ଦୁର୍ନୀତିର ଗନ୍ତାଘର ପାଲଟିଛି କୋଟପାଡ଼ ସହର,କାଉନସିଲ ବୈଠକ ରେ ଅସନ୍ତୋଷ ପ୍ରକାଶ କଲେ ବିଧାୟକ..

Share

 

କୋରାପୁଟ ଜିଲ୍ଲା କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ପରିସର ରେ ଥିବା ସଭା ଗୃହରେ ସୋମବାର କାଉନସିଲ ର ବୈଠକ ଅନୁଷ୍ଠିତ ହୋଇଯାଇଛି।ଲକ୍ଷାଧିକ ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ କାମ କାଉନସିଲ ବୈଠକ ରେ ଗୃହୀତ ହୋଇ ନ ଥିବା ଜଣାଯାଇଛି।ବିନା ରେଜୁଲେସନ ରେ ଉକ୍ତ କାମ ଗୁଡିକ ଟେଣ୍ଡର ହୋଇ ନ ଥିବାର ଅଭିଯୋଗ ହେଉଅଛି।କାର୍ଯ୍ୟାଳୟ ରେ ମହିଳା କର୍ମଚାରି ମଧ୍ୟ ବିଭିନ୍ନ ସମୟ ରେ ଦୁର୍ବ୍ୟବହାର ର ଶିକାର ହେଉଥିବା ସାମାଜିକ ଗଣମାଧ୍ୟମ ରେ ଘୁରି ବୁଲୁଥିବା ଦେଖା ଦେଇଛି।ତେଣୁ ଏ ସବୁ ଅନିୟମିତତା ର ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ପରିଷଦ କର୍ତ୍ତୃପକ୍ଷ ଓ ଠୀକାଦାର ଙ୍କ

ମଧୁଚନ୍ଦ୍ରିକା ରେ ଚାଲୁ ଥିବା କାମ ଗୁଡିକ ର ରହସ୍ୟ ଲୋକ ଲୋଚନ କୁ ଆସି ପାରିବ ତେଣୁ ଆମେ

କକ୍ଷ ତ୍ୟାଗ କଲୁ ବୋଲି ବିଧାୟକ ରୁପୁ ଭତରା ଙ୍କ ସହ ସାଂସଦ ପ୍ରତିନିଧି ରମେଶ୍ୱେର ଜେନା

ଗଣ ମାଧ୍ୟମ କୁ ସୂଚନା ପ୍ରଦାନ କରିଥିବାର ଜଣାଯାଇଛି।ଏ ସମ୍ପର୍କ ରେ ପୌର ନିର୍ବାହୀ ଅଧିକାରୀ ଶ୍ରମତି ପୂଜା ରାଉତ ଙ୍କୁ ଯୋଗା ଯୋଗ କରିବାରୁ କାଲି ବୈଠକ ହୋଇ ପାରିଲା ନାହିଁ ଏଥି ପାଇଁ ତାରିଖ ନିର୍ଦ୍ଧାରିତ ହେବ ବୋଲି ସୂଚନା ଦେଇ ଥିବା

ଜଣାଯାଇଛି।ସମସ୍ତ କାଉନସିଲର ଉପସ୍ଥିତ ନ ଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ପୌରଧକ୍ଷ

ଏମ. ଶଙ୍କର ରାଓ ନାଇଡୁ,

କାଉନସିଲର ପ୍ରଶାନ୍ତ ମାଝୀ,ସଲମା ବେଗେମ,ଟିକୁ ବିଶୋଇ,ହିସାବ ରକ୍ଷକ ପ୍ରଶାନ୍ତ କୋଚିମ,ଯନ୍ତ୍ରୀ ଏ. ରାଜେଶ ଦାସ, ଗୋପୀ ମାଝୀ, ସେନିଟେସନ ମୁଖ୍ୟ ସୁଶ୍ରୀ ସୁପ୍ରଭା ମଲିକ ଉପସ୍ଥିତ ଥିବା ଜଣାଯାଇଛି I

କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର