April 28, 2026

ଧର୍ମପ୍ରାଣା ମହିଳା ଙ୍କ ହୃଦଘାତ ଜନିତ ମୃତ୍ୟୁ ରେ ଅଞ୍ଚଳବାସୀ ମର୍ମାହତ……

IMG-20250511-WA0035
Share

 

 

ତିର୍ତୋଲ,

 

ଦଇବ ଦଉଡି ମଣିଷ ଗାଈ, ଯେଣିକି ଟାଣଇ ତେଣିକି ଯାଇ l ମର୍ତ୍ୟ ମଣ୍ଡଳେ ଦେହ ବହି ଦେବତା ହେଲେବି ମରଇ l ମାନବ ଶରୀର ମୃତ୍ୟୁର ଅଧୀନ ମାତ୍ର ଆତ୍ମା ସମସ୍ତ ବନ୍ଧନ ରୁ ମୁକ୍ତ l ଅସ୍ତ୍ର ଶସ୍ତ୍ର, ବାୟୁ ଜଳ ଅଗ୍ନି କେହିବି ଆତ୍ମାକୁ ବିନାଶ କରି ପାରନ୍ତି ନାହିଁ ବୋଲି ଶାସ୍ତ୍ର ମାନଙ୍କରେ ଲିପିବଦ୍ଧ ହୋଇଛି l ଆମେ ଏଠାରେ ଏପରି ଧର୍ମପ୍ରାଣା ଆତ୍ମା ପ୍ରାପ୍ତ ମହିଳାଙ୍କ ବିଷୟରେ କହୁଛୁ ଯେ, ଯିଏ ନିଜେ ନଖାଇ ଅନ୍ୟକୁ ଖୁଆଇଥାନ୍ତି l ନିଜେ ନପିନ୍ଧି ଅନ୍ୟକୁ ପିନ୍ଧେଇଥାନ୍ତି l ଅନ୍ୟ ଦୁଃଖରେ ସହାଭାଗୀ ହୋଇ ନିଜ ଦୁଃଖକୁ ଭୁଲି ଯାଇଥାନ୍ତି l ଅସହାୟ ସମୟରେ ଦୀନଦୁଃଖିଙ୍କ ସହିତ ଠିଆ ହୁଅନ୍ତି l ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୂଳ ପଞ୍ଚାୟତ ତଥା ଗ୍ରାମର ସମାଜସେବୀ ତଥା ଗଣମାଧ୍ୟମ ପ୍ରତିନିଧି, ତିର୍ତ୍ତୋଲ ପ୍ରେସକ୍ଲବ ର ସହସମ୍ପାଦକ ଭାଗବତ ପ୍ରସାଦ ଙ୍କ ସହଧର୍ମିଣୀ ଶ୍ରୀମତୀ ଗୀତାଞ୍ଜଳି ସାମଲ ଙ୍କ ହୃଦଘାତ ଜନିତ ମୃତୁ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି l ସେ ଜଣେ ସୁଗୃହିଣୀ, ମିଷ୍ଠଭାଷୀ, ପରୋପକାରୀ, ଧାର୍ମିକ ଚିନ୍ତାଧାରା ର ମହିଳା ଥିଲେ l ଦୀର୍ଘ ଆଠ ମାସ ଧରି ମଧୁମେହ, ଉଚ୍ଚରକ୍ତଚାପ, କିଡ଼ନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ, ପ୍ରଥମେ ଭୁବନେଶ୍ୱର ସ୍ଥିତ ଏମ୍ସ ମେଡିକାଲ ଓ ପରେ ପରେ କଟକ ବଡମେଡିକାଲ ରେ ଚିକିତ୍ସାଧୀନ ଥିଲେ l ଗତ ଗୁରୁବାର ରାତି ୧୦:୨୫ ମିନିଟ ସମୟରେ ଡାୟଲିସିସ ଚାଲିଥିବା ଅବସ୍ଥାରେ ମାତ୍ର ୪୭ ବର୍ଷ ବୟସରେ ଆକସ୍ମିକ ଭାବେ ହୃଦଘାତ ରେ ଦେହତ୍ୟାଗ କରିଛନ୍ତି l ମୃତ୍ୟୁ ସମୟରେ ତାଙ୍କ ପାଖରେ ସ୍ୱାମୀ ଭାଗବତ ପ୍ରସାଦ ଏବଂ ସାନ ପୁଅ ମହିମା ପ୍ରସାଦ ଉପସ୍ଥିତ ଥିଲେ ଏବଂ ଭୁବନେଶ୍ୱର ରେ ରହୁଥିବା ବଡ ପୁଅ ଭକ୍ତି ପ୍ରସାଦ ଖବର ପାଇ ତୁରନ୍ତ ପହଞ୍ଚି ମୃତ ଶରୀର କୁ ନିଜ ଗ୍ରାମ କନିମୂଳ କୁ ଆଣି ଥିଲେ l ଶୁକ୍ରବାର ଦିନ ୮:୩୦ ମିନିଟ ସମୟରେ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ବେଦଦ୍ୟୁତି ପୃଷ୍ଟି, ସମାଜସେବୀ ମୁରଲୀଧର ସେଠୀ, ସମାଜସେବୀ ରବୀନ୍ଦ୍ର କୁମାର ମଲ୍ଲିକ, ତିର୍ତ୍ତୋଲ ଵିଏସପି ବିଧାୟକ ପ୍ରାର୍ଥୀ ଶ୍ରୀମାନ ସମୀର ସାମଲ,ଶାରଳା ସଂସ୍କୃତି ଓ ମହିମା ପ୍ରଚାରକ ରମାକାନ୍ତ ରାଉଳ, ଯୁବ ସମାଜସେବୀ ଜିତ ସିଂହ, ସାମ୍ବାଦିକା କବିତା ଦାଶ, ସାମ୍ବାଦିକ ତଥା ମାଇନୋରିଟି ମମ୍ୟୁନିଟି ବାଲୁବିଶିର ସଭାପତି ସେଖ ସନାୱର ଅଲ୍ଲୀ, ତିର୍ତ୍ତୋଲ ପ୍ରେସକ୍ଳବ ର ଉପସଭାପତି ସାମ୍ବାଦିକ ରଞ୍ଜନ କୁମାର ମଲ୍ଲିକ, ଅକ୍ଷୟ କୁମାର ମଲ୍ଲିକ, ଗୌରାଙ୍ଗ ଦାସ,ସୁବାସ ସାମଲ, ପ୍ରଶାନ୍ତ ସାମଲ, ଭରତ କୁମାର ପାଇଟଳ, ଖ୍ରୀଷ୍ଟଫର, ଗୋବିନ୍ଦ ଚନ୍ଦ୍ର ସାହୁ,ସମୀର ସାମଲ, ଗିରିଧାରୀ ସାମଲ, ରମେଶ ସିଂହ,,ଦିଲ୍ଲୀପ କୁମାର ସାମଲ, ଅଶୋକ ସାମଲ, ଦେବେନ୍ଦ୍ର ସାମଲ, ଅଜୟ କୁମାର ସାହୁ,ପବିତ୍ର କୁମାର ସ୍ୱାଇଁ, ଆଶାକର୍ମୀ ଅଞ୍ଜଳି ବେହେରା, ଅଙ୍ଗନୱାଡି କର୍ମୀ ଦେବସ୍ମିତା ସାହୁ ଓ ଟୁକୁନି ଦେଈ ପ୍ରମୁଖ ଗ୍ରାମର ଶତାଧିକ ବ୍ୟକ୍ତିଙ୍କ ଉପସ୍ଥିତିରେ ଗୀତାଞ୍ଜଳି ର ମରଶରୀର କୁ ଶୋଭାଯାତ୍ରାରେ ନିଆଯାଇ ଯଥାବିଧି ସଂସ୍କାର କରାଯାଇଥିଲା l ଗୀତାଞ୍ଜଳୀର ମୃତ୍ୟୁରେ ଆଖପାଖ ଅଞ୍ଚଳରେ ଗଭୀର ଶୋକର ପରିବେଶ ଦେଖିବାକୁ ମିଳିଥିଲା ।

 

ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।

You may have missed