April 28, 2026

ମାଣତ୍ରୀରେ ମଦ ପାଇଁ ଲିଭିଗଲା ମଥାରୁ ସିନ୍ଦୁର, ଚାଲିଗଲା ଯୁବକଙ୍କ ଜୀବନ, ବେସାହାରା ହୋଇଗଲା ପରିବାର

IMG-20250603-WA0032
Share

 

ସୋର( ଦେବାଶିଷ ଦାଶ )

ମଦ ପିଇବା କାରଣରୁ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଯୁବକ ଜଣଙ୍କ ହେଲେ ସୋର ଥାନା ମାଣତ୍ରୀ ପଞ୍ଚାୟତ ଜହ୍ନିଆ ଗ୍ରାମର ରମାକାନ୍ତ ମହାନ୍ତି (୪୪)। ରମାକାନ୍ତଙ୍କ ସ୍ତ୍ରୀ ମମତାଙ୍କ କହିବା ଅନୁସାରେ ରମାକାନ୍ତ ଜଣେ ପଥର କାରିଗର ଅଟନ୍ତି। ବାହାରେ ରହି ପଥର ମୂର୍ତ୍ତି କାମ କରୁଥିବା ବେଳେ ଦେହ ଅସୁସ୍ଥ କାରଣରୁ ଗତ ଏକ ମାସ ତଳେ ଘରକୁ ଫେରିଥିଲେ। ମାଣତ୍ରୀ ସହ ଆଖପାଖ ଗାଁରେ ମଦ ବ୍ୟବସାୟ ଜୋରଦାର ଥିବା ବେଳେ ରମାକାନ୍ତ ପ୍ରତିଦିନ ମଦ ପିଇ ଘରକୁ ଫେରିଥାନ୍ତି। ଗତକାଲି ରାତିରେ ମଧ୍ୟ ସେ ମଦ ପିଇ ଘରକୁ ଫେରିବା ସହ ଖାଇପିଇ ଶୋଇଥିଲେ। ମାତ୍ର ସକାଳେ ଉଠିବାରେ ବିଳମ୍ବ ହେବାରୁ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସୋର ପୁଲିସ ଡାକ୍ତରଖାନାରେ ପହଂଚି ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ କେଶ ନଂ ୬୯ ମୂଳେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସୋର ଅବକାରୀ ଥାନା ଥାଇ ଯେତେ ନ ଥାଇ ସେତେ ଭଳି କାମ କରିଲା ଭଳି ଲାଗୁଛି। ବେଆଇନ ମଦ ବେପାରୀଙ୍କ ସହ ଏକ ଭିତିରି ଦେଣ ନେଣ ସମ୍ପର୍କ ଅଛି କିଛି କର୍ମଚାରୀଙ୍କର ସେଥିପାଇଁ କୌଣସି ଜାଗାରେ ପୂର୍ବ ପ୍ରସ୍ତୁତି ଅନୁସାରେ ନାମକୁ ଚଢ଼ାଉ କଲା ପରେ ଦୁର୍ବଳ ମାମଲା ପାଇଁ କିଛି ଦିନ ପରେ ପୁଣି ଆସି ମଦ ବ୍ୟବସାୟୀ ମଦର ଆସର କରି ବେପାର ଆରମ୍ଭ କରିଦେଉଛନ୍ତି। ମାଣତ୍ରୀ ପଞ୍ଚାୟତର ଅନେକ ଜାଗାରେ ସନ୍ଧ୍ୟା ହେଲେ ବେଆଇନ ଭାବେ ଦେଶୀ ବିଦେଶୀ ସହ ଅନ୍ୟ କିଛି ଅବକାରୀ ଜିନିଷ ବେଧଡ଼କ ବିନା ପ୍ରତିବନ୍ଧକରେ ବିକ୍ରି ଚାଲିଛି ବୋଲି ଅନେକ ସମୟରେ ଗ୍ରାମବାସୀ ମାନେ ଅଭିଯୋଗ କରି ଆସୁଛନ୍ତି। ଯେଉଁ ବିଷୟରେ ସୋର ଅବକାରୀ ଥାନା ଚେଇଁ ଶୋଇଛି ଯାହାର ପରିଣତି ବିଭିନ୍ନ ସମୟରେ କେତେ ଯେ ମହିଳାଙ୍କ ମଥାରୁ ସିନ୍ଦୁର ଲିଭୁଛି ତାର ହିସାବ ନାହିଁ।

You may have missed