March 8, 2026

ଶ୍ରୀଶ୍ରୀ ମଦନ ମୋହନ ଜୀଉଙ୍କ ସ୍ନାନ ପୁର୍ଣିମା ଓ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

IMG-20250611-WA0036
Share

*କୁଜଙ୍ଗ /ରାହାମା ତା 11/06/2025* କୁଜଙ୍ଗ ବ୍ଲକ ଅନ୍ତର୍ଗତ ଜଗତସିଂହପୁର ଜିଲ୍ଲାର ପ୍ରମୁଖ ବାଣିଜିକ କ୍ଷେତ୍ର ରାହାମାର ଶ୍ରୀ ଶ୍ରୀ ମଦନ ମୋହନ ଜୀଉ ମଠର ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ଓ ଚଳିତ ରଥଯାତ୍ରା ନିମନ୍ତେ ଏକ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଆଡ଼ଭୋକେଟ ଡ଼ଃ ସୁନାକର ବେହେରା ସମ୍ପାଦକ ମଠ ପରିଚାଳନା ପରିଷଦଙ୍କ ସଂଯୋଜନାରେ ବୈଠକ ଅହୁତ କରାଯାଇ ସଭାପତି ଶ୍ରୀଯୁକ୍ତ ରବିନାରାୟଣ ସାହୁ ଙ୍କ ସଭାପତିତ୍ୱରେ ମଠ ପରିଚାଳନା ପରିଷଦର ସମସ୍ତ ସଦସ୍ୟ ମାନେ ଏକତ୍ରିତ ହୋଇ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ଓ ଚଳିତ ରଥଯାତ୍ରା କୁ ଶ୍ରଦ୍ଧାଳୁ ମାନଙ୍କ ଦର୍ଶନକୁ ଶୃଙ୍ଖଳିତ ସହିତ ଅଧିକ ସରସ ସୁନ୍ଦର ଉପରେ ଗୁରୁତ୍ବ ପ୍ରଦାନ କରାଯାଇଥିଲା। ଉକ୍ତ ବୈଠକରେ ଶ୍ରୀଯୁକ୍ତ ଦୀପକ ପ୍ରସାଦ ସ୍ୱାଇଁ ଠାକୁର ରାଜା ତଥା ମଣ୍ଡଳ ଉନ୍ନୟନ ଅଧିକାରୀ କୁଜଙ୍ଗ ମହାପ୍ରଭୁଙ୍କ ଘୋଷ ଯାତ୍ରା ସମ୍ପୂର୍ଣ୍ଣ ବୈଦିକ ରୀତିନୀତି ଅନୁସାରେ ସମ୍ପାଦନ ନିମନ୍ତେ ପରିଷଦକୁ ମାର୍ଗଦର୍ଶନ କରିଥିଲେ। ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ଜନ ପ୍ରତିନିଧି ମାନଙ୍କ ମଧ୍ୟରେ ତିର୍ତ୍ତୋଲ ଥାନା ଆରକ୍ଷୀ ନିରୀକ୍ଷକ ପ୍ରଦୀପ୍ତ କୁମାର ସେଠି ,ବିଦ୍ୟୁତ ବିଭାଗୀୟ ବାଣିଜ୍ୟ ଯନ୍ତ୍ରୀ ରାହାମା ବିଶ୍ୱଜିତ ତ୍ରିପାଠୀ ,ସରପଞ୍ଚ ତାଳପଡା ଶ୍ରୀମତୀ ଦମୟନ୍ତୀ ,ପୋତାନଇ ସରପଞ୍ଚ ବ୍ରଜକିଶୋର ମହାରାଜ ଉପସ୍ଥିତ ଥିଲେ। ମଠ ପରିଚାଳନା ପରିଷଦ ଓ ସ୍ଥାନୀୟ ବରିଷ୍ଠ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ସେବିକା ସ୍ବର୍ଣ୍ଣପ୍ରଭା ଦାସ ମତା, ପୂଜକ ତପନ କୁମାର ପତି,ଅଧିକାରୀ ରମାକାନ୍ତ ଦାସ, ମହାରଣା ରୋହିତ ସୁତାର,ବରିଷ୍ଠ ସଦସ୍ୟ କିଶୋରୀ ଦାସ, ମହେଶ୍ୱର ସାହୁ,ବାସୁଦେବ ବରାଳ,ଉପ କୋଷାଧ୍ୟକ ଶରତ କୁମାର ସାହୁ,ପ୍ର. ରମେଶ ଚନ୍ଦ୍ର ମହାପାତ୍ର, ଶିକ୍ଷକ ଅମୀୟ କୁମାର ଜେନା,ଲଷ୍ମୀଧର ସାହୁ, ବଇଁଶୀଧର କୁଣ୍ଡୁ,କୈଳାଶ ଚନ୍ଦ୍ର ନାୟକ, ଦୁର୍ଯ୍ୟୋଧନ ପାତ୍ର, ତୁଷାର କୁମାର ଲେଙ୍କା, ସୁଲେଖ ବେହେରା,ମନୋଜ କୁମାର ସାହୁ, ଶ୍ରୀକାନ୍ତ ମହାନ୍ତି, ସୁଲେଖ ବେହେରା, ଅନୁଗାମୀ ଦାସ, ରାଜକିଶୋର ସାହୁ, ପ୍ରଦୀପ କୁମାର ସେଠି ଇତ୍ୟାଦି ବହୁ ଶ୍ରଦ୍ଧାଳୁ ଭକ୍ତ ଓ ଅଞ୍ଚଳବାସୀ ମାନେ ଉପସ୍ଥିତ ରହି ଆଲୋଚନା କୁ ସଫଳ କରିଥିଲେ। ରିପୋର୍ଟ ଶାରଦା ପ୍ରସନ୍ନ ପରିଜା