ଡିଲର ବାବୁଙ୍କ ଜମିଦାରୀ ଶାସନ..

(ଆଖି ସ୍କାନ କରି ନେଲା ପରେ ବି ଦେଉନି ରାସନ ସାମଗ୍ରୀ,ପ୍ରଶାସନ ଚୁପ)
ତିର୍ତ୍ତୋଲ(ରଞ୍ଜନ କୁମାର ମଲ୍ଲିକ)ଡିଲର ବାବୁଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ମାସ ମାସ ଧରି ରାସନ ଚାଉଳ ପାଇନାହାନ୍ତି ୨୫ ରୁ ଉର୍ଦ୍ଧ୍ୱ ହିତାଧିକାରୀ ମାନେ।ଡିଲର ନାମରେ ଅଭିଯୋଗ କଲେ ବି ଶୁଣୁନାହାନ୍ତି ବିଭାଗୀୟ ଅଧିକାରୀ। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କୃଷ୍ଣାନନ୍ଦପୁର ପଞ୍ଚାୟତ ଅଧିନସ୍ତ ତାଳବରାଇ ଗ୍ରାମରେ।ନୂଆଗାଁ ରିଟେଲର ମନୋଜ କୁମାର ମହାନ୍ତି ଙ୍କ ପାଖରୁ ରାସନ ନେବାକୁ ତାଲିକାଭୁକ୍ତ ହୋଇଥିଲେ ବି ସମ୍ପୃକ୍ତ ରିଟେଲର କଣ୍ଟ୍ରୋଲ ସାମଗ୍ରୀ ଦେବାରେ ଅନିୟମିତତା ପ୍ରଦର୍ଶନ କରିଚାଲିଛନ୍ତି।ଏପରିକି ହିତାଧିକାରୀଙ୍କ ଠାରୁ ଆଖି ସ୍କାନ କରି ଚାଉଳ ଆସିଲେ ଦେବେ କହି ଭୁଲାଇ ଦେଉଛନ୍ତି।
ଦିନେ ନୁହେଁ ମାସ ମାସ ଧରି ଏହିପରି ଜମିଦାରୀ ଫାଙ୍କିବାଜ ମାରୁଛନ୍ତି ରିଟେଲର ମନୋଜ ମହାନ୍ତି।ଜଣେ ହିତାଧିକାରୀଙ୍କ ରାସନ କାର୍ଡ ନ ଦେଖିଲେ ଜାଣିପାରିବନି ବାସ୍ତବ ଅଭିଯୋଗ ର ସତ୍ୟାସତ୍ୟ।ଏହି ପରିପ୍ରେକ୍ଷୀରେ ଅଭିଯୋଗ କାରୀମାନେ ଆଉ ଥରେ ଅଭିଯୋଗ ପତ୍ର ନେଇ ତିର୍ତ୍ତୋଲ ବିଡ଼ିଓ ଙ୍କୁ ସାକ୍ଷାତ କରି ପ୍ରତିକାର ଦାବୀ କରିବାକୁ ଆସି ଥିଲେ ମଧ୍ୟ ବିଡ଼ିଓ ମହାଶୟଙ୍କ ଅନୁପସ୍ଥିତ ଯୋଗୁଁ ଭେଟି ପାରିଲେ ନାହିଁ।ଯୁବ ସମାଜସେବୀ ତଥା ଅଖିଳ ଭାରତୀୟ ଚାଷୀ ମୁଲିଆ ସଙ୍ଘ ର ଜିଲ୍ଲା ସଭାପତି ଇଂ.ବେଦଦ୍ୟୁତି ପୃଷ୍ଟି ଏହି ଦୁଃଖଦ ଖବର ପାଇ ନିଜର ପ୍ରତିକ୍ରିୟା ରେ କ୍ଷୋଭ ପ୍ରକାଶ କରିବା ସହିତ ଏହାର ତୁରନ୍ତ ସମାଧାନ କାମନା କରିଥିଲେ ଏବଂ ସମ୍ପୃକ୍ତ ରିଟେଲର ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଜ ପ୍ରତିକ୍ରିୟା ରଖିଥିଲେ।ରାସନ ପାଇନଥିବା ହିତାଧିକାରୀ ମାନଙ୍କ ମଧ୍ୟରେ ଇସ୍ତାନୁଲ ଅଲ୍ଲୀ ଖାନ,ମୁସ୍ତାନୀ ବେଗମ,ରସିଦା ବିବି,ସେଖ ଅସଲମ ମହମ୍ମଦ,ସନିମା ବିବି,ଅଫତାଫ ଆଲମ ଖାନ,ଜମିରୁଦ୍ଦିନ,ସମୀୟା ଖାତୁନ,ସମସଦ,ନଜୀୟା ଅଖତାର,ସବେରା ଖାତୁନ,ରୁକସାନା ବିବି,କଲିମା ବିବି,
ଶବନା ବିବି,ମୁସ୍ତରୀ ବେଗମ,ସଲମା ସୀତାରା,ସେଖ ଜୁବେର ଉଦ୍ଦିନ,ମହମ୍ମଦ ୱାସୀମ ଅଖତାର,ଫାତମା,ସମୀର ଖାନ,ଆନସାରୀ ବିବି,ସାଜେଦା ବିବି,
ରିହାନା ବିବି,ସଂଜୀଦା,ସୁମୟା ପ୍ରମୁଖ ୨୫ ରୁ ଅଧିକ ହିତାଧିକାରୀ ବିଡ଼ିଓ ଙ୍କୁ ଦେଖା କରିବାକୁ ଯାଇ ନିରାଶ ରେ ଫେରିଥିବାର ଦେଖିବାକୁ ମିଳିଥିଲା।
