May 23, 2025

ମହର୍ଷି ଗୁରୁକୂଳର ଛାତ୍ର ବି .ଅରବିନ୍ଦ ୫୫୪ /୬୦୦(92.33%) ନମ୍ବର ରଖି ଅବିଭକ୍ତ କୋରାପୁଟ ଜିଲ୍ଲାରେ ପ୍ରଥମ ..

Share

 

ଗୁଣପୁର -(ସୁରେନ୍ଦ୍ର ମହାନ୍ତି) ଆଜି ପ୍ରକାଶିତ ଯୁକ୍ତ ୨ ବାଣିଜ୍ୟ ଫଳାଫଳ ରେ ମହର୍ଷି ଗୁରୁକୂଳ ର ଛାତ୍ର ବି .ଅରବିନ୍ଦ ୫୫୪ /୬୦୦(92.33%) ନମ୍ବର ରଖି ଅବିଭକ୍ତ କୋରାପୁଟ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ବାଣିଜ୍ୟରେ ୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ସେଥି ମଧ୍ୟରୁ ୧୧ ଜଣ ପ୍ରଥମ ଶ୍ରେଣୀରେଓ ୭ ଜଣ ଦ୍ୱିତୀୟ ଶ୍ରେଣୀରେ ପାସ ହେଇଛନ୍ତି। ସେହିପରି ବିଜ୍ଞାନ ଫଳାଫଳ ରେ ମହର୍ଷି ଗୁରୁକୂଳ ର ଛାତ୍ରଛାତ୍ରୀ ମାନେ ପୂର୍ବ ବର୍ଷ ପରି ସଫଳତା ଦୋହରାଇଛନ୍ତି। ଅନୁଷ୍ଠାନରୁ ଜିଲ୍ଲାରେ ତିନି ଜଣ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖି ଜିଲ୍ଲାରେ ଅନୁଷ୍ଠାନ ର ଟେକ ବଜାୟ ରଖିଛନ୍ତି ।ସେଥି ମଧ୍ୟରୁ ରାହୁଲ ନାୟକ ୫୫୪ (୯୨.୩୩%),ଦେବାଶିଷ ଦାସ ୫୪୮ (୯୧.୩୩%), ପ୍ରଜ୍ଞା ପରମିତା ମାରଥା ୫୪୩(୯୦.୫୦%) ରଖି ଅନୁଷ୍ଠାନ ର ଗୌରବ କୁ ଶୀର୍ଷ ସ୍ଥାନରେ ପହଞ୍ଚେଇଛନ୍ତି ।ସେହିପରି ଅନୁଷ୍ଠାନ ରୁ ୨୮ ଜଣ ଛାତ୍ରଛାତ୍ରୀ ୫୦୦ମାର୍କ ରୁ ଅଧିକ ଏବଂ ୪୩ ଜଣ ଛାତ୍ରଛାତ୍ରୀ ୮୦% ରୁ ଅଧିକ ରଖିଛନ୍ତି । ବିଜ୍ଞାନ ରେ ୨୫୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ସେଥି ମଧ୍ୟରୁ ୧୭୫ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଇଛନ୍ତି,୬୬ଜଣ ଦ୍ୱିତୀୟ ଶ୍ରେଣୀରେ , ୦୨ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଇଛନ୍ତି । ରାୟଗଡା ଜିଲ୍ଲାରେ ସର୍ବମୋଟ ୬ ଛାତ୍ର ଛାତ୍ରୀ ୯୦% ହୋଇଥିଲା ବେଳେ ୩ଜଣ ଛାତ୍ରଛାତ୍ରୀ ମହର୍ଷି ଗୁରୁକୂଳର। ଛାତ୍ରଛାତ୍ରୀଙ୍କ ଏହି କୃତିତ୍ୱ ପାଇଁ ଅନୁଷ୍ଠାନ ର ଅଧ୍ୟକ୍ଷ ସନ୍ତୋଷ କୁମାର ଗୁରୁ, ସମ୍ପାଦକ ରାଜେଶ କୁମାର ପଣ୍ଡା, ନିର୍ଦେଶକ ଲୋକନାଥ ମିଶ୍ର, ଡିନ ପ୍ରିୟବ୍ରତ ବିଷୋୟୀ,ପ୍ରିନ୍ସପାଲ ରାମ ରଥ ଓ ସମସ୍ତ ଅଧ୍ୟାପକ ଅଧ୍ୟାପିକା କୃତିତ୍ୱ ଛାତ୍ରଛାତ୍ରୀ ଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି। ମହର୍ଷି ଗୁରୁକୁଳ ର ସଫଳତା ୯୦%ରେ ଚାରି ମହର୍ଷି ଗୁରୁକୁଳ ଥିବା ପ୍ରକାଶ।