April 25, 2026

ପାରଳାଖେମୁଣ୍ଡି ମୁନିସିପାଲିଟି କାର୍ଯ୍ୟାଳୟ ସମ୍ମୁଖରେ ବସ୍ତିବାସିନ୍ଦାଙ୍କ ଆମରଣ ଅନଶନ ତୃତିୟ ଦିନରେ ପହଞ୍ଚିଲା ୫ ଜଣଙ୍କ ସ୍ୱାସ୍ଥ୍ୟ ବିଗିଡିଲା    

IMG-20250523-WA0055
Share

(ଗରୁଡ ଧ୍ଵଜ ଚୌଧୁରୀ) ପାରଳାଖେମୁଣ୍ଡି ପୌରପରିଷଦର୧୪ ନମ୍ବର ୱାର୍ଡ ସଞ୍ଜୟଗାନ୍ଧୀ କଲୋନୀ ଅଞ୍ଚଳରେ ଥିବା ବସ୍ତିବାସିନ୍ଦାଙ୍କ ପାନୀୟଜଳ ଓ ବିଦ୍ୟୁତ ସେବା ଆଦି ଯୋଗାଇବା ଦାବିରେ ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଗତ ବୁଧବାର ଠାରୁ ଆରମ୍ଭ ହୋଇ ଥିବା ଆମରଣ ଅନଶନ ଆଜି ତୃତୀୟ ଦିନରେ ପହଞ୍ଚିଛି. ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଅନଶନ ଧର୍ମଘଟ ଯୋଗୁଁ ୫ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ବିଶେଷ ଭାବେ ବିଗିଡି ଯାଇଥିବା ଖବର ମିଳିଛି. ଆମରଣ ଅନଶନରେ ବସିଥିବା ଲୋକଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଉଦବେଗଜନକ ରହିଛି. ଏମାନେ ହେଲେ ବସ୍ତି ସୁରକ୍ଷା ମଞ୍ଚର ଆବାହକ ସୁଜିତ କୁମାର ପ୍ରଧାନ, ଆଲ୍ଲୀଆନ୍ନା ଭାନୁ, ପି. ପଦ୍ମା, ପି. ରାମଲୁ ଆମ୍ମା, ଏମ. ସୀମାଞ୍ଚଳମ ପ୍ରମୁଖ ୫ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଥିବା ଦେଖାଦେଇଛି. ସୂଚନାଯୋଗ୍ୟଯେ ସଞ୍ଜୟ ଗାନ୍ଧୀ କଲୋନୀଟି ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ବୟଂ ଶାସିତ ମହାବିଦ୍ୟାଳୟ ପାଚେରୀକୁ ଲାଗିଥିବା ଏକ ବସ୍ତିରେ ରହୁଥ‌ିବା ୧୦ରୁ ଅଧିକ ପରିବାର ଏଯାଏଁ ମୌଳିକ ସୁବିଧା ପାଇପାରୁନାହାନ୍ତି। ଏନେଇ ସେମାନେ ବାରମ୍ବାର ପାରଳାଖେମୁଣ୍ଡି ପୌରପରିଷଦ ଓ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ | କିନ୍ତୁ ସମସ୍ୟାର ସମାଧାନ ନହେବା କାରଣରୁ ସେମାନେ ଆମରଣ ଅନଶନରେ ବସିଛନ୍ତି. ଗତକାଲି ଉପଜିଲ୍ଲାପାଳ, ତହସିଲଦାର, ପୌର ପରିଷଦ, ନିର୍ବାହୀ ଅଧିକାରୀ ଆମରଣ ଅନଶନରତ ଆନ୍ଦୋଳନକାରୀଙ୍କ ନିକଟକୁ ଯାଇ ସେମାନଙ୍କ ସହ ଆଲୋଚନା କରିଥିଲେ. ସେମାନଙ୍କ ଦାବି ନିଶ୍ଚିତ ପୂରଣ କରାଯିବ. ଏବଂ ଏଥିପାଇଁ ପ୍ରଶାସନକୁ କିଛି ଦିନ ସମୟ ଲାଗିବ. ତେଣୁ ଆନ୍ଦୋଳନରୁ ଓହରି ଯିବା ପାଇଁ କୁହାଯାଇଥିଲା. ହେଲେ ଆନ୍ଦୋଳନକାରୀମାନେ ଏନେଇ ଲିଖିତ ଭାବେ ଦେବା ପାଇଁ ପ୍ରଶାସନିକ ଅଧିକାରୀମାନଙ୍କୁ ଜଣାଇଥିଲେ. ଏଥିରେ ଅଧିକାରୀମାନେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ପରେ ଜଣାଇବୁ ବୋଲି କହି ଚାଲି ଯାଇଥିଲେ. ତେଣୁ ଆଜି ଏହି ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି.

You may have missed