April 29, 2026

ଗଞ୍ଜାମ ପୋଲିସ କୁ ମିଳିଲା ବଡ ସଫଳତା ୨୦ ଜଣ ଅଭିଯୁକ୍ତ ସହ  ୮ ମାଉଜର୍ ଓ ୩୧ ଅଫୁଟା ଗୁଳି ସହ ୧୪ ମୋବାଇଲ ଜବତ

IMG-20250513-WA0046
Share

 

ଛତ୍ରପୁର. ତା ୧୩/୦୫/୨୫ (ଅରୁଣ କୁମାର ପଣ୍ଡା )ଗଞ୍ଜାମ ପୋଲିସ ଜିଲ୍ଲାକୁ ପୁଣି ମିଳିଲା ବଡ଼ ସପଳତା । ଗଞ୍ଜାମ ପୋଲିସ ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ଅପରାଧୀମାନେ ସକ୍ରିୟ ହୋଇ ବିଭିନ୍ନ ଅପରାଧିକ କାଣ୍ଡ ଘଟାଉଥିବା ବେଳେ ଏବେ ଗଞ୍ଜାମ ପୋଲିସ ର ଏକ ସ୍ୱତନ୍ତ୍ର ଡ୍ରାଇଭ କରି ସେମାନଙ୍କ ଉପରେ ଚଢାଉ କରି ସେମାନଙ୍କ ଠାରୁ ବିଭିନ୍ନ ମାରଣାସ୍ତ୍ର ଜବତ କରିବା ସହ ସେମାନକୁ ଗିରଫ କରିଛି ଗଞ୍ଜାମ ପୋଲିସ । ଗଞ୍ଜାମ ଏସପି ଶୁଭେନ୍ଦୁ ପାତ୍ର ଙ୍କ ଏକ ଟିମ ଗଠନ କରି ଜିଲ୍ଲାର ଭଞ୍ଜନଗର, କୋଟିନାଡ଼ା, ଆସ୍କା , ଗୋଳନ୍ଥରା, ଦିଗପହଣ୍ଡି,ଚମାଖଣ୍ଡି, ଛତ୍ରପୁର,ରମ୍ଭା,ସହ ଜିଲ୍ଲାର ବିଭିନ୍ନ ଥାନା ଅଂଚଳରୁ ବିଭିନ୍ନ ଅପରାଧିକ ମାମଲାରେ ଲିପ୍ତ ଥିବା ଅପରାଧୀ ମାନଙ୍କ ମଧ୍ୟରୁ ରାମ ଗୌଡ଼ ନାମ ରେ ୪ କେଶ୍ ଥିବା ବେଳେ ପିଣ୍ଟୁ ଗୌଡ଼ ନାମରେ ୯ ଟି କେଶ୍ ,ରାଜୁ ଜେନା ୧ , ସନ୍ତୋଷ କୁମାର ବେହେରା ନାମରେ ୧୩ ଟି ଥିବା ବେଳେ ରାଜେଶ୍ ମହାରଣା ର ୨ ଟି ,ପ୍ରତାପ କୁମାର ଜେନା ର ୩ ଟି ଘନଶ୍ୟାମ ବେହେରା ର ୭ ଟି,ଅଜିତ୍ ପଲେଇ ୩ ଟି,ଟୁକୁନା ବାରିକ୍ ନାମରେ ୧ ଥିବା ବେଳେ ଚିଣ୍ଟୁ ଦାସ ୭ ଟି,ରାଜୁ ଗୌଡ଼ ୨ ଟି,ହିନ ସାମଲ ନାମରେ ୬ ଟି ଥିବା ବେଳେ ରାଜି ସେଠୀ ନାମରେ ଗୋଟିଏ କେଶ୍ ରହିଛି ,ମୋଟ ୨୦ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି ଗଞ୍ଜାମ ପୋଲିସ୍ । ସେମାନଙ୍କ ଠାରୁ ୮ ଟି ବନ୍ଧୁକ, ୧୪ ଟି ମୋବାଇଲ ଫୋନ, ୩୧ ଟି ଜୀବନ୍ତ ଗୁଳି, ୧୨ଟି ମାଗାଜିନ କୁ ମଧ୍ୟ ପୋଲିସ ଜବତ କରିଛି। ଏ ନେଇ ଆଜି ଗଞ୍ଜାମ ଏସପି ଙ୍କ ସମିଳନୀ କକ୍ଷ ରେ ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର ଏକ ସାମ୍ବାଦିକ ସମିଳନୀ ରେ ସୂଚନା ଦେଇଛନ୍ତି । ସାମ୍ବାଦିକ ସମିଳନୀ ରେ ଗଞ୍ଜାମ ଏସପି ଶୁଭେନ୍ଦୁ ପାତ୍ରଙ୍କ ସମେତ ଆଡ଼ିସିନାଲ ଏସପି ରଂଜିତ କୁମାର ପୃଷ୍ଟି ଙ୍କ ସହ ଆସ୍କା ଏସ ଡି ପି ଓ ସନ୍ତୋଷ କୁମାର ଜେନା, ଆସ୍କା ଥାନା ଅଧିକାରୀ କୁଳ ମଣି ସେଠୀ ଏବଂ ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠୀ, ପୋଲସରା ଥାନା ଅଧିକାରୀ କୌଶକି ମାଝି, କୋଟିନଡ଼ା ଥାନା ଅଧିକାରୀ ଦାମୋଦର ବିହାରୀ, ଙ୍କ ସମେତ ସମସ୍ତ ଥାନା ଅଧିକାରୀ ମାନେ ଉପସ୍ଥିତ ଥିଲେ ।

You may have missed