ସମାଜବାଦୀ ନେତା, ପୂର୍ବତନ ବିଧାୟକ ନାରାୟଣ ସାହୁ ସ୍ମୃତି କମିଟି ଗଠିତ

ପ୍ରଫୁଲ୍ଲ ସାମନ୍ତରା ସଭାପତି, ରବି ରଥ କାର୍ଯ୍ୟକାରୀ ସଭାପତି
ବ୍ରହ୍ମପୁର,(ନିପ୍ର) : ସ୍ଥାନୀୟ ନବୀନ ଭବନ ପରିସରରେ ଖଲିକୋଟର ପ୍ରାକ୍ତନ ବିଧାୟକ ତଥା ସମାଜବାଦୀ ନେତା ଓ ଗୋଆ ମୁକ୍ତି ଆନ୍ଦୋଳନର ମହାନ ସଂଗ୍ରାମୀ ପୂଣ୍ୟଶ୍ଲୋକ ନାରାୟଣ ସାହୁଙ୍କ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ‘ନାରାୟଣ ସାହୁ ସ୍ମୃତି କମିଟି’ ଗଠନ କରାଯାଇଛି। ବିଶିଷ୍ଟ ପରିବେଶବିତ୍ ତଥା ଜନ ଆନ୍ଦୋଳନର ନେତା ପ୍ରଫୁଲ ସାମନ୍ତରାଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ବରିଷ୍ଠ ସାମ୍ୱାଦିକ ତଥା ନବୀନର ସମ୍ପାଦକ ରବି ରଥ କାର୍ଯ୍ୟକାରୀ ସଭାପତି ଭାବେ ମନୋନୀତ ହୋଇଥିବା ବେଳେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ସମ୍ପାଦକ ଦଣ୍ଡପାଣି ମହାପାତ୍ର ସମ୍ପାଦକ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଏହି କମିଟିରେ ବରିଷ୍ଠ ଆଡ଼ଭୋକେଟ ଉଦୟ ନାଥ ପ୍ରଧାନ (କୋଦଳା), ଅବସରପ୍ରାପ୍ତ ପ୍ରଫେସର ଉଷାରାଣୀ ଆଚାର୍ଯ୍ୟ, ସୁବାସ ଚନ୍ଦ୍ର ସାହୁ, ବିଜୟ କୁମାର ସାହୁ, ଅଶୋକ କୁମାର ସାହୁ, ସୁରେନ୍ଦ୍ର ଶତପଥୀ, ଅଙ୍ଗାରଗାଁ ହାଇସ୍କୁଲର ପ୍ରଧାନ ଶିକ୍ଷକ ବିପ୍ର ଚରଣ ସାହୁ, ଶିକ୍ଷକ ପ୍ରସନ୍ନ କୁମାର ନାୟକ, ଡ଼ା. ସୁରେନ୍ଦ୍ର ନାଥ ବାରିକ, ଗଦାଧର ପଣ୍ଡା, ଲକ୍ଷ୍ମୀପ୍ରିୟା ମହାନ୍ତି, ଦେବ ପ୍ରସାଦ ରାୟଙ୍କୁ ସଦସ୍ୟ ଭାବେ ମନୋନୀତ କରାଯାଇଛି । ଆଗାମୀ ଦିନରେ ଏହି କମିଟିକୁ କ୍ରୀୟାଶିଳ କରାଯିବ ବୋଲି ମତ ପ୍ରକାଶ ପାଇଥିଲା । ସ୍ମୃତି କମିଟି ପକ୍ଷରୁ ସ୍ଵର୍ଗତ ସାହୁଙ୍କୁ ଜୟନ୍ତୀ ଓ ଶ୍ରାଦ୍ଧବାର୍ଷିକୀ ପାଳନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।
(ରବି ରଥ)
କାର୍ଯ୍ୟକାରୀ ସଭାପତି