August 14, 2026

ନୀଳଗିରି ଉପ ଜିଲ୍ଲାପାଳ ଭାବେ ଡ. ମଧୁସ୍ମିତା ସାମନ୍ତରାୟଙ୍କ ଦାୟିତ୍ଵ ଗ୍ରହଣ ,

IMG-20250623-WA0068
Share

 

ନୀଳଗିରି ( ଦେବାଶିଷ ଦାଶ )

 

ନୀଳଗିରି ଉପ ଜିଲ୍ଲାପାଳ ଶ୍ରୀମତୀ ଶୁଭଶ୍ରୀ ରଥ ଚଳିତ ମାସ ୨୦ ଜୁନଠାରୁ ଆସନ୍ତା୧୬ ଡ଼ିସେମ୍ବର ପର୍ଯ୍ୟନ୍ତ ୬ମାସ ଛୁଟିରେ ଅଛନ୍ତି।ଏହି ପରିପ୍ରେକ୍ଷୀରେ ବାଲେଶ୍ଵର ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ କାର୍ଯ୍ୟାଳୟ ଆଦେଶ ୧୯୪/୨୧/୦୬/୨୦୨୫ ଅନୁଯାୟୀ ବାଲେଶ୍ଵର ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ଡ. ମଧୁସ୍ମିତା ସାମନ୍ତରାୟ ନୀଳଗିରି ଉପ ଜିଲ୍ଲାପାଳ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଅଦ୍ୟ ଔପଦା ଠାରେ ଜିଲ୍ଲାପାଳ ଏବଂ ଏସପି ଙ୍କ ଯୁଗ୍ମ ଶୁଣାଣୀ କାର୍ଯ୍ୟକ୍ରମ ପରେ ଅପରାହ୍ନ ରେ ନୀଳଗିରି କାର୍ଯ୍ୟାଳୟ ରେ ପହଞ୍ଚି ଥିଲେ।କାର୍ଯ୍ୟାଳୟର ବିଭିନ୍ନ ବିଭାଗକର୍ମକର୍ତା ମାନଙ୍କ ସହ କିଛି ସମୟ ପରେ ଆସନ୍ତା ରଥ ଯାତ୍ରା ଉପଲକ୍ଷେ ଉପଖଣ୍ଡ ସ୍ତରୀୟ ପ୍ରଦର୍ଶନୀ ପଡ଼ିଆ ତହସିଲଦାର ଶ୍ରୀମତୀ ସୋନମ୍ ଦାସ, ନିର୍ବାହ ଅଧିକାରୀ ଏନ.ଏ. ସି ଶ୍ରୀଯୁକ୍ତ ଅଂଶୁମାନ ପରିଡା, ଏ ନ. ଏ.ସି. କାର୍ଯ୍ୟ ନିର୍ବାହୀ ଅଧକ୍ଷ ଶ୍ରୀଯୁକ୍ତ ମହେନ୍ଦ୍ର ନାଥ ବେହେରା ପ୍ରମୁଖ ବୁଲି ଦେଖିଥିଲେ।ଆସନ୍ତା ରଥ ଯାତ୍ରା କୁ ସୁଚାରୁ ରୂପେ ସମ୍ପାଦନା କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।