September 16, 2026

ପୋଖରୀରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ..

IMG-20250614-WA0058
Share

 

ସିମୁଳିଆ ( ଦେବାଶିଷ ଦାଶ )

ପୋଖରୀରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର। ଗାଁ ଠାରୁ କିଛି ଦୂରରେ ଥିବା ଏକ ପଦ୍ମ ପୋଖରୀରୁ ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଈଶ୍ୱରପୁର ପଞ୍ଚାୟତ ଚନ୍ଦ୍ରପଡା ଗ୍ରାମରୁ ସାମ୍ନାକୁ ଆସିଛି ଏହି ଖବର। ଏନେଇ ଗ୍ରାମବାସୀ ସିମୁଳିଆ ପୁଲିସକୁ ଜଣାଇବା ପରେ ପୁଲିସ ଏକ ଅପମୃତ୍ୟ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ମିଳିଥିବା ସୂଚନା ଅନୁଯାୟୀ, ଚନ୍ଦ୍ରପଡ଼ା ଗ୍ରାମର ବୁଦ୍ଧିରାମ ଦାସଙ୍କ ପୁଅ ବସନ୍ତ ଦାସ ଗତକାଲି ସନ୍ଧ୍ୟାରେ ଘରୁ ବାହାରକୁ ଆସି ଆଉ ଫେରିନଥିଲେ। ପରିବାର ଲୋକେ ଖୋଜାଖୋଜି କରି ବିଫଳ ହୋଇଥିଲେ। ହେଲେ ଆଜି ସକାଳେ ଗ୍ରାମବାସୀ ଗାଁ ଠାରୁ କିଛି ଦୂରରେ ଥିବା ଏକ ପଦ୍ମ ପୋଖରୀ ନିକଟରେ ବସନ୍ତଙ୍କ ମୃତଦେହ ଦେଖି ପରିବାର ସହ ସିମୁଳିଆ ପୁଲିସକୁ ସୂଚନା ଦେଇଥିଲେ। ସମ୍ପର୍କୀୟ ପୋଖରୀ ନିକଟରୁ ବସନ୍ତଙ୍କୁ ଉଦ୍ଧାର କରି ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସିମୁଳିଆ ପୁଲିସ ୨୯/୨୫ ନଂରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ସୋର ଡାକ୍ତରଖାନାକୁ ପଠାଇଛି । ତେବେ ଯୁବକଙ୍କ ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।