September 16, 2026

ପରିବେଶ ସୁରକ୍ଷାପାଇଁ ବ୍ରହ୍ମଜଗନ୍ନାଥ ମିଶନ ର ବୃକ୍ଷରୋପଣ କାର୍ଯ୍ୟକ୍ରମ ..

IMG-20260916-WA0102
Share

ତିର୍ତ୍ତୋଲ ତା 16/9/2026 ଜ୍ୟୋତି ଜଗନ୍ନାଥ ପୀଠ, ତାଳଦଣ୍ଡା, ଠାକୁରବାଟି ସ୍ଥିତ ବ୍ରହ୍ମ ଜଗନ୍ନାଥ ମିଶନ ଓ ସରିତା ସାହିତ୍ୟ ସଂସଦ ମିଳିତ ଆନୁକୂଲ୍ୟରେ, ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗତ ମଙ୍ଗଳବାର ଦିନ ସରିତାଦେବୀ ଙ୍କ ଜନ୍ମୋତ୍ସବ ଉପଲକ୍ଷେ ତାଳଦଣ୍ଡା ଓ ଦୁଆଡିଆ ଗ୍ରାମରେ ଵୃକ୍ଷରୋପଣ ଓ ଚାରାବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବାତ୍ୟା ଝଡ଼ ତୋଫାନ ଆଦି ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ର ମୁଖ୍ୟକାରଣ ହେଉଛି ବିଶ୍ୱରେ ବଣଜଙ୍ଗଲ ଓ ଗ୍ରାମ୍ୟାଞ୍ଚଳ ରେ ଵୃକ୍ଷର ଅବକ୍ଷୟ l ତେଣୁ ପରିବେଶ ର ସୁରକ୍ଷାକରିଵା ପାଇଁ ବ୍ୟାପକ ବୃକ୍ଷରୋପଣ ର ଆବଶ୍ୟକତା ରହିଛି ବୋଲି ବ୍ରହ୍ମଜଗନ୍ନାଥ ମିଶନ ର ଅଧ୍ୟକ୍ଷ କ୍ୟାପଟେନ ସଞ୍ଜିବ୍ କୁମାର ମୁଦୁଲି, ଏଥିରେ ସାମିଲଥିବା ଜନସାଧାରଣ ଙ୍କୁ ଏକ ଆବେଗପୂର୍ଣ୍ଣ ଆହ୍ୱାନ ଦେଇଛନ୍ତି l ଗଛଲଗାଇବା ଓ ପରିବେଶ ବଞ୍ଚାଇବା ଆମ ସମସ୍ତଙ୍କର ଦାୟିତ୍ୱବୋଧ ରହିବା ଆବଶ୍ୟକ ବୋଲି କ୍ୟାପଟେନ ମୁଦୁଲି ପ୍ରତିବର୍ଷ ନଦୀପଠା, ରାସ୍ତାକଡ଼ ଓ ଖାଲିପଡ଼ିଥିବା ପଡିଆ ରେ ଲକ୍ଷାଧିକ ପରିମାଣର ଫଳଫୁଲ, ଔଷଧୀୟ ଓ ଛାୟାପ୍ରଦ ଗଛଲଗାଇବା ପାଇଁ ଲକ୍ଷରଖିଛନ୍ତି ବୋଲି ସୂଚନା ପ୍ରଦାନ କରିଅଛନ୍ତି l ତେବେ ଏହି ମହତକାର୍ଯ୍ୟକ୍ରମ ରେ ମିଶନର ସମସ୍ତ କର୍ମକର୍ତ୍ତା, ସଦସ୍ୟ ଓ ସ୍ଥାନୀୟଅଞ୍ଚଳର ଅଧିବାସୀ ମାନେ ସକ୍ରିୟ ସହଯୋଗ କରିଥିବାର, ଦେଖିବାକୁ ମିଳିଥିଲା l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର

You may have missed