June 27, 2026

ଫ୍ରିଜ ବିଦ୍ୟୁତ ଆଘାତରେ ନିମିଷକେ ଚାଲିଗଲା ଜୀବନ

IMG-20250611-WA0001
Share

ସୋର ( ଦେବାଶିଷ ଦାଶ )
ଫ୍ରିଜରୁ ବିଦ୍ୟୁତ ଆଘାତର ଶିକାର ହୋଇ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଔପଦା ବ୍ଲକ ବଧି ପଞ୍ଚାୟତ ବଡ଼ପୋଖରୀ ଗ୍ରାମର ଉପେନ୍ଦ୍ର ନାଥ ମଲିକ ବଧି ବଜାରରେ ଏକ ଗ୍ରୋଶରୀ ଦୋକାନ କରିଛନ୍ତି। ପ୍ରତିଦିନ ଭଳି ଆଜି ସକାଳେ ଦୋକାନ ଖୋଲିବାକୁ ଯାଇଥିବା ବେଳେ ଦୋକାନରେ ଥିବା ଫ୍ରିଜରୁ ବିଦ୍ୟୁତ ଆଘାତର ଶିକାର ହୋଇ ଅଚେତ ହୋଇ ପଡ଼ି ଯାଇଥିଲେ। ଏ ଖବର ପାଇ ଭାଇ ମହେନ୍ଦ୍ର ଉପେନ୍ଦ୍ରଙ୍କୁ ଉଦ୍ଧାର କରିବାକୁ ଯାଇ ବିଦ୍ୟୁତ ଆଘାତର ମଧ୍ୟ ଶିକାର ହୋଇଥିଲେ। ସଂଗେ ସଂଗେ ପରିବାର ଲୋକେ ଉପେନ୍ଦ୍ରଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ପୋଲିସ ଡାକ୍ତର ଖାନାରେ ପହଂଚି ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା ଯୋଗ୍ୟ ଉପେନ୍ଦ୍ରଙ୍କ ଦୁଇଟି ଝିଅ ଓ ଗୋଟିଏ ପୁଅ ଅଛି। ଗାଁରେ କରିଥିବା ଉକ୍ତ ଦୋକାନରୁ ଯାହା ରୋଜଗାର ହୁଏ ସେହି ଅର୍ଥରେ ୫ ପ୍ରାଣୀ କୁଟୁମ୍ବ ଚଳେ। ଏଣୁ ସରକାର ଉକ୍ତ ପରିବାରକୁ କିଛି ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଉପେନ୍ଦ୍ରଙ୍କ ଭାଇ ମହେନ୍ଦ୍ର ମଲ୍ଲିକ ଅନୁରୋଧ କରିଛନ୍ତି।