March 7, 2026

ଗଜପତି ଜିଲ୍ଲାର ତିନିଗୋଟି ଶିଶୁ ଯତ୍ନ ଅନୁଷ୍ଠାନର ମାତୃପିତୃହୀନ ଶିଶୁ ମାନଙ୍କୁ କଳିଙ୍ଗ ଷ୍ଟାଡିୟମ୍ ଠାରେ ବିଶ୍ବ କପ୍ ହକି ଦେଖାଇଲା ଗଜପତି ଜିଲ୍ଲା ପ୍ରଶାସନ

WhatsApp Image 2023-01-18 at 13.29.30
Share

 

ପାରଳାଖେମୁଣ୍ଡି;୧୮/୧(ଗରୁଡ଼ ଧ୍ଵଜ ଚୌଧୁରୀ))ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଧେଶରେ ଗଜପତି ଜିଲ୍ଲାର ତିନିଗୋଟି ଶିଶୁ ଯତ୍ନ ଅନୁଷ୍ଠାନ ଯଥା ଶ୍ରୀଜଗନ୍ନାଥ ନିକେତନର ୭ ଜଣ, ନିସାନ୍ ସାଲୋମ୍ ଚିଲ୍ଡ୍ରେନ୍ ହୋମ୍ ୫ ଜଣ ଓ ପ୍ରାଉଡ଼ ବାଳିକା ଅନୁଷ୍ଠାନର ୮ ଜଣ ଶିଶୁଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଗତକାଲି ଯଥା ୧୭ ଜାନୁୟାରୀରେ ଭୁବନେଶ୍ବର କଳିଙ୍କ ଷ୍ଟାଡ଼ିଅମ୍ ରେ ଅନୁଷ୍ଠିତ ହୋଇଥିବା ହକି ବିଶ୍ବକପ୍ କୁ ଉପଭୋଗ କରାଇଥିଲା।
ଏହି ହକି ବିଶ୍ବକପ୍ କୁ ଯାଇଥିବା ମୋଟ ଶିଶୁମାନଙ୍କ ମଧ୍ୟରୁ ୧୨ ଜଣ ପୁଅ ହୋଇଥିବା ବେଳେ ୮ ଜଣ ଝିଅ ଅଛନ୍ତି। ସେମାନଙ୍କ ସୁରକ୍ଷା ନିମନ୍ତେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ପରାମର୍ଶଦାତା ଶ୍ରୀ ଡ଼ି.ମଲ୍ଲିକ ଙ୍କ ନେତୃତ୍ବରେ ତିନି ଜଣିଆ ଦଳ ଗସ୍ତ କରିଛନ୍ତି। ଶିଶୁମାନେ ଗତକାଲି ଦିନ ୩ଟା ରୁ ରାତି ୧୦ଟା ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡ଼ିଅମରେ ଉପସ୍ଥିତ ରହି ଓଡ଼ିଶା ସରାକରଙ୍କ ଦ୍ବାରା ଆୟୋଜିତ ସମସ୍ତ ଜିନିଷକୁ ବୁଲି ଦେଖିବାସହ କୋରିଆ
-ଜାପାନ୍ ଏବଂ ଜର୍ମାନୀ-ବେଲଜିଅମ୍ ର ପ୍ରତିଯୋଗିତାକୁ ଭରପୁର ଉପଭୋଗ କରିଥି