April 29, 2026

ଚିଲିକାକୂଳ ରେ ମା ଦୁଆରଶୁଣୀ l

IMG-20250619-WA0011
Share

 

ପୁରୀଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଲକ ର ଗମ୍ଭାରୀ ଗ୍ରାମରେ ବିରାଜମାନ ମା ଦୁଆରଶୁଣୀ l ତତ୍ୱକବି ଭିକାରି ଚରଣ ଜେନାଙ୍କ କହିବାନୁସାରେ ଦ୍ଵାରକା ରୁ ଆସିଥିବାରୁ ମାଙ୍କ ନାମ ଦ୍ଵାରକାଶୁଣୀ ରୁ ଦୁଆରଶୁଣୀ ହୋଇଛି l ମହାପ୍ରଭୁ ନିଜର ଲୀଳାକ୍ଷେତ୍ର ଚକାନାସିକୁ ଅଠର ଥର ଆସିଥିବା ବେଳେ ଦୁଇଥର ମା ଦୁଆରଶୁଣୀଙ୍କ ପୀଠରେ ରହିଥିଲେ l ମା ଚିଲିକା ଉପକୂଳ ଗାଁ ଗୁଡିକୁ ପାଣି ମାଡି ଆସିବାବେଳେ ମା ନିଜେ ରାତିରେ ଲଣ୍ଠନ ଧରି ହାତରେ ମୁଠାଏ ବାଲି ଧରି ତଳେ ପକେଇ ଯିବା ପରେ ପରେ ସେଇ ବାଲିଧାର ଡେଇଁ ଆଉ ପାଣି ଆସିନଥାଏ ବୋଲି କହିବା ସହିତ ଯେଉଁ ସ୍ତ୍ରୀ ଲୋକ ପ୍ରସବ ଯନ୍ତ୍ରଣା ପାଇଲେ ମାଙ୍କୁ କୁଲାବାଉଁଶିଆ ଯାଚିଦେଲେ ପ୍ରସବ ଯନ୍ତ୍ରଣା ଲାଘବ ହୋଇଥାଏ ବୋଲି କହିଥିଲେ l ମାଙ୍କର ମୁଖ୍ୟପର୍ବ ହେଉଛି ରଜପର୍ବ l ପ୍ରତିବର୍ଷ ପରି ଚଳିତବର୍ଷ ମାଙ୍କ ନିକଟରେ ରଜପର୍ବ ପାଞ୍ଚଦିନ ଧରି ମହାଡ଼ମ୍ବରରେ ପାଳନ କରାଯାଇଛି l ପ୍ରତିଦିନ ଭକ୍ତମାନଙ୍କୁ ମାଗଣା ପ୍ରସାଦ ବଣ୍ଟନ କରାଯାଇଥାଏ l ସନ୍ଧ୍ୟା ସମୟରେ ସାରା ରାଜ୍ୟରୁ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଥାଏ l ଭକ୍ତମାନଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହିତ ଯାତ୍ରା ଇନ୍ଦ୍ରଭୁବନ ର ନାଟକ ଗୁଡିକ ମାଗଣା ଦେଖିବାର ସୁଯୋଗ ମିଳିଥାଏ l ଏହି କାର୍ଯ୍ୟକ୍ରମକୁ ଗମ୍ଭାରୀ ଗ୍ରାମପଞ୍ଚାୟତ ସରପଞ୍ଚ ସୁଶାନ୍ତ ପରିଡାଙ୍କ ସହିତ ପ୍ରଶାନ୍ତ ଜେନା, ଜୟନ୍ତ ମାନସିଂ, ସଞ୍ଜୟ ଜେନା, ଅଶୋକ ପରିଡା, ଦୀନବନ୍ଧୁ ପରିଡା, କୁମର ପରିଡା ବିଭୁଦତ୍ତ ଭିକାରୀ ଚରଣ ଜେନାଙ୍କ ସହିତ ଗମ୍ଭାରୀ ଗ୍ରାମବାସୀ ବୃନ୍ଦ ଏହି କାର୍ଯ୍ୟକ୍ରମକୁ ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed