୨ ଲାଇସେନ୍ସପ୍ରାପ୍ତ ମଦ ଭାଟିରେ ଭଙ୍ଗାରୁଜା ପରେ ଧମକଚମକ ଅତିରିକ୍ତ ଏସପିଙ୍କୁ ଭେଟି ନ୍ୟାୟ ପ୍ରଦାନ ପାଇଁ ଦାବି

ଛତ୍ରପୁର. ତା -୭/୫/୨୫(ଅରୁଣ କୁମାର ପଣ୍ଡା) ଗଂଜାମ ଜିଲାର ୨ ଟି ଲାଇାସେନ୍ସ ପ୍ରାପ୍ତ ଦେଶୀ ମଦଭାଟି ରେ ପଶି ଭଙ୍ଗାରୁଜା ହୋଇଥିଲା । ତେବେ ଏନେଇ ଥାନାରେ ଏତଲା ହେବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଏବେ ଉକ୍ତ କେରାଣ୍ଡିତୋଳା ଓ ବିକ୍ରମପୁର ୨ ଭାଟି ରେ ପଶି ଲାଇସେନ୍ସଧାରୀ ଓ ଅନ୍ୟ ଷ୍ଟାଫକୁ ମାରିବା ପାଇଁ ଧମକ ଚମକ ଦେବା ଘଟଣା ପଦାକୁ ଆସିଛି । ଥାନାରୁ କୌଣସି ନ୍ୟାୟ ନମିଳିବା ଏବଂ ମଦଭାଟି ଓ ନିଜେ ଅସୁରକ୍ଷିତ ମନେ କରି ଉକ୍ତ ୨ ଲାଇସେନ୍ସ ପ୍ରାପ୍ତ ଦେଶୀ ଭାଟି ର ମାଲିକ ତଥା ଲାଇସେନ୍ସଧାରୀ ଚେନ୍ନେୟା ରେଡ୍ଡୀ ବୁଧବାର ତାଙ୍କ ଓକିଲ ଦୀପକ ପଟ୍ଟନାୟକ ସହ ଛତ୍ରପୁର ଆସି ଗଂଜାମ ଏସପି ଙ୍କ ଅନୁପସ୍ଥିିତିରେ ଅତିିରିକ୍ତ ଗଂଜାମ ଏସପି ଆର କେ ପୃଷ୍ଟି ଙ୍କୁ ଭେଟିଛନ୍ତି । ତାଙ୍କୁ ଏସମ୍ପର୍କରେ ଲିଖିତ ଅଭିଯୋଗ କରିବା ସହ ନ୍ୟାୟ ଦେବା ସହ ସମ୍ପୃକ୍ତ ଅସାମାଜିକ ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ ଗତ ୨୦ ତାରିଖରେ ଉକ୍ତ ୨ ଟି ଲାଇାସେନ୍ସ ପ୍ରାପ୍ତ ଦେଶୀ ମଦଭାଟି ରେ ପଶି କେତେକ ଅସାମାଜିକ ବ୍ୟକ୍ତି ଭଙ୍ଗାରୁଜା କରିବା ସହ ଏଗୁଡିକୁ ଆମ୍ଭକୁ ଚଳାଇବାକୁ ଦିଅ ବୋଲି କହିଥିଲେ । ଏନେଇ ଲାଇସେନ୍ସଧାରୀ ଚମାଖଣ୍ଡି ଥାନାରେ ଏତଲା ଦେଇଥିଲେ । ଏହି ଘଟାକୁ ମାସେ ବିତିଯାଇଥିଲେ ହେଁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି । ଏବେ ମାରିଦେବାକୁ ଉକ୍ତ ଅସାମାଜିକ ବ୍ୟକ୍ତିମାନେ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ଶୁଣିବା ପରେ ଅବକାରୀ ବିଭାଗ ର ଅଧିକାରୀ ଓ ଚମାଖଣ୍ଡି ଥାନା ପୋଲିକୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଫୋନ୍ ଯୋଗେ ଅତିରିକ୍ତ ଏସପି ନିର୍ଦ୍ଦେଶ ଦେଇଛନ୍ତି । ଭାଟି ଓ ନିଜର ସୁରକ୍ଷା ପାଇଁ ନିବେଦନ କରିଥିବା ଚେନ୍ନେୟା କହିଛନ୍ତି । ୨୦୦୬ ମଦ ମୃତ୍ୟୁ ମାମଲାରେ ସମ୍ପୃକ୍ତି ଥିବା ଙ୍କ ମଧ୍ୟରୁ କିଛି ଏଥିରେ ଲିପ୍ତ ଥିବା ଏବଂ ସୋନେ ଶାସକ ଦଳର ବୋଲି କହୁଥିବା ନେଇ ଗଣମାଧ୍ୟମ କୁ ଜିଲା କଂଗ୍ରେସ ସଭାପତି ତଥା ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି ।