April 30, 2026

ବ୍ଲକ ଭିତରେ ଲାଗିଛି ଟିପିଡ଼ବ୍ଲୁଓଡ଼ିଏଲ ର

IMG-20250502-WA0061
Share

 

ବଡ଼ ବଡ଼ ପୋଷ୍ଟର। ପୋଷ୍ଟର ଉପରେ ପୁଣି ଅପ୍ରିତିକର ପରିସ୍ଥିତି ର ଧମକ ଚେତାବନୀ।ଆଉ ଏଭଳି ଚେତାବନି କୁ ଖାତିର ନକରି ଆଜି ଜୁଯୋମୁରା ପଞ୍ଚାୟତ ସମିତି ବୈଠକରେ ଟିପିଡ଼ବ୍ଲୁଓଡ଼ିଏଲର ବିଜୁଳିର ଲୁଚାକାଳି ଖେଳକୁ ନେଇ ବସିଛନ୍ତି ପଞ୍ଚାୟତ ଜନ ପ୍ରତିନିଧି।

 

 

Anc -ଟିପିଡ଼ବ୍ଲୁଓଡ଼ିଏଲ ର କାର୍ଯ୍ୟଧାରା କୁ ନେଇ ଉଠିଛି ବଡ଼ ପ୍ରଶ୍ନ। ଆଜି ସମ୍ବଲପୁର ଜିଲ୍ଲା ଜୁଯୋମୁରା ପଞ୍ଚାୟତ ସମିତି ବୈଠକରେ ବାରମ୍ବାର ବିଜୁଳି କାଟ ଓ ବିଦ୍ୟୁତ ବିଲ ନଦେଲେ ଉପଭୋକ୍ତାଙ୍କ ବିଦ୍ୟୁତ ବିଚ୍ଛିନ୍ନ ଭଳି ଟିପିଡ଼ବ୍ଲୁଓଡ଼ିଏଲ ର ପଦକ୍ଷେପ କୁ ନେଇ ବର୍ଷୀଥିଲେ ପଞ୍ଚାୟତ ଜନପ୍ରତିନିଧି। ରାଜ୍ୟ ସରକାରଙ୍କ ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କାହିଁକି ମୁଖ୍ୟମନ୍ତ୍ରୀ ଠାରୁ ଆରମ୍ଭ କରି କୌଣସି ମନ୍ତ୍ରୀ ଙ୍କ କଥା ରହୁନି। ଏହାକୁ ନେଇ ବିରୋଧୀ ଦଳ ଉପ ନେତା ତଥା ରେଢ଼ାଖୋଲ ବିଧାୟକ ମଧ୍ୟ ଏହାକୁ ନେଇ ବୈଠକରେ ଅସନ୍ତୋଷ ପ୍ରକାଶ କରିଥିଲେ।

ତେବେ ସବୁଠୁ ବଡ଼ କଥା ହେଲା ପୂର୍ବ ସରକାର ସମୟରୁ ଟିପିଡ଼ବ୍ଲୁଓଡ଼ିଏଲ ରାଜ୍ୟରେ ବିଦ୍ୟୁତ ସେବାରେ ନିଜକୁ କେବଳ ସାମିଲ କରିନି ବରଂ ନିଜର ପରିବା ପଣକୁ ଜାହିର କରିବାକୁ ନିଜର ପୋଷ୍ଟର ଓ ବ୍ୟାନର ମଧ୍ୟ ଅଫିସ କାନ୍ଥରେ ମାରିଥିବା ନଜରକୁ ଆସିଛି। ଜୁଯୋମୁରା ବ୍ଲକ କାର୍ଯ୍ୟାଳୟ ଭିତରେ ମଧ୍ୟ ଏହା ବାଦ ପଡିନି। କିନ୍ତୁ ନିଜର ପ୍ରଚାର ଓ ଅର୍ଥ ଆଦାୟ କୁ ନେଇ ସେ ବିଦ୍ୟୁତ ସେବା ବିଚ୍ଛିନ୍ନ କଳା ଭଳି ଅପ୍ରୀତିକର ପରିସ୍ଥିତିରୁ ବଞ୍ଚନ୍ତୁ ବୋଲି ରୋକ ଠୋକ ବ୍ଲକ କାନ୍ଥରେ ବ୍ୟାନର ଝୁଲାଇଥିବା ବେଳେ ଆଜି କିନ୍ତୁ ଏହାକୁ କେହି ଜଣେ ଜନ ପ୍ରତିନିଧି ଖାତିର ନକରି ଟିପିଡ଼ବ୍ଲୁଓଡ଼ିଏଲ ଉପରେ ବର୍ଷୀଥିଲେ। ଏହାର ଉତ୍ତରରେ କମ୍ପାନୀ ଅଧିକାରୀ ମୁଣ୍ଡ ନୂଆଇଁ ଆଉ ବିଦ୍ୟୁତ କାଟ ହେବ ନାହିଁ ବୋଲି ବୈଠକରେ ପ୍ରତିଶୃତି ଦେଇଛନ୍ତି। ଏବେ ଦେଖିବାକୁ ବାକି ରହିଲା ବୈଠକର ନିଷ୍ପତ୍ତି ରହୁଛି ନାଁ ବର୍ଷ ବର୍ଷ ଧରି ହେଉଥିବା ବୈଠକ ନିଷ୍ପତ୍ତି ଯେମିତି କାଗଜ କଲମରେ ଜୁଯୋମୁରା ବ୍ଲକରେ ରହିଯାଏ ତାର ପୁନରାବୃତ୍ତି ହେଉଛି।

 

ସମ୍ବଲପୁର ଜୁଯୋମୁରରୁ ଆମ ପ୍ରତିନିଧି ରାଜାରାମ ଷଡ଼ଙ୍ଗୀଙ୍କ ରିପୋର୍ଟ

You may have missed