March 12, 2026

ନବରଙ୍ଗପୁର ଜିଲ୍ଲା ଉମରକୋଟ ରେ ବେଆଇନ ବିହନ ଓ ସାର ଦୁର୍ନୀତିକୁ ରୋକିବା ପାଇଁ କୃଷି ବିଭାଗର ଚଢାଉ………..

IMG-20250604-WA0017
Share

 

 

୧୪ ଟି ଡିଲରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ବିନା ଲାଇସେନ୍ସରେ ମହଜୁଦ ଥିବା ୭୬ ବସ୍ତା ବିଭିନ୍ନ କମ୍ପାନୀର ମକା ବିହନ ଜବତ

 

ନବରଙ୍ଗପୁର:-(ଏମ୍.ଦିନା°ଶୁ ଆଚାରୀ) ଜିଲ୍ଲାରେ ବେଆଇନ ବିହନ ଓ ସାର ଦୁର୍ନୀତିକୁ ରୋକିବା ପାଇଁ କୃଷି ବିଭାଗର ଚଢାଉ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଜିଲ୍ଲାପାଳ ଡ଼ଃ ଶୁଭଙ୍କର ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ପ୍ରତିନିଧି ପ୍ରଣୟ କୁମାର ମନ୍ତ୍ରୀ ନବରଙ୍ଗପୁର କୃଷି ଜିଲ୍ଲା ଅଧିକାରୀ ଅନିଲ କୁମାର ପ୍ରଧାନ, ଉମରକୋଟ ଅତିରିକ୍ତ ତହସିଲଦାର ନୀଳାମ୍ବର ପୂଜାରୀ, ସହକାରୀ କୃଷି ଅଧିକାରୀ ପ୍ରଶାନ୍ତ କୁମାର ବାଘ ପ୍ରମୁଖ ଏନଫୋର୍ସମେଣ୍ଟ ଟିମ୍ ଉମରକୋଟ ସହରର ଦଣ୍ଡକାରଣ୍ୟ ଡଙ୍ଗରିଗୁଡା ଠାରୁ ରାଇଘର ରୋଡ଼୍ ଓ ଗୋତିଗୁଡା ଆଦି ଅଞ୍ଚଳରେ ସମସ୍ତ ସାର ଓ ବିହନ ବ୍ୟବସାୟୀ ଙ୍କ ଦୋକାନ ଓ ଗୋଦାମରେ ଚଡାଉ ସହ ଲାଇସେନ୍ସ ଯାଞ୍ଚ କରାଯାଇଥିଲା। ଅନିୟମିତତା ନେଇ ୧୪ ଟି ଡିଲରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ବେଳେ ରାଜେଶ ଅଗରୱାଲ ନାମକ ଜଣେ ବ୍ୟକ୍ତିଙ୍କ ଢେପଗୁଡା ସ୍ଥିତ ଗୋଦାମରେ ବିନା ଲାଇସେନ୍ସରେ ମହଜୁଦ କରାଯାଇଥିବା ୭୬ ବସ୍ତା ବିଭିନ୍ନ କମ୍ପାନୀର ମକା ବିହନ ଜବତ କରାଯାଇଥିଲା। ବେଆଇନ କାରବାର ରେ ସମ୍ପୃକ୍ତ କାହାକୁ ଛଡା ଯିବନାହିଁ ଓ ଆଗକୁ ଏଭଳି ଚଢାଉ ଜାରି ରହିବ ଓ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।