June 15, 2025

ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ଦୀପଦାନ

IMG-20250613-WA0045
Share

 

ଭୁବନେଶ୍ୱର .୧୩-୦୬-୨୦୨୫: ଆଜି ଶୁକ୍ରବାର ଦିନ ସନ୍ଧ୍ୟା ସମୟରେ ବ୍ରାହ୍ମଣ ସମିତି, ସୁନ୍ଦରପଦା ଭୁବନେଶ୍ୱର ଆନୁକୂଲ୍ୟରେ ଗତ ଅହମ୍ମଦାବାଦ-ଲଣ୍ଡନ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ମୃତବ୍ୟକ୍ତିଙ୍କର ଅମର ଆତ୍ମାର ସଦଗତି କାମନା କରି ଏକ ଦୀପ ଦାନ ଓ ଶୋକସଭା ସ୍ଥାନୀୟ ସୁନ୍ଦରପଦାର ଆରଧ୍ୟ ଦେବ ଶ୍ରୀ ଶ୍ରୀ ସୁନ୍ଦରେଶ୍ଵର ମହାଦେବ ଓ ଶ୍ରୀ ଶ୍ରୀ ପତିତପାବନ ଦେବଙ୍କ ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବ୍ରାହ୍ମଣ ସମିତି ସଭାପତି ଶ୍ରୀ ପ୍ରଲିପ୍ତ କୁମାର ନନ୍ଦଙ୍କ ପୌରହିତ୍ୟରେ ସର୍ବ ପ୍ରଥମେ ଦୁଇ ମିନିଟର ନିରବ ପ୍ରାର୍ଥନା କରାଯାଇଥିଲା। ପରେ ପରେ ଏହି ଶୋକସଭାରେ ସମିତିର ସମ୍ପାଦକ ବିଷ୍ଣୁ ପ୍ରସାଦ ନନ୍ଦ, ଉପଦେଷ୍ଟା ସମାଜସେବୀ ନୀଳମଣି ମିଶ୍ର, ଜିତେନ୍ଦ୍ର କୁମାର ନନ୍ଦ, ପୂର୍ବତନ କର୍ପୋରେଟର ଦେବୀ ପ୍ରସାଦ ନନ୍ଦ (ମଣ୍ଟୁ), ଅର୍ଜୁନ ନାୟକ, ଗୋଖିବାବା ମେଳା କମିଟିର ସଭାପତି, ସମ୍ପାଦକ ଓ ଅନ୍ୟ କର୍ମକର୍ତ୍ତା ତଥା ଶ୍ରୀ ଶ୍ରୀ ଦଧିବାମନ ଜୀଉ ଓ ସୁନ୍ଦରେଶ୍ଵର ମହାଦେବଙ୍କ ଟ୍ରଷ୍ଟ ବୋର୍ଡର ସମସ୍ତ ସଦସ୍ୟ ଉପସ୍ଥିତ ରହି ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ବର୍ତ୍ତମାନର ପରିସ୍ଥିତିରେ ଚିକିତ୍ସିତ ହେଉଥିବା ଆହତ ଡାକ୍ତରୀ ଛାତ୍ର ତଥା ଏକ ମାତ୍ର ବଞ୍ଚିଥିବା ବ୍ୟକ୍ତିଙ୍କର ତୁରନ୍ତ ଆରୋଗ୍ୟ କାମନା କରି ଦୀପ ପ୍ରଦାନ କରିଥିଲେ।