April 29, 2026

ହାତରେ ଖଣ୍ଡା ଓ ତୀରଙ୍ଗା ଧରି ହଜାର ହଜାର ସମର୍ଥକଙ୍କ ସହିତ ସିନ୍ଦୁର କୁ ସମ୍ବୋର୍ଦ୍ଧନା ଜଣାଇଲେ ଉପାସନା ..

IMG-20250519-WA0074
Share

ଆମେ ଏକ।ଆମ ଦେଶର ସୁରକ୍ଷା ରେ ଆମେ ସମସ୍ତେ ଜଣେ ଜଣେ ସିପାହୀ।ଦେଶ ମାତୃକାର ସେବାରେ ଦିନ ରାତି ଲାଗିଥିବା ଓ ଅପରେସନ ସିନ୍ଦୂର ରେ ନିୟୋଜିତ ସମସ୍ତ ତିନି ସେନା କୁ ଆମେ ଧନ୍ୟବାଦ ଦେଉଛୁ ବୋଲି କହିଛନ୍ତି ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର l ।ଅପରେସନ ସିନ୍ଦୁରର ସଫଳତା ଓ ଭାରତୀୟ ସେନାବାହିନୀର ଦକ୍ଷତାକୁ ସମ୍ମାନ ଜଣାଇ ଆଜି ବ୍ରହ୍ମଗିରି ବିଧାୟିକା ଉପାସନା ହାତରେ ଖଣ୍ଡା ଏବଂ ତୀରଙ୍ଗା ପତାକା ଧରି ହଜାର ହଜାର ସମର୍ଥକ, ସଂକୀର୍ତନ, ସମରକଳା ପ୍ରଦର୍ଶନୀ ସହିତ ଢ଼ାବାଛକ ଠାରୁ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।ଏହାକୁ ଉଦଘାଟନ କରି ବିଧାୟିକା ଉପାସନା ଆମ ସେନା ର ପରାକ୍ରମ ସମଗ୍ର ବିଶ୍ବ ଦେଖି ଆଚମ୍ବିତ ହୋଇଛି।ଏହା ଏକ ଐତିହାସିକ ସଫଳତା।ପ୍ରଧାନମନ୍ତ୍ରୀ ଙ୍କ ନେତୃତ୍ୱରେ ଆମ ଶତ୍ରୁ ଦେଶକୁ ସେନା ପରାସ୍ତ କରିଛି।ତେଣୁ ଆମେ ପ୍ରତ୍ୟେକ ଭାରତବାସୀ ଏଥିପାଇଁ ଗର୍ବ ଅନୁଭବ କରିବା ।ଆମ ସେନାକୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇବା ଆମ ସମସ୍ତଙ୍କ କର୍ତ୍ତବ୍ୟ ବୋଲି ସେ କହିଥିଲେ। ଆମ ସେନା ମାଧ୍ୟମର ଏହି ବିପୁଳ ବିଜୟ ବିଶ୍ବ ରେ ଆଲୋଡନ ସୃଷ୍ଟି ସହ ଆମେ ଯେ କେତେ ପରାକ୍ରମୀ ତାହାର ପ୍ରମାଣ ମିଳିଛି ବୋଲି କହିଥିଲେ।ଆତଙ୍କୀ ଆକ୍ରମଣ ର ସଠିକ ଜବାବ ଦେଇ ଭାରତ ଉପଯୁକ୍ତ ପ୍ରତିଶୋଧ ନେଆ ପାରିଛି ବୋଲି ସେମାନେ କହିଥିଲେ।ଏହି ଶୋଭାଯାତ୍ରା ଶ୍ରୀଅଲାରନାଥ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା।ଅତିଥି ମାନେ ସିଂହଦ୍ଵାର ସମ୍ମୁଖରେ ଦୀପଦାନ କରି ସେନା ମନୋବଳ ବୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ। ଜାମ୍ମୁକାଶ୍ମୀର ର ପହେଲଗାଓଁଠାରେ ହୋଇଥିବା ଆତଙ୍କବାଦୀ ଘଟଣା ପ୍ରତିବଦଳରେ ଅପରେସନ ସିନ୍ଦୁରର ସଫଳତା,ଦେଶର ସୀମା ସୁରକ୍ଷା ଦାୟିତ୍ୱରେ ଥିବା ସେନାକୁ ଧନ୍ୟବାଦ ଜଣାଇ ସେମାନଙ୍କ ମନୋବଳ ବୃଦ୍ଧି ପାଇଁ ଏହି ଶୋଭାଯାତ୍ରା ଆୟୋଜିତ ହୋଇଥିଲା।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed