April 24, 2026

ଋତୁପର୍ଣ୍ଣା କଳା ସାହିତ୍ୟ ସଂସଦ ର ରଜ ମହୋତ୍ସ ପାଇଁ ପ୍ରସ୍ତୁତି କାର୍ଯ୍ୟକ୍ରମ

IMG-20250524-WA0038
Share

 

 

ତିର୍ତ୍ତୋଲ

 

ଜଗତସିଂହପୁର ଜିଲ୍ଲାର ଏକ ନିଆରା ପରମ୍ପରା ପାଳନ କରୁଥିବା ଅନୁଷ୍ଠାନ ହେଉଛି ଋତୁପର୍ଣ୍ଣା କଳା ସାହିତ୍ୟ ସଂସଦ l ନୃତ୍ୟ ଗୀତ ଆଦି କଳାତ୍ମକ କାର୍ଯ୍ୟକ୍ରମ ପାଇଁ ସଂସଦ ର ସମ୍ପାଦିକା ଅଧ୍ୟାପିକା ରାଜଶ୍ରୀ ସ୍ୱାଇଁ ଙ୍କର ଅକ୍ଲାନ୍ତ ଉଦ୍ୟମ ସତତ ପ୍ରଶଂସନୀୟ ଓ ଅଭିନନ୍ଦନୀୟ l ଦିନକୁ ଦିନ ଓଡ଼ିଆଙ୍କ ସଂସ୍କୃତି ପରମ୍ପରା ଅପଭ୍ର°ଶ ହେବାକୁ ବସିଥିବା ବେଳେ,ଆଗାମୀ ରଜ ପର୍ବ କୁ ଆଖି ସାମ୍ନାରେ ରଖି କଲେଜ ପଢୁଆ ଝିଅ ମାନଙ୍କୁ ନେଇ ଏକ ପ୍ରସ୍ତୁତି କାର୍ଯ୍ୟକ୍ରମ ଆୟୋଜିତ କରିଛନ୍ତି l ଏହି ପରିପ୍ରେକ୍ଷୀରେ ତିର୍ତ୍ତୋଲସ୍ଥିତ ପିନାକିଲ କୋଚିଂ ସେଣ୍ଟର ପରିସରରେ ” ଆମ ସଂସ୍କୃତି ଆମ ପରମ୍ପରା ରେ ବଉଳଲୋ ରଜ ଆସୁଛି “ଶୀର୍ଷକ ରେ କଲେଜ ସ୍ତରୀୟ ପ୍ରତିଯୋଗିତା ଓ ଆଲୋଚନା ଚକ୍ର ଅନୁଷ୍ଠିତ କରା ଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ସଂସଦ ର ସମ୍ପାଦିକା ଅଧ୍ୟାପିକା ରାଜଶ୍ରୀ ସ୍ୱାଇଁ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ,ସମାଜ ସୁଧାରକ ଡ଼ଃ ଅରୁଣ କୁମାର ପାଣି ସଭାପତିତ୍ୱ କରିଥିବା ବେଳେ, ମୁଖ୍ୟ ଅତିଥି ଭାବେ ଆଧ୍ୟାତ୍ମିକ ଗୁରୁ ନଳିନୀ ଜୀ ମହାରାଜ , ସମ୍ମାନିତ ଅତିଥି ଭାବେ ପ୍ରିୟ ଓଡ଼ିଆ ସାହିତ୍ୟ ସଂସଦ ସଭାପତି ରମେଶ ଚନ୍ଦ୍ର ବେହେରା , ମୁଖ୍ୟବକ୍ତା ଭାବେ ଆଦର୍ଶ ଶିକ୍ଷୟତ୍ରୀ ରୁନୁବାଳା ମଲ୍ଲିକ ,ପିନାକିଲ କୋଚିଂ ସେଣ୍ଟର ର ନିର୍ଦ୍ଦେଶକ ପବିତ୍ର କୁମାର ସ୍ୱାଇଁ ପ୍ରମୁଖ ଯୋଗଦାନ କରି ଭାରତୀୟ ସଂସ୍କୃତି ପରମ୍ପରା ଉପରେ ଆଲୋକପାତ କରିଥିଲେ l ପିଲାମାନଙ୍କ ମଧ୍ୟରେ ଗୀତ, ନାଚ, ବକ୍ତୃତା , ପୁଚି , ଶଙ୍ଖ, ହୁଳହୁଳି, ଦୌଡ଼ି ଡିଆଁ ପ୍ରଭୁତି ପ୍ରତିଯୋଗିତା କରାଯାଇ ପିଲାମାନଙ୍କୁ ପୁରସ୍କୃତ କରାଯାଇ ଥିଲା l ଅନୁଷ୍ଠାନ ତରଫରୁ ଆଗାମୀ ଦିନ ଗୁଡିକରେ ବିଭିନ୍ନ ସ୍ଥାନ ରେ ଏହିଭଳି କଳାରେ ରୁଚି ରଖୁଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇ ପ୍ରତିଭାବାନ ପିଲାଙ୍କୁ ସମ୍ବର୍ଦ୍ଧିତ ଓ ପ୍ରୋତ୍ସାହିତ କରାଯିବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ପ୍ରଦାନ କରାଯାଇଛି l

 

ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।

You may have missed