September 22, 2026

ଛତ୍ରପୁର ବ୍ରହ୍ମ କୁମାରୀ ଆଶ୍ରମ ରେ 30ତମ ବାର୍ଷିକ ଉତ୍ସବ ପାଳିତ

IMG-20250515-WA0037
Share

 

 

ଛତ୍ରପୁର-୧୫/୫/୨୫(ଅରୁଣ କୁମାର ପଣ୍ଡା )ଛତ୍ରପୁର ସ୍ଥିତ ପ୍ରଜାପିତା ବ୍ରହ୍ମ କୁମାରୀ ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ପରିସର ର ଶାନ୍ତି ଅନୁଭୂତି ଭବନ ରେ ଅଧ୍ୟାତ୍ମିକ କାର୍ଯ୍ୟକ୍ରମ ସହ ଆଡମ୍ବର ରେ ପାଳିତ ହେଲା 29 ତମ ବାର୍ଷିକ ଉତ୍ସବ। ଓଁ ର ଧ୍ଵନୀ ନାଦ ରେ କମ୍ପି ଉଠିଥିଲା ସାରା ଆଶ୍ରମ। ଶାଖା ମୁଖ୍ୟ ବି କେ ବିଜୟଲକ୍ଷ୍ମୀ ଭଉଣୀ ଙ୍କ ପୌରହିତ୍ୟ କ୍ରମେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ମୁନିଶିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ଡ଼ା ସ୍ଵାଧୀନ ରଥ ମହୋଦୟ। ତତ୍ସହିତ ରାଜସ୍ଥାନ ର ମାଉଣ୍ଟ ଟାବୁ ରୁ ଅଧ୍ୟାତ୍ମିକ ବକ୍ତା ଭି କେ ସହଦେବ ଓ ଛତ୍ରପୁର ସମର୍ଥ ଅନୁଷ୍ଠାନ ର ମୁଖ୍ୟାଧ୍ୟାପକ କେ ଆନନ୍ଦ କୁମାର ରାଓ ଅତିଥି ରୂପେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଡ଼ା ରଥ କହିଥିଲେ ଯେ ବିଶ୍ଵ କଲ୍ୟାଣ ରେ ପ୍ରଜାପିତା ଙ୍କ ଅତୁଳନୀୟ ଅବଦାନ ରହିଛି ଯାହା ଦ୍ଵାରା କୋଟି କୋଟି ଲୋକ ଓଁ ର ପ୍ରକୃତ ଭାବ କୁ ବୁଝି ପାରିଛନ୍ତି ଓ ଅନ୍ତରାତ୍ମା ରେ ଶାନ୍ତି ଅନୁଭବ କରିଛନ୍ତି।ଏହି ସୁନ୍ଦର ସଂଘଠନ ର ସମାଜ ପ୍ରତି ଅବଦାନ ଚିର ସ୍ମରଣୀୟ। ଡ଼ା ରଥ ଏକ ସୁନ୍ଦର ଅଧ୍ୟାତ୍ମିକ କବିତା ମାଧ୍ୟମ ରେ ସଭା କୁ ସମ୍ବୋଧନ କରିଥିଲେ। ଅନ୍ୟ ଅତିଥି ମାନେ ମଧ୍ୟ ନିଜ ନିଜ ମନ ର ଭାବନା କୁ ପ୍ରକାଶ କରିଥିଲେ। ଶେଷ ରେ ଭଉଣୀ ବିଜୟଲକ୍ଷ୍ମୀ ସଭା କୁ ସମ୍ବୋଧନ କରିଥିଲେ ଏବଂ ସତ୍ୟ ନାରାୟଣ ରେଡ୍ଡୀ ଧନ୍ୟବାଦ୍ ଅର୍ପଣ କରି କାର୍ଯ୍ୟକ୍ରମ କୁ ବିରାମ ଦେଇଥିଲେ।

You may have missed