ ଶିବିର ୯୪ୟୁନିଟ ରକ୍ତ ସଂଗୃହୀତ 

IMG-20250624-WA0039
Share

 

ସୁରେନ୍ଦ୍ର କଠାର,ବରଗଡ

 

ଆଦାନୀ ଫାଉଣ୍ଡେସନ ବରଗଡ଼ ସିମେଣ୍ଟ କାରଖାନା ଦ୍ଵାରା ସ୍ଥାନୀୟ ସିମେଣ୍ଟ ନଗର ଡିସ୍ପେନସେରି ଠାରେ  ଏକ ରକ୍ତ ଦାନ ଶିବିର ନିଷ୍ଠା ପରିବାର ର ସହଭାଗିତା ରେ ଅନୁଷ୍ଠିତ ହୋଇଥଲା। ମୁଖ୍ୟ ଅତିଥି ଭାବରେ ପ୍ଲାଣ୍ଟ ମ୍ୟାନେଜର ସୁକାନ୍ତ ସାମନ୍ତ  ଯୋଗ ଦେଇ ଫିତା କାଟି ଶିବିର ର ଉଦ୍ଘାଟନ କରିଥିଲେ। ବରଗଡ ରକ୍ତ ଭଣ୍ଡାର ଦ୍ୱାରା ସର୍ବମୋଟ ୯୪ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହି ଶିବିର କୁ ଡାକ୍ତର ସୁଜିତ କୁମାର ନାୟକ, ମ୍ୟାନେଜର ଏଚ. ଆର ଅଭିଷେକ ଭଟ୍ଟାଚାର୍ଯ୍ୟ, ସି ଏସ ଆର ମୁଖ୍ୟ ପ୍ରଦୀପ୍ତ କୁମାର ମହାନ୍ତି, ସି ପି ପି ମୁଖ୍ୟ ରାଜେଶ ପଠାନିଆ ,ଇଲେକ୍ଟ୍ରିକାଲ ମୁଖ୍ୟ ଅତାବିଲ ମଣ୍ଡଳ, ସିକ୍ୟୁରିଟି ମୁଖ୍ୟ ରଞ୍ଜନ ଜେନା, କର୍ମଚାରୀ ସଂଘ ର ସଭାପତି ମହେନ୍ଦ୍ର ଦାଶ,ସମସ୍ତ ମେଡିକାଲ କର୍ମଚାରୀଙ୍କ ସହ ନିଷ୍ଠା ର ଉପଦେଷ୍ଟା ଆଶିଷ କର, ଉପ ସଭାପତି ସଚି ପଣ୍ଡା,ସଭାପତି ଅଶ୍ୱିନୀ ତ୍ରିପାଠୀ,ସମ୍ପାଦକ ଲୋକନାଥ ସାହୁ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ମହିଳା ଶାଖା ର ସଂଯୋଜିକା ତ୍ରିପୁରା ସୁହୂଲା ଓ ଅନ୍ୟ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ। ପରିଶେସରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ଆଦାନୀ ଫାଉଣ୍ଡେସନ କୁ ନିଷ୍ଠା ପରିବାର ତରଫରୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା

You may have missed