ମୋହନା ପୋଲ ଉପରେ ସାଧାରଣ ବର୍ଷା ହେଲେ ଆଣ୍ଠୁଏ ପାଣି ଜାତୀୟ ରାଜପଥ ଅଧିକାରୀ ଙ୍କ ଦୃଷ୍ଟି ପଡ଼ିବ କେବେ ..

IMG-20250517-WA0016
Share

ଗଜପତି ଜିଲ୍ଲା ସଦର ମହକୁମା ମୋହନା ଠାରେ ଗତ କିଛି ଦିନ ଧରି କାଳବୈଶାଖୀ ବର୍ଷା ପ୍ରଭାବରେ ମୋହନା ଠାରୁ ଅଡବା ଯିବା ରାସ୍ତା ପାଣ୍ଡା ଛକ ନିକଟରେ ଥିବା ପୋଲ ଉପରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହୁଥିବା ଦେଖିବାକୁ ମିଳୁଛି। ବର୍ଷା ହେବା ସମୟରେ ଯଦି କେହି ବ୍ୟକ୍ତି ଚାଲି ଚାଲି କିମ୍ବା ମୋଟର ସାଇକେଲ ରେ ଯିବା ଆସିବା କରନ୍ତି ତେବେ ମଇଳା ଆବର୍ଜନା ପାଣି ଲୋକଙ୍କ ଉପରକୁ ଛିଟିକି ପଡ଼ି ଓଦା ହେଉଥିବା ଦେଖିବାକୁ ମିଳୁଛି। ପୋଲ ଉପର ଦୁଇ ପାର୍ଶ୍ଵରେ ମାଟି କାଦୁଅ ସହ ଘାସ ଜମି ବର୍ଷା ପାଣି ନିଷ୍କାସିତ ହେଉନଥିବା ରୁ ଲୋକେ ଯିବା ଆସିବା ରେ ଅସୁବିଧା ହେବା ସଙ୍ଗେ ବହୁ ସମୟରେ ଛୋଟ ବଡ ଦୁର୍ଘଟଣା ମାନ ଘଟୁଥିବା ଅଭିଯୋଗ ହେଉଛି। ଏହି ବିଷୟ ସ୍ଥାନୀୟ ପୂର୍ତ୍ତ ବିଭାଗ ଅଧିକାରୀ ଙ୍କୁ ଅବଗତ କରାଯିବାରୁ ଏହି ରାସ୍ତା ପୂର୍ତ୍ତ ବିଭାଗର ନୁହଁ ଜାତୀୟ ରାଜପଥ ବିଭାଗ ଅଧୀନରେ ଆସୁଥିବା କହି ଘଟଣାକୁ ଏଡାଇ ଦେଇଛନ୍ତି। ଏହି ବିଷୟ ଜାତୀୟ ରାଜପଥ ବିଭାଗ ଅଧିକାରୀ ଙ୍କ ଦୃଷ୍ଟିକୁ ଆଣିବାକୁ ମୋବାଇଲ ମାଧ୍ୟମରେ ଚେଷ୍ଟା କରିଥିକୁ କିନ୍ତୁ ମୋହନା ଅଞ୍ଚଳ ଦାୟିତ୍ୱରେ ଥିବା ବିଭାଗ ର କନିଷ୍ଠ ଯନ୍ତ୍ରୀ ମୋବାଇଲ ରିଙ୍ଗ ହୋଇଥିଲା କିନ୍ତୁ ମୋବାଇଲ ରିସିଭ କରିନଥିଲେ। ମୋହନା ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ କିମ୍ବା କୌଣସି ଉଚ୍ଚ ଅଧିକାରୀ ମୋହନା ଅଞ୍ଚଳ ପାଇଁ ନିଯୁକ୍ତି ହୋଇଛନ୍ତି ସେମାନଙ୍କର ମୋହନା ଅଞ୍ଚଳରେ ଦେଖା ମିଳୁନଥିବା ବେଳେ ଅଞ୍ଚଳ ବାସୀ କାହାକୁ ଅଭିଯୋଗ ଏବଂ ଅସୁବିଧା ଜଣାଇବେ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି। ଜିଲ୍ଲାପାଳ ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ପ୍ରବଳ ଦାବୀ ହେଉଛି।

You may have missed