May 24, 2025

କୋରାପୁଟ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ନବକଳେବର କେବେ

Share

 

*25 ବର୍ଷ ଧରି କାର୍ଯ୍ୟରତ କିରାଣୀ ମହୋଦୟାଙ୍କ ହେଉନି ବଦଳି

 

କୋରାପୁଟ () କୋରାପୁଟ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ବିଭିନ୍ନ କଳେଙ୍କାରୀକୁ ନେଇ ବିଗତ ଦିନ ଗୁଡିକରେ ଚର୍ଚ୍ଚାରେ ରହି ଆସିଛି I କାର୍ଯ୍ୟାଳୟରେ ଦୀର୍ଘ ବର୍ଷ ବର୍ଷ ଧରି କିଛି କିରାଣୀ ମାନଙ୍କର ବଦଳି ହେଉନଥିବା ବେଳେ ସେମାନଙ୍କର ମନମୁଖୀ କାର୍ଯ୍ୟ ଓ ଯେ କୌଣସି କାମ ପାଇଁ ଅତ୍ୟାଧିକ ହାତଗୁଞ୍ଜା ଦାବି କରିବାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ଜିଲ୍ଲାବାସୀ ଅତିଷ୍ଠ ହେଇପଡିଲେଣି I ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କାହିଁକି ବଦଳି ହେଉ ନାହିଁ ଏହି ଦୀର୍ଘ ବର୍ଷ ଧରି ଗୋଟିଏ ଅଫିସରେ ରହିଥିବା କିରାଣୀଙ୍କର I କିଛି କିରାଣୀଙ୍କର ପଦୋନ୍ନତୀ ହେଇ ବି ଅନ୍ୟତ୍ର ବଦଳି ହେଉନାହିଁ , ଏମାନେ କୁଆଡେ ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କୁ ଧରି ମୋଟା ରକମର ଉତ୍କଚ ଦେଇ ପୁଣି ସେହି ଅଫିସରେ ରହି ବିଭିନ୍ନ କଳେଙ୍କାରୀରେ ବୁଡି ରହୁଥିବା ବୁଦ୍ଧି ଜୀବୀଙ୍କ ମହଲରେ ଚର୍ଚ୍ଚା ହେଉଛି I ଏହି ଅଫିସର ଜଣେ ମହିଳା କିରାଣୀଙ୍କ ବିରୋଧରେ ଖବର ପ୍ରସାରଣ ପରେ ସେ ଉକ୍ତ ସାମ୍ବାଦିକଙ୍କୁ ବିଭିନ୍ନ ମହଲରୁ ଚାପ ପ୍ରୟୋଗ କରିଥିଲେ I ଏହି କିରାଣୀ ମହୋଦୟାଙ୍କୁ କୁଆଡେ କୌଣସି କାମ ଜଣା ନଥିବା ହେତୁ ସେ ଅନ୍ୟତ୍ର ବଦଳି ହେବାକୁ ରାଜି ହେଉନଥିବା ଚର୍ଚ୍ଚା ହେଉଛି I ଏହି ଆଦିବାସୀ ବହୁଳ ଅଞ୍ଚଳରେ ଏହି ଭଳି କିରାଣୀ ଅନେକ ବର୍ଷ ଧରି ଗାଦି ମାଡି ବସି ଅରଜକତା କରୁଛନ୍ତି I ଯେ କୌଣସି ସାଧାରଣ ଲୋକ କୌଣସି କାମ ପାଇଁ ଗଲେ ତାଙ୍କୁ ବିଭିନ୍ନ ଆଳ ଦେଖେଇ ହଜାର ହଜାର ଟଙ୍କା ହାତଗୁଞ୍ଜା ଆଦାୟ କରୁଥିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି I ତେବେ ଦେଖିବାକୁ ରହିଲା ଏବେ ବିଭିନ୍ନ କାର୍ଯ୍ୟାଳୟରେ ଅଧିକାରୀ, କିରାଣୀ ଓ ଅନ୍ୟ କର୍ମଚାରୀଙ୍କ ବଦଳି ହେଉଥିବା ବେଳେ କୋରାପୁଟ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ କେବେ ହେବ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିବା କିରାଣୀ ମାନଙ୍କର I ସରକାରୀ ନିୟମ ଅନୁସାରେ ଗୋଟିଏ କାର୍ଯ୍ୟାଳୟରେ ଜଣେ ସରକାରୀ କର୍ମଚାରୀର ସର୍ବନିମ୍ନ 3 ବର୍ଷ ଓ ସର୍ବାଧିକ 6 ବର୍ଷ କାର୍ଯ୍ୟକାଳ ଅବଧି ରହିଛି, କିନ୍ତୁ କୋରାପୁଟ ପରିବହନ କାର୍ଯ୍ୟାଳୟରେ ଏହି ମହିଳା କିରାଣୀ ଦୀର୍ଘ 25 ବର୍ଷ ହେଲା ଗାଦି ମାଡି ବସି ବିଭିନ୍ନ ଦୁର୍ନୀତିରେ ଲିପ୍ତ ରହୁଥିବା ଅଭିଯୋଗ ଆସିବା ସତ୍ୱେ ହେଉ ନାହିଁ ବଦଳି I ଏହି ବଦଳି ବାରମ୍ବାର ବାତିଲ ପଛରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଓ ସରକାରଙ୍କ ବଦଳି ନିୟମ ଅବମାନନା କେତେ ଯେ ଦୁର୍ନିତୀ ଗ୍ରସ୍ଥ ଏଥିରୁ ସ୍ପଷ୍ଟ ଅନୁମେୟ କରି ହେଉଛି I ଏହାକୁ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଓ ବୁଦ୍ଧିଜୀବି ମହଲରେ ତୀବ୍ର ନିନ୍ଦା କରା ଯାଇଛି I ବୁଦ୍ଧିଜିବୀଙ୍କ କହିବା ମୁତାବକ ସରକାର ଓ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଆଭିମୁଖ୍ୟ ଏହି ଭଳି ରହିଲେ କେବେ ବି ସରକାରୀ କାର୍ଯ୍ୟାଳୟ ଦୁର୍ନିତୀମୁକ୍ତ ହେବନାହିଁ I