March 11, 2026

ନିଧିପୁର ଗ୍ରାମବାସୀ ଙ୍କ ଜ଼ିଲ୍ଲାପାଳ ଙ୍କ ନିକଟରେ ଦାବୀ କଲେ ଉଠାଜଳସେଚନ ପ୍ରକଳ୍ପ ନିର୍ମାଣ କରିବା ପାଇଁ

IMG-20250602-WA0035
Share

 

 

ଖୋର୍ଦ୍ଧା–(ପ୍ରିୟଙ୍କା ମହାପାତ୍ର) ବେଗୁନିଆ ବ୍ଲକ ଅଧିନସ୍ଥ ହଜ ଗ୍ରାମପଞ୍ଚାୟତ ନିଧିପୁର ଗ୍ରାମର ବହୁ ଚାଷୀ ମୁଖ୍ୟତଃ ଚାଷକାର୍ଯ୍ୟ କରି ନିଜ ପରିବାର ପ୍ରତିପୋଷଣ କରୁଥିବାବେଳେ, ଚାଷୀ ମାନଙ୍କ ସୁବିଧା ନିମନ୍ତେ ବହୁ ବର୍ଷପୂର୍ବେ ରାଜ୍ୟ ସରକାର ଙ୍କ ପକ୍ଷରୁ ଜଳ ସେଚନ ର ସୁବିଧା ପାଇଁ ଏକ ଉଠା ଜଳସେଚନ ପ୍ରକଳ୍ପ ସ୍ଥାପନ କରାଯାଇଥିଲା l ବର୍ତ୍ତମାନ ଚାଷ ପ୍ରତି ଲୋକଙ୍କ ମନରେ ଆଗ୍ରହ ସୃଷ୍ଟି ହେବାଫଳରେ ଚାଷୀ ସଂଖ୍ୟା ଆଶାତିତ ଭାବରେ ବୃଦ୍ଧି ପାଇଛି, ଫଳରେ ଆବଶ୍ୟକ ଅନୁଯାୟୀ ସମସ୍ତ ଚାଷ ଜମି ଗୁଡିକୁ ପାଣି ଯୋଗାଇବା ସମ୍ଭଵପର ହୋଇପାରୁନାହିଁ, ଯାହାଫଳରେ ଅନେକ ଫସଲ ପାଣି ଅଭାବ ରୁ ନଷ୍ଟ ହୋଇଯାଇଛି l ତେଣୁ ରାଜ୍ୟ ସରକାର ଙ୍କ ପକ୍ଷରୁ ନିଧିପୁର ଗ୍ରାମରେ ଏକ ନୂତନ ଉଠା ଜଳ ସେଚନ ପ୍ରକଳ୍ପ ନିର୍ମାଣ କରିବା ନିମନ୍ତେ ଗ୍ରାମବାସୀମାନେ ଆଜି ଜ଼ିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ଶିବିରରେ ଏ ସମ୍ପର୍କିତ ଏକ ଦାବୀପତ୍ର ଜ଼ିଲ୍ଲାପାଳ ଙ୍କୁ ପ୍ରଦାନ କରିଛନ୍ତି l