June 20, 2026

କିରାଣୀ ସହ ମିଶି ଖେଳ କରୁଥିଲେ ସିଡ଼ିପିଓ ଧରିଲା ଭିଜିଲାନ୍ସ

IMG-20250624-WA0002
Share

ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ଶହେ ଶହେ ରେ ଖେଳ କରୁଥିଲେ ହେଲେ ଭାଗ୍ୟ ସାଥ ଦେଲାନି । ଜଣେ ଆଦିବାସୀ ମହିଳା ଅଧିକାରୀ ହୋଇ ଆଉ ଜଣେ ଆଦିବାସୀ ମହିଳା ଙ୍କ ଠାରୁ ଚାକିରୀ ଦେବାପାଇଁ ଲାଞ୍ଚ ନେଉଥିଲେ । ରାୟଗଡା ଜିଲ୍ଲା ବିଷମ କଟକ ସମନ୍ବିତ ଶିଶୁ ବିକାଶ ଅଧିକାରୀ ବା ସିଡ଼ିପିଓ ଶ୍ରୀମତୀ ସୁଶିଳା ଶବର ଓ ତାଙ୍କ କାର୍ଯ୍ୟାଳୟ ର କିରାଣୀ ରାମଚନ୍ଦ୍ର ପାତ୍ର ଲାଞ୍ଚ କାରବାର ଅଭିଯୋଗ ରେ ଭିଜିଲାନ୍ସ ଦ୍ୱାରା ଧରାପଡିଥିବା ଜଣାପଡିଛି । ଜଣେ ଡଙ୍ଗରିଆ କନ୍ଧ ମହିଳା ଙ୍କୁ ଅଙ୍ଗନବାଡି କର୍ମୀ ଭାବେ ନିଯୁକ୍ତି ପତ୍ର ପ୍ରଦାନ କରିବା ପାଇଁ ଏକ ଲକ୍ଷ ଟଙ୍କା ଦେବାକୁ ସିଡ଼ିପିଓ କହିଥିଲେ । ପୂର୍ବରୁ ଅଗ୍ରୀମ 20 ହଜାର ଟଙ୍କା କିରାଣୀ ପାତ୍ର ବାବୁଙ୍କ ଦ୍ୱାରା ମହିଳା ଙ୍କ ଠାରୁ ନେଇଥିଲେ । ବଳକା 80 ହଜାର ଟଙ୍କା ଆଜି ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଧରାପଡିଥିବା ଜଣାପଡିଛି । ଉଭୟଙ୍କ ନାମରେ ମାମଲା ରୁଜ୍ଜୁ କରାଯାଇ ଅଧିକ ତଦନ୍ତ ଜାରୀ ରହିଛି । କିରାଣୀ ଶ୍ରୀ ପାତ୍ର ଙ୍କ ନାମରେ ପୂର୍ବରୁ ଅନେକ ଅଭିଯୋଗ ରହିଥିବା ଜଣାପଡିଛି ।