ନୁଆପଡା ଠାରେ ଗୋ ବନ୍ଧ୍ୟା ନିରାକରଣ ଚିକିତ୍ସା ଶିବିର ଅନୁଷ୍ଠିତ।
ସୁଭଶ୍ରୀ ପ୍ରଧାନ ,୧୩/୦୬/୨୫, ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକ ନୁଆପଡା ଠାରେ ଶୁକ୍ରବାର ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ନୁଆପଡା ପ୍ରାଣି ଚିକିତ୍ସାଳୟ ତରଫରୁ ଗୋ ବନ୍ଧ୍ୟା ନିରାକରଣ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଚିକିତ୍ସା ଶିବିରରେ ନୁଆପଡା ପ୍ରାଣି ଚିକିତ୍ସାଳୟର ଚିକିତ୍ସକ ଡ଼ଃ ସୌମିକ ମଲ୍ଲିକ ଓ ଚିକିଟୀ ପ୍ରାଣି ଚିକିତ୍ସାଳୟର ଚିକିତ୍ସକ ଡ଼ଃ ଏସ୍ କେ ରେଡି ଉପସ୍ଥିତ ରହି ନୁଆପଡା ଗ୍ରାମର ଗୋ ପାଳକଙ୍କ ୪୦ରୁ ଉର୍ଦ୍ଧ ଗାଇ ମାନଙ୍କର ଗୋ ବନ୍ଧ୍ୟା ନିରାକରଣ ଚିକିତ୍ସା କରାଯାଇଥିଲା। ଏଥି ସହିତ ଗାଇ ଓ ବାଛୁରୀ ମାନଙ୍କୁ କୃମି ଓ ବିଭିନ୍ନ ପ୍ରକାରର ଭିଟାମିନ ଔଷଧ ଓ ଇଞ୍ଜେକ୍ସନ ଦିଆ ଯାଇଥିବା ଜଣାପଡ଼ିଛି। ଉକ୍ତ ଚିକିତ୍ସା ଶିବିରରେ ଅନ୍ୟ ମାନଙ୍କ ମଧ୍ୟରୁ ସ୍ୱେଚ୍ଛାସେବୀ ତଥା ଏଆଇ ୱାର୍କର ଗୌରାଙ୍ଗ ପ୍ରଧାନଙ୍କ (ମୈତ୍ରୀ) ସହିତ ବହୁ ଗୋ ପାଳକ ଉପସ୍ଥିତ ରହି ସହଯୋଗ କରିଥିଲେ। ସରକାରଙ୍କ ତରଫରୁ ଗୋ ରକ୍ଷା ପାଇଁ ଏପରି ଚିକିତ୍ସା ଶିବିର ଆୟୋଜନ କରିଥିବା ଯୋଗୁଁ ଗୋପାଳକଙ୍କ ମହଲରେ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି।
