April 30, 2026

ସ୍ଥାନିୟ ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି ।

WhatsApp Image 2023-01-18 at 19.00.11
Share

 

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )କ୍ରୀଡା ଆରମ୍ଭ ପୁର୍ବରୁ ଗୁଣପୁର ସ୍ଥିତ ଦକ୍ଷିଣକାଳି ମନ୍ଦିରରେ ମସାଲ ପ୍ରଜ୍ଜଳନ କରି ଏକ ରାଲିରେ ଛାତ୍ରଛାତ୍ରୀ ମାନେ ବାହାରି କଲେଜ ପରିସରରେ ପହଞ୍ଚିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅକ୍ଷୟ ଦାସ, ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଞ୍ଜୟ ସାହୁ କ୍ରୀଡ଼ା ଉତ୍ସବକୁ ଉଦଘାଟନ କରିଥିଲେ । ଏହି ଉଦଘାଟନ କାର୍ଯ୍ୟକ୍ରମରେ ପ୍ରିନ୍ସିପାଲ ଡଃ.ପ୍ରକାଶ ଚନ୍ଦ୍ର ସେନାପତି, ଭାଇସ୍ ପ୍ରିନ୍ସିପାଲ ଡଃ. କାହ୍ନୁଚରଣ ପାଣିଗ୍ରାହୀ, ପ୍ରଶାସନିକ ଅଧିକାରୀ ପି ଭି କୋଟେଶ୍ୱର ରାଓ ପ୍ରମୁଖ ଉପସ୍ଥିତ ଥିଲେ ।
ଅଧ୍ୟକ୍ଷ ଶ୍ରୀ ଅକ୍ଷୟ ଦାସ ନିଜ ବକ୍ତବ୍ୟରେ କହିଲେ ଯେ ବ୍ୟକ୍ତିଗତ ଆମୋଦ ଏବଂ ସାମାଜିକ ଉପଯୋଗିତା ସହିତ ଜାତୀୟ ଜୀବନ ଗଠନରେ କ୍ରୀଡ଼ାର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଅଛି । କ୍ରିଡ଼ା ଆମ ମାନଙ୍କ ମଧ୍ଯରେ କିପରି ଫୁର୍ତ୍ତି ଭରିଦିଏ ଓ ଏହା ଆମ ସ୍ବାସ୍ଥ୍ୟପାଇଁ କେତେ ଆବଶ୍ୟକ ଶ୍ରୀ ସଞ୍ଜୟ ସାହୁ କହିଥିଲେ ।
ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ରାଜୀବ ପଣ୍ଡା, ପ୍ରିୟଙ୍କା ପାଢ଼ୀ, ଅର୍ଚ୍ଚନା ଚାନ୍ଦ, ମହାଲକ୍ଷ୍ମୀ ଦାସ, ଶାଶ୍ଵତୀ ବେହେରା, ସୁଜାତା ନାଏକ,ଅନୁପ ଦାସ, ସୌମ୍ଯ ବିଶ୍ବାଳ,ଅଭିଳାଷ ଦାସ, ସୌମୀତ୍ରି ସାହୁ,ଜନ୍ମେଜୟ ଆଚାର୍ଯ୍ଯ, ବିଶ୍ମିତା ଶବର,ସୋନାଲି ଦାସ, ପ୍ରଫୁଲ୍ଲ ପଟ୍ଟନାୟକ,ପ୍ରଫୁଲ୍ଲ ମହାନ୍ତି, ବିଷ୍ଣୁ ରଥ, ବାବୁଲା ଦାସ, ରବି ଗୌଡ, ଯୁଜା ବିଡ଼ିକା, ଏଲ ଏନ୍ ପାଢ଼ୀ, ଅଭି ବେହେରା, ପ୍ରମୁଖ ସହଯୋଗ କରିଥିଲେ।

You may have missed