May 17, 2025
Share

 

୧-ଭୁବନେଶ୍ୱର:କାଳବୈଶାଖୀର ମୃତ୍ୟୁ ତାଣ୍ଡବ, ବଜ୍ରପାତରେ ଗଲା ୧୩ ଜୀବନ,୧୫ ଗୁରୁତର,ଆଜି ୧୩ ଜିଲ୍ଲାକୁ ସତର୍କ ସୂଚନା ଜାରି।

 

୨-କଟକ:୧୯ରୁ ଜୁନ୍ ୧୬ ଯାଏଁ ହାଇକୋର୍ଟର ଗ୍ରୀଷ୍ମ ଅବକାଶ।

 

୩-୨୦ରେ ସରିବ ସ୍ନାତକ ନାମଲେଖା ଆବେଦନ,ଏ ଯାଏଁ ୨୫ ପ୍ରତିଶତ ଆବେଦନ ହୋଇନାହିଁ।

 

୪-ଜ୍ଞାନପୀଠ ପୁରସ୍କାରରେ ସଂସ୍କୃତ ପଣ୍ଡିତ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ସମ୍ମାନିତ।

 

୫-ବିଜେଡି ନେତା ରାଜା ଚକ୍ରର ଫାର୍ମ ହାଉସ ବାଜ୍ୟାପ୍ତି ହେବ, ୩ ଏକର ଲିଜରେ ନେଇ ୭ ଏକର ମାଡ଼ି ବସିଥିଲା।

 

୬-ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଖଣ୍ଡପଡ଼ା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିରଞ୍ଜନ ଧଳ।ଠିକାଦାରଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ।

 

୭-ଟ୍ରାନ୍ସଜେଣ୍ଡର ବୋର୍ଡ ଗଠନ କଲେ ରାଜ୍ୟ ସରକାର, ଟ୍ରାନ୍ସଜେଣ୍ଡରଙ୍କ ସ୍ବାର୍ଥ ଓ ଅଧିକାର ପାଇଁ କାମ କରିବ ବୋର୍ଡ।

 

୮-ଶିକ୍ଷକ ବଦଳି ପାଇଁ ଜୋରଦାର ଲବି, ନେତାମାନଙ୍କ ପାଖରେ ପଡ଼ିଛି ଡେରା।

 

୯-ପୁରୀ:ମଶାଣିଚଣ୍ଡୀ ସାହିରେ ବୀଭତ୍ସ ହତ୍ୟାକାଣ୍ଡ , ପଇଡ ତୋଳା ବିବାଦକୁ ନେଇ ଯୁବକଙ୍କୁ ହାଣି ହତ୍ୟା।

 

୧୦-ନେବରଗୁଡ୍ ବା ପଡୋଶୀଙ୍କ ସହ ସୁସମ୍ପର୍କ…ଏହି ବିଷୟବସ୍ତୁକୁ ନେଇ ଆଜି ଓଡ଼ିଶା, ଭାରତର ଅନ୍ୟାନ୍ୟ ରାଜ୍ୟ ଓ ୧୨୦ଟି ଦେଶରେ ପାଳିତ ହେଉଛି ଆର୍ଟ ଅଫ ଗିଭିଂର ଦ୍ବାଦଶତମ ପ୍ରତିଷ୍ଠା ଦିବସ।

 

୧୧-କେନ୍ଦ୍ରାପଡା:ଓଷ୍ଟା, ଡେରାବିଶ ଶାଖା ତରଫରୁ KPS ପ୍ରାଙ୍ଗଣରେ A1 ଛାତ୍ରଛାତ୍ରୀମାନଙ୍କ ସମ୍ବର୍ଧନା ସଭା ଅନୁଷ୍ଠିତ, ସଭାପତିତ୍ବ କରିଥିଲେ ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ରୀ ପୀତବାସ ପଣ୍ଡା।

 

୧୨-ଚାକିରି ଦେବାକୁ କହି ଠକି ନେଲେ ୬୦ ଲକ୍ଷ ; କମିସନରେଟ୍ ପୁଲିସର ତନାଘନା,ଶୋଭନ ଦାସ ଗିରଫ।

 

୧୩-କଟକ ନେତାଜୀ ସେତୁ ଉପରେ ସିରିଜ୍ ଦୁର୍ଘଟଣା ; ପଛକୁ ପଛ ପିଟିହେଲା ୫ଟି କାର୍।

 

୧୪-ବ୍ରହ୍ମପୁର:ବହୁ ଚର୍ଚ୍ଚିତ ୨୦୧୩ ମସିହା ଶାନ୍ତି ମିଶ୍ର ହତ୍ୟାକାଣ୍ଡ, ଅନ୍ୟତମ ଶେଷ ଅଭିଯୁକ୍ତ ମାଧବ ପାଣିଗ୍ରାହୀ ଗିରଫ।

 

୧୫-କଟକ:ଅତିରିକ୍ତ ବିଡିଓ ଅସିତ କୁମାର ପାତ୍ରଙ୍କୁ ଗିରଫ କଲା ଭିଜିଲାନ୍ସ, ଆୟ ଠାରୁ ୨ ଶହ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଥିବା ସୂଚନା

 

୧୬-ପୁରୀ: ୨୮ଜୁନରୁ ୬ ଜୁଲାଇ ମଧ୍ୟରେ ଗର୍ଭଗୃହ ଓ ବାହାର ରତ୍ନଭଣ୍ଡାର ମରାମତି କରାଯିବ।

 

୧୭-ନୂଆ ଦିଲ୍ଲୀ:IPL ଅବଶିଷ୍ଟ ମ୍ୟାଚ୍ ଆଜିଠାରୁ, ପ୍ରତିଶୋଧ ଲକ୍ଷ୍ୟରେ କୋଲକାତା।

 

୧୮-ଦୋହା:ଇତିହାସ ରଚିଲେ ନୀରଜ ଚୋପ୍ରା, ୯୦.୨୩ ମିଟର ଦୂରକୁ ଜାଭେଲିନ ଫିଙ୍ଗି କଲେ ନୂଆ ରେକର୍ଡ।

 

୧୯-ଆସନ୍ତା ମାସରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ; ରାଜ୍ୟ ବିଜେପିର ସରକାରଙ୍କ ବର୍ଷ ପୂର୍ତ୍ତି ସମାରୋହରେ ଯୋଗ ଦେଇ ପାରନ୍ତି ନରେନ୍ଦ୍ର ମୋଦୀ ଓ ଅମିତ ଶାହା।

 

୨୦-୨୦୦ ଅଙ୍କ ଖସିଲା ସେନ୍‌ସେକ୍ସ, ତଥାପି ନିବେଶକଙ୍କ ଲାଭ ୨.୫ ଲକ୍ଷ କୋଟି ଟଙ୍କା।

 

୨୧-ପାକ୍ ହାତରୁ ଖସୁଛି ବେଲୁଚିସ୍ଥାନ,ଭାରତର ସମର୍ଥନ ଲୋଡିଲେ ବେଲୁଚି ନେତା।

 

୨୨-ଚାଲିଛି ରୁଷ-ୟୁକ୍ରେନ ଆଲୋଚନା, ହୋଇପାରେ ୩୦ ଦିନିଆ ଅସ୍ତ୍ରବିରତି।

 

୨୩-ହଂକଂ ଏବଂ ସିଙ୍ଗାପୁରରେ ପୁଣି ଥରେ କରୋନା ଭାଇରସ୍ ମାମଲା ବୃଦ୍ଧି, ଭାରତକୁ ସତର୍କ କଲେ ବିଶେଷଜ୍ଞ।

 

🙏 *ସୁପ୍ରଭାତ* 🙏

You may have missed