June 20, 2026

ପିପୁଲ୍ସ ହାଇସ୍କୁଲ ମାଟ୍ରିକ ଟପ୍ପରଙ୍କୁ ସମ୍ବର୍ଦ୍ଧନା ପ୍ରଦାନ 

IMG-20250530-WA0030
Share

ବୁଗୁଡା : ତା ୩୦/୦୫/୨୫ : ସ୍ଥାନୀୟ ପିପୁଲ୍ସ ହାଇସ୍କୁଲର ୧୯୭୨ ମାଟ୍ରିକ ବ୍ଯାଚ୍ ପ୍ରାକ୍ତନ ଛାତ୍ର ସଂଘ ପକ୍ଷରୁ ହାଇସ୍କୁଲ ପରିସରରେ ମେଧାବୀ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାକ୍ତନ ଛାତ୍ର ସଂଘର କୈଳାସ ଚନ୍ଦ୍ର ଦାଶଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଧାନ ଶିକ୍ଷକ କାଳୀ ଚରଣ ବେହେରା, ସମ୍ମାନିତ ଅତିଥି ଭାବେ ଏସ୍ଏମସି ସଭାନେତ୍ରୀ ସୁଜାତା ପାଢୀ , ଶିକ୍ଷକ ପ୍ରଶାନ୍ତ କୁମାର ଗୌଡ, ଅଭିଭାବକ କିଶୋର ଚନ୍ଦ୍ର ପାତ୍ର ପ୍ରମୁଖ ଯୋଗ ଦେଇ ମେଧାବୀ ଛାତ୍ରଙ୍କୁ ମାର୍ଗ ଦର୍ଶନ କରିଥିଲେ। ଏ ଅବସରରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୫୦୨ ମାର୍କ ହାସଲ କରି ସ୍କୁଲ ଟପର ଭାବେ ବିବେଚିତ ହୋଇଥିବା ଛାତ୍ର ସଂଗ୍ରାମ କେଶରୀ ପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥି ସହ ମାତୃଭାଷା ଓଡିଆ ବିଷୟରେ ସର୍ବାଧିକ ୯୪ ନମ୍ବର ହାସଲକାରୀ ସ୍କୁଲର ଅନ୍ଯତମ ମେଧାବୀ ଛାତ୍ର ସନ୍ତୋଷ କୁମାର ପରିଡାଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପରିଚାଳନାରେ ଅଭୟ ପ୍ରସାଦ ପାଣିଗ୍ରାହୀ ଓ ତ୍ରିଲୋଚନ ସାହୁ ସହଯୋଗ କରିଥିବା ବେଳେ ଟି. ସୁଦର୍ଶନ ପାତ୍ର ଅତିଥି ପରିଚୟ ପ୍ରଦାନ ଓ ଧନ୍ଯବାଦ ଅର୍ପଣ କରିଥିଲେ।

You may have missed