April 25, 2026

ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ଲାଗି ମା ଓ ଶିଶୁପୁତ୍ର ମୃତ, ଶାଶୂ ଗୁରୁତର

IMG-20250513-WA0053
Share

 

 

କେନ୍ଦୁଝର : ( ରତି ରଞ୍ଜନ ମହାନ୍ତ ) କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ବାଂଶପାଳ ବଜାରରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିଦ୍ୟୁତ ସଂସ୍ପର୍ଶରେ ଆସି ସ୍ଥାନୀୟ ବାଂଶପାଳ ବଜାରର ସୌମ୍ୟ ରଞ୍ଜନ ବେହେରାଙ୍କ ସ୍ତ୍ରୀ କଳ୍ପନା ମହାକୁଡ଼ (୨୩), ଓ ୨ ବର୍ଷର ଶିଶୁପୁତ୍ର (ଶୁଭ୍ରଜିତ ବେହେରା) ଙ୍କ ମୃତ୍ୟୁ ଘଟିଥ‌ିବା ବେଳେ ମା ଶାନ୍ତିଲତା ବେହେରାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

 

ଏହି ଦୁଃଖ ଦୁଃଖଦ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

 

ସୂଚନା ଅନୁସାରେ ଆଜି ସକାଳ ସାଢେ ୧୦ଟା ବେଳେ କଳ୍ପନା ମହାକୁଡ଼ ଘର ଅଗଣାରେ ଲୁଗା ଶୁଖାଉଥିବା ବେଳେ ପାଖରେ ଯାଇଥିବା ଇଲେକ୍ଟ୍ରି ତାରଟି ଲୁଗା ଶୁଖାଉଥୂବା ତାର ସହିତ ରଷ୍ଟ ହୋଇ, ବିଦ୍ୟୁତ ସଂସ୍ପର୍ଶରେ ଲାଗି ଯାଇଥିଲା। ଫଳରେ କଳ୍ପନାଙ୍କୁ ବିଦ୍ୟୁତ ଆଘାତ ହୋଇଥିଲା। ପାଖରେ ଥିବା ୨ ବର୍ଷର ଶିଶୁ ପୁତ୍ର ମାର ଚିତ୍କାର ଶୁଣି ମାଙ୍କୁ ଛୁଇଁଥିଲା। ଫଳରେ ଘଟଣା ସ୍ଥଳରେ ମା ଓ ଶିଶୁ ପୁତ୍ରର ମୃତ୍ୟ ଘଟିଥିଲା। ଏହି ସମୟରେ ଶାଶୁ ଶାନ୍ତିଲତା ପାଖକୁ ଯାଇ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ତାଙ୍କୁ ମଧ୍ୟ ବିଦ୍ୟୁତ ଆଘାତ ଲାଗିଥିଲା।

ସମସ୍ତଙ୍କୁ ପରିବାର ଲୋକେ ଓ ସ୍ଥାନୀୟ ଲୋକେ ବାଂଶପାଳ ମେଡିକାଲକୁ ନେଇ ଆମ୍ବୁଲାନ୍ସ ଯୋଗେ ଭର୍ତ୍ତି କରିଥିଲେ। ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ଶାଶୂ ଶାନ୍ତିଲତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଚି ମୃତଦେହ ଗୁଡିକୁ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ କରୁଥିବା ଜଣା ପଡିଛି l

You may have missed