March 10, 2026

ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷା ଫଳ ପ୍ରକାଶ ସହ କୃତି ଛାତ୍ରଛାତ୍ରୀ ଙ୍କୁ ସମ୍ବୋଧନ 

IMG-20250601-WA0042
Share

 

 

 

 

ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ପରୀକ୍ଷା ଫଳ। ଉଭୟ ସ୍ନାତକ ଓ ସ୍ନାତକୋତର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ଏକା ସାଙ୍ଗରେ ପ୍ରକାଶ ପାଇଛି। ସ୍ନାତକ ସମ୍ମାନରେ ୭୫.୨ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ସେହିପରି ସ୍ନାତକୋତ୍ତରରେ ୮୯ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ପ୍ରାଣୀ ବିଜ୍ଞାନ ବିଭାଗର ମୋନାଲିସା ପଣ୍ଡା ସମୁଦାୟ ୨୪୫୨ ନମ୍ବର ରଖି ଶ୍ରେଷ୍ଠ ଗ୍ରାଜୁଏଟ୍ ହୋଇଛନ୍ତି ।କଳାର ଭୂଗୋଳର ଦିବ୍ୟଜ୍ୟୋତି ନାୟକ ୨୩୯୭ ନମ୍ବର ଓ ବାଣିଜ୍ୟରେ ସୁପ୍ଲେଶ୍ଵର ସାହୁ ୨୩୫୪ ନମ୍ବର ସହ ଶ୍ରେଷ୍ଠ ସ୍ଥାନ ଦଖଲ କରିଛନ୍ତି । ବିବିଏରେ କୋମଳ ଝା ୨୨୯୮ ନମ୍ବର ରଖି ଶୀର୍ଷରେ ରହିଛନ୍ତି। ମହାବିଦ୍ୟାଳୟ ପରିସରରେ ଆଜି ପରୀକ୍ଷା ଫଳ ପୁସ୍ତିକାକୁ ଅଧ୍ୟକ୍ଷ ଡ. ନୀଳାଞ୍ଚଳ ପଟେଲ ଉନ୍ମୋଚନ କରିଥିଲେ । ଏହି ସମୟରେ ପରୀକ୍ଷା ନିୟନ୍ତ୍ରକ କ୍ୟାପ୍ଟେନ ଡ. ଅଭିମନ୍ୟୁ ଦାସ, ଶିକ୍ଷା ପ୍ରଶାସନ ଅଧିକାରୀ ଡା. ପ୍ରଫୁଲ୍ଲ ଚନ୍ଦ୍ର ରାଉତ, ପ୍ରଶାସନ ଅଧିକାରୀ ଡ. ମନୋରଂଜନ ମିଶ୍ର, ଅଧ୍ୟାପକ ଡ. ଦସନ୍ତ କୁମାର ସାହୁ, ଡ. ସୁରେଶ କୁମାର ରାଜହଂସ, ଡ. ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସମ୍ମାନ ସହ ସ୍ନାତକ ପରୀକ୍ଷା ଦେଉଥିବା ୭୩୮ ଜଣ ଛାତ୍ରଛାତ୍ରୀଙ୍କ ଭିତରୁ ୫୫୫ ଜଣ କୃତକାର୍ଯ୍ୟ ହୋଇଛନ୍ତି। ୨୫୦ ଜଣ ଡିଷ୍ଟିସନ ସହ ପୀଷ୍ଟ କ୍ଲାସ୍‌ରେ ପାସ୍‌ କରିଛନ୍ତି । ୧୯୧ ଜଣ ପ୍ରଥମ ଶ୍ରେଣୀ ଓ ୧୦୫ ଜଣ ଦ୍ଵିତୀୟ ଶ୍ରେଣୀରେ ଉତ୍ତୀର୍ଣ ହୋଇଛରି ହିନ୍ଦୀରେ ମାତ୍ର ୫୦ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଥିବା ବେଳେ ଗଣିତରେ ପାସ୍‌ କର ଶତ ପ୍ରତିଶତ ରହିଛି। ଆଜି ମହାବିଦ୍ୟାଳୟ ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି କୃତୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବଦ୍ଧିତ କରାଯାଇଥିଲା

 

ଅନୁଗୋଳ ରୁ ଅଜିତ୍ କୁମାର ଭୋଇ ଙ୍କ ରିପୋର୍ଟ