September 14, 2026

ଜ଼ିଲ୍ଲସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ବୈଠକ ଗଞ୍ଜାମ ର ସମସ୍ତ ବିଧାୟକ, ମନ୍ତ୍ରୀ ଓ ସାଂସଦ ଉପସ୍ଥିତ

IMG-20250529-WA0015
Share

ଛତ୍ରପୁର.ତା.୨୯/୫/୨୦୨୫(ଅରୁଣ କୁମାର ପଣ୍ଡା )ଜ଼ିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ବୈଠକଜ଼ିଲ୍ଲାପାଳଦିବ୍ୟଜ୍ୟୋତିପରିଡା ଙ୍କ ଅଧ୍ୟକ୍ଷତା ରେ ଜ଼ିଲ୍ଲାପରିଷଦ ସମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ଖଣି ଇସ୍ପାତ,ବାଣିଜ୍ୟ ଓ ପରିବହନମନ୍ତ୍ରୀ ବିଭୁତି ଜେନା, ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ ପାଣିଗ୍ରାହୀ, ଆସିକା ସାଂସଦ ଅନିତାଶୁଭପ୍ରିୟଦର୍ଶନୀ, ଖଲିକୋଟ ବିଧାୟକ ପୁର୍ଣ ଚନ୍ଦ୍ର ସେଠୀ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର,ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରା, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକ,ସୋରଡ଼ା ବିଧାୟକ ନୀଳ ମଣି ବିଶୋଇ,ଜ଼ିଲ୍ଲା ପରିଷଦ ଅଧକ୍ଷା ଅଞ୍ଜଳି ସ୍ୱାଇଁ ମଞ୍ଚାସିନ ଥିଲେ l ଅତିରିକ୍ତ ଜ଼ିଲ୍ଲାପାଳ ରାଜସ୍ୱ ଦେବ ଦତ୍ତ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l ଜଳସେଚନ, ସ୍ୱାସ୍ଥ୍ୟ, କୃଷି ରାଜସ୍ୱ ସମେତ ଅନ୍ୟାନ୍ୟ ବିଭାଗ ର ଆଲୋଚନା ହୋଇଥିଲା l ବର୍ଷା, ବନ୍ୟା ପୂର୍ବ ପ୍ରସ୍ତୁତି ନେଇ ଆଲୋଚନା ହୋଇଥିଲା l ଜଳସେଚନ, କ୍ଷୁଦ୍ରଜଳସେଚନ ବିଭାଗ, ର କାର୍ଯ୍ୟ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ l ଏହାର ସମସ୍ତ ରିପୋର୍ଟ ଆସନ୍ତା ୨ଦିନ ମଧ୍ୟରେ ଦେବା ପାଇଁ ଜ଼ିଲ୍ଲାପାଳ ନିର୍ଦେଶ ଦେଇଥିଲେ ପ୍ରାକୃତିକ ବିପର୍ଯୟ ର ପ୍ରସ୍ତୁତି ବୈଠକ ପରେ ମାନ୍ୟବର ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଜଳ ସେଚନ ବିଭାଗ ର ସମସ୍ତ ଅଧିକାରୀ ଓ ଗଞ୍ଜାମ ଜିଲ୍ଲା ର ବିଧାୟକ ଓ ସାଂସଦ ଙ୍କ ଉପସ୍ଥିତି ରେ ଜଳ ସେଚନ ର ବାକି ରହି ଥିବା କାର୍ଯ୍ୟ ର ସମୀକ୍ଷା କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ଙ୍କ ଲୋକାଭିମୁଖୀ କାର୍ଯ୍ୟ ଗୁଡିକ ଲୋକଙ୍କ ପାଖରେ କିଭଳି ଭାବରେ ପହଁଚି ପାରିବ ତାହା ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ

You may have missed