ସ୍ୱପ୍ନାଦେଶ ରୁ ନିର୍ମାଣ ହୋଇଛି ଶନିଶ୍ଚର ମନ୍ଦିର,ପ୍ରତିବର୍ଷ ଯଜ୍ଞ ସହିତ କରାଯାଉଛି ପ୍ରସାଦ ବଣ୍ଟନ ..

ପୁରୀ ସହର ଖାକିମଠ ନୁଆସାହି ଦୀର୍ଘବର୍ଷ ହେବ ଏକ ଓସ୍ତ ବୃକ୍ଷ ରହିଅଛି l ଯେଉଁ ଓସ୍ତ ବୃକ୍ଷ କି ବଡ଼ ବଡ଼ ବାତ୍ୟାରେ ଭାଙ୍ଗିନାହିଁ l ଦୀର୍ଘ ଚଉଦ ବର୍ଷ ପୂର୍ବେ ସେହି ବୃକ୍ଷ ମୂଳରେ ନାଗନାଗୁଣୀ ଖେଳୁଥିବାର ସ୍ଥାନୀୟ ବାସିନ୍ଦା ଦେଖିବାକୁ ପାଇଥିଲେ l ଦିନକର ଘଟଣା ଦୁଇଜଣ ଯୁବକ ଥକା ମେଣ୍ଟାଇବା ପାଇଁ ସେହି ବୃକ୍ଷ ତଳେ ବସିଥିଲେ l ସେଠାରେ ବିଶ୍ରାମ ନେଉଥିବା ସମୟରେ ନିଦ ଆସିବାରୁ ଶୋଇପଡ଼ିଥିଲେ l ନିଦରେ ସୋଇଥିବା ସମୟରେ ସୁକାନ୍ତ ବାରିକ ନାମକ ଯୁବକଙ୍କୁ ସ୍ୱପ୍ନାଦେଶ ହେଲା ଯେ ଏଠାରେ ଏକ ମନ୍ଦିର ନିର୍ମାଣ କରି ଶନିଦେବଙ୍କୁ ପୂଜା କରିବାପାଇଁ l ସୁକାନ୍ତ ତାଙ୍କ ସାଙ୍ଗକୁ ଉଠାଇ ସାଇବାସିନ୍ଦାଙ୍କୁ ସବୁଘଟଣା ଜଣାଇବା ପରେ ସ୍ଥାନୀୟ ଯୁବକଙ୍କ ପ୍ରଚେଷ୍ଟା ଏବଂ ସହିତ ସାହିବାସିନ୍ଦାଙ୍କ ମିଳିତ ଉଦ୍ୟମରେ ଦୀର୍ଘ ଚଉଦ ବର୍ଷ ହେବ
ସେହି ବୃକ୍ଷ ତଳେ ଏକ ସୁନ୍ଦର ମନ୍ଦିର ହୋଇ ସନିଦେବ ପୂଜା ପାଇବା ସହିତ ମାଦକ୍ଷିଣକାଳୀ ଏବଂ ନବଗ୍ରହ ପୂଜା ପାଉଛନ୍ତି ଏହି ସ୍ଥାନରେ l ପ୍ରତିବର୍ଷ ଭଳି ଚଳିତବର୍ଷ ମନ୍ଦିର ପ୍ରତିଷ୍ଠା ଦିବସରେ ସୋମବାର ଠାରୁ ଗୁରୁବାର ପର୍ଯ୍ୟନ୍ତ କଳସ ଯାତ୍ରା, ଅଙ୍କୁରାରୋପଣ, ଯଜ୍ଞ ଠାରୁ ଆରମ୍ବ କରି ପୂର୍ଣ୍ଣାହୁତି ପର୍ଯ୍ୟନ୍ତ ମହାଡ଼ମ୍ବରେ ପାଳନ କରାଯିବା ସହିତ ଦୁଇ ହଜାର ରୁ ଉର୍ଦ୍ଧ ଭକ୍ତ ପ୍ରସାଦ ସେବନ କରିଥିଲେ l ଏହି କାର୍ଯ୍ୟକ୍ରମକୁ ସୁକାନ୍ତ ବାରିକଙ୍କ ସହିତ ମାନଗୋବିନ୍ଦ ଦଳାଇ, ରାକେଶ ପ୍ରଧାନ, ଉମେଶ ଚନ୍ଦ୍ର ଦାସ, ରବିନାରାୟଣ ଦାସ ଓ ପଣ୍ଡିତ ରଘୁନାଥ ଦାସଙ୍କ ସହିତ ଅନୁଷ୍ଠାନର ସମସ୍ତ ସଦସ୍ୟ ସଦସ୍ୟା ପରିଚାଳନା କରିବାରେ ସହଯୋଗ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ