ନନ୍ଦିପଦା ଥାନା ରାସ୍ତାରେ ପୋଖରୀ ସଦୃଶ ଖାଲ, କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁନି..

IMG-20250622-WA0058
Share

 

 

ହାଟଡିହି ତା ୨୨/୦୬(ମନମୋହନ ନାୟକ) : କେନ୍ଦୁଝର ଜିଲ୍ଲା ସୀମାନ୍ତରେ ଥିବା ନନ୍ଦିପଦା ଥାନାକୁ ଯିବାକୁ ଭଲ ରାସ୍ତାଟିଏ ନାହିଁ। ଗତ ୩/୪ ବର୍ଷ ତଳେ ନିର୍ମାଣ ହୋଇଥିବା ରାସ୍ତାଟି ଏବେ ପରିପୂର୍ଣ୍ଣ। ମରେଇ ଗାଁ ବଜାର ମଝିରୁ ଯାଇଥିବା ଏହି ରାସ୍ତାରେ ଏବେ ପୋଖରୀ ସଦୃଶ ଖାଲ ଓ ବର୍ଷା ପାଣିରେ ଖାଲ ଗୁଡ଼ିକ ପରିପୂର୍ଣ୍ଣ ହୋଇ ଥିବାରୁ ପ୍ରତିଦିନ ଦୁର୍ଘଟଣା ମାନ ଘଟୁଛି। ଆଜି ଏହି ରାସ୍ତାରେ ବାଇକ୍ ରୁ ପଡି ଦୁଇଜଣ ଆହତ ହୋଇଛନ୍ତି। ନନ୍ଦିପଦା ଥାନା ଉପରେ ହାଟଡିହି ବ୍ଲକର ଅର୍ଦ୍ଧାଧିକ ଲୋକ ନିର୍ଭର କରୁଥିବା ବେଳେ ପ୍ରତିଦିନ ଶହ ଶହ ଲୋକ ବିଭିନ୍ନ ସମସ୍ୟା ନେଇ ଥାନାକୁ ଆସୁଛନ୍ତି। ଖାଲି ଥାନା ନୁହଁ ଏହି ରାସ୍ତା ଦେଇ ବ୍ଲକ ପଶୁ ଚିକିତ୍ସା କେନ୍ଦ୍ରକୁ ମଧ୍ୟ ଯିବାକୁ ପଡ଼ିଥାଏ। ଆଜି ଏହି ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି। ବର୍ଷା ଜଳ ନିଷ୍କାସନର କୌଣସି ବାଟ ନଥିବାରୁ ସାମାନ୍ୟ ବର୍ଷା ହେଲେ ରାସ୍ତାଟି ବୁଡ଼ି ଯାଉଛି। ଥାନା ଭିତରୁ ପୋଲିସ୍ ଗାଡ଼ି ବି ଠିକ୍ ଭାବେ ବାହାରି ପାରୁନି। ସ୍ଥାନୀୟ ଲୋକମାନେ ବାରମ୍ବାର ଏନେଇ ଅଭିଯୋଗ କରୁଥିଲେବି ପ୍ରଶାସନ ରାସ୍ତା ନିର୍ମାଣ ଦିଗରେ କୌଣସି ପଦକ୍ଷେପ ନେଉନି। ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।