June 29, 2026

ଭିଜିଲାନ୍ସ ଜାଲରେ ଲମ୍ତାପୁଟ ଜେଇ

IMG-20250611-WA0037
Share

୧୧/୦୬/୨୦୨୫ (ଗୁପ୍ତେଶ୍ୱର ରଥ) ଭିଜିଲାନ୍ସ ଜାଲରେ ଲମ୍ତାପୁଟ ଜେଇ। ଭିଜିଲାନ୍ସ ପଞ୍ଝରେ ଲମ୍ତାପୁଟ ବ୍ଲକ୍ ଜେଇ ସୁଚିଶ୍ମିତା ପରିଜା। କୋରାପୁଟ ଜିଲ୍ଲା ଲମ୍ତାପୁଟ ବ୍ଲକ୍ ଉମ୍ବେଲ ପଞ୍ଚାୟତରେ ମନରେଗା କାର୍ଯ୍ୟରେ ଘାଟ କଟିଙ୍କ ବାବଦକୁ ଲେବୋର ବିଲ୍ କରିଦେବପାଇଁ ମାଷ୍ଟର ରୋଲ ରେ ଦସ୍ତଖତ କରିବାପାଇଁ ୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ଜୟପୁର ଭିଜିଲାନ୍ସ ଟିମ୍ ଧରି ଥିଲେ। ଜୟପୁର ଭିଜିଲାନ୍ସ ର ୩ ଜଣ ଡିଏସପି ଓ ଦୁଇଜଣ ଇନ୍ସପେକ୍ଟର ମିଳିତ ଭାବରେ ଚଢ଼ାଉ କରି ସମ୍ପୃକ୍ତ ଜେ଼ଇ ଙ୍କୁ ଅଟକ ରଖି ପଚରାଉଚରା ଜାରୀ ରଖିଛନ୍ତି। ଜେ଼ଇ ଙ୍କ ସେମିଳିଗୁଡା, ଭୁବନେଶ୍ୱର ସ୍ଥିତ ଘରେ ମଧ୍ୟ ଏକ କାଳୀନ ଚଢ଼ାଉ କରାଯାଇଥିବା ସୂଚନା ମିଲିଛି। ସମ୍ପୃକ୍ତ ଜେଈ ଲମ୍ତପୁଟ ବ୍ଲକ୍ ରେ ୨ ବର୍ଷ ହେବ କାର୍ଯ୍ୟରତ ଥିଲେ। ବହୁ ଦୁର୍ନୀତି କାର୍ଯ୍ୟ ଥିବା ନେଇ ଭିଜିଲାନ୍ସ ନିକଟରେ ଖବର ଥିବାରୁ ଦୀର୍ଘଦିନ ସ୍କାନେରେ ରହିଥିଲେ। ସମ୍ପୃକ୍ତ ମହିଳା ଜେଇ ଅଫିସ୍ କ୍ୱେଟର ରେ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ।

You may have missed