April 25, 2026

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଠାରେ ମନ୍ତ୍ରୀଙ୍କ ଦ୍ବାରା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭ ଉଦଘାଟନ……….

IMG-20250514-WA0048
Share

 

 

ନବରଙ୍ଗପୁର:- (ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ର ବିଭିନ୍ନ ପଂଚାୟତ ରେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଙ୍କ ଦ୍ୱାରା ଶୁଭ ଉଦଘାଟନ ହୋଇଯାଇଛି।

ସୂଚନା ଅନୁଯାଇ ଶ୍ରୀ ମନ୍ତ୍ରୀ ସରଗୁଲି ଠାରେ ଥିବା ନର୍ସରୀ ରେ ନୂତନ ଭାବେ ନିର୍ମିତ ୟୁକୋ ଟୁରିଯିମ କମ୍ପଲେକ୍ସ ର ଶିଳାନ୍ୟାସ ଶୁଭ ଉଦଘାଟନ କରିଥିଲେ ଯାହାଦ୍ୱାରା ଜିଲ୍ଳାର ପର୍ଯଟନ କ୍ଷେତ୍ରରେ ଉନ୍ନତି ସହ ଓଡିଶା ର ଆର୍ଥିକ ପ୍ରଗତୀ ର ବଡ଼ ସମ୍ଭାବନା ଯୋଡି ହେବା ସହ ସ୍ଥାନୀୟ ଅଞ୍ଚଳ ର ବିକାଶ ହେବା ସହିତ ଅର୍ଥନୈତିକ ଅଭିବୃଦ୍ଧି ର ନୂତନ ଅଧ୍ୟାୟ ସୃଷ୍ଟି ହେବ ସେହିପରି ସରଗୁଲି ଗ୍ରାମରେ ଥିବା ବିଦ୍ୟାଳୟ ରେ ଅତିରିକ୍ତ ଶ୍ରେଣୀଗୃହ ଓ ଗ୍ରାମରେ ମଣ୍ଡପ ର ଉଦଘାଟନ କରିଥିଲେ କଚାରପାରା ଡି.ଏନ.କେ ୨ନମ୍ବର ଗ୍ରାମ ଠାରେ ରାଧାଗୋବିନ୍ଦ ମନ୍ଦିର ଓ ଭୋଗ ମଣ୍ଡପ ର ଶିଳାନ୍ୟାସ କରିଥିଲେ, ମହଣ୍ଡ ପଂଚାୟତ ର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ ର ପ୍ରସ୍ତର ସ୍ଥାପନ କରିବା ସହ ଅନେକ ଗ୍ରାମରେ ନୂତନ ନଳକୂପ ଖୋଳାଇବା ପାଇଁ ଅନୁମତି ଦେଇଥିଲେ ପରିଶେଷରେ ହାଟଭରଣ୍ଡୀ ଠାରେ ପାରମ୍ପରିକ ମଣ୍ଡେଇ ରେ ଯୋଗଦେଇ ଦେବା ଦେବି ଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ରାଇଘର ଭାରତୀୟ ଜନତା ପାର୍ଟି ର ପ୍ରମୁଖ କାର୍ଯ୍ୟକର୍ତା ସନ୍ତୋଷ ମହାପାତ୍ର, ଟୁକୁନା ସାମନ୍ତରାୟ, ବସନ୍ତ ଡଙ୍ଗରି, ଜିତେନ୍ଦ୍ର ଶ୍ରୀବାସ୍ତବ, ଯୋଗେନ୍ଦ୍ର ପାଇକ, ଶ୍ୟାମଲାଲ କଲାର, ଲବ, କୁଳ କୁଳଦୀପ, ପ୍ରକାଶ ହାଲଦାର, ବିକାଶ ମିସ୍ତ୍ରୀ, କୁଶ କୁଳଦୀପ, ନିତାଇ ମଣ୍ଡଳ, ଫଗନୁ ଗଣ୍ଡ, କ୍ରିଷ୍ଣ ମଣ୍ଡଳ, ରିଙ୍କୁ ଶ୍ରୀବାସ୍ତବ, ତିରୁପତି ପାତ୍ର, ସୁଜିତ ପଦ୍ଦାର, ଭାଗିରଥ୍ ପ୍ରଧାନ, ଲଳିତ ନାୟକ, ତ୍ରିନାଥ ରେଲି, ଚନ୍ଦୁ ଦେବତା, ପେଣ୍ଡରା ସୁନାନୀ, ଗୋପାଳ ସୁନାନୀଙ୍କ ସହ ରାଇଘର ଅଞ୍ଚଳର ବହୁ କର୍ମକର୍ତା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।