March 13, 2026

ନବରଙ୍ଗପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ……..

IMG-20250501-WA0024
Share

 

 

ନବରଙ୍ଗପୁର:-୦୧/୦୫/୨୦୨୫

(ଏମ୍.ଦିନା°ଶୁ ଆଚାରୀ) ଆଜି ପାପଡ଼ାହାଣ୍ଡି ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ଆଈନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଶ୍ରମିକମାନଙ୍କୁ ନେଇ ଆନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ଏକ ଆଈନ ସଚେତନା ଶିବିର ଅନୁଷ୍ଟିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ସୁବ୍ରତ ମହାନ୍ତିଙ୍କ ନିର୍ଦେଶ କ୍ରମେ ଆୟୋଜିତ ହୋଇଥିଲା । ଜିଲ୍ଲା ଆଈନ ସେବା ପ୍ରାଧିକରଣର, ସଚିବ ଶ୍ରୀମତୀ ସାଇ ଅଭୀପ୍ସା ଗୋଛାୟତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓ ଅଣସଂଗଠିତ କ୍ଷେତ୍ର ଶ୍ରମିକଙ୍କ ପାଇଁ ଥିବା ବିଭିନ୍ନ ଆଈନ ଓ ସହାୟତା ଯଥା ସର୍ବନିମ୍ନ ମଜୁରି ,ଶିଳ୍ପ ବିବାଦ କାରଖାନା କାର୍ଯ୍ୟ ଏବଂ କେନ୍ଦ୍ରୀୟ ଓ ରାଜ୍ୟ ସରକାରଙ୍କ ସମନ୍ଧୀୟ ଯୋଜନା ସମ୍ପର୍କରେ ବୁଝାଇଥିଲେ ଓ ଶ୍ରମିକଙ୍କ ପାଇଁ ଥିବା ବିଭିନ୍ନ ଆଈନ ଏବଂ ତାହାର କିପରି ଭାବେ ପ୍ରଣୟନ ହୋଇଥିଲା ସେ ନେଇ ଆଲୋକପାତ କରିଥିଲେ । ଅନ୍ୟାନ୍ୟ ଅତିଥି ରୂପେ ସହାୟକ ଶ୍ରମ ଅଧିକାରୀ ଶ୍ରୀ ସଂଗ୍ରାମ ଭୂୟାଁ, ବ୍ଲକ ଭାଇସ ଚେୟାରମ୍ୟାନ ଶ୍ରୀ ସୁଶାନ୍ତ କୁମାର ବେହେରା, ବ୍ଲକ ସୋସିଆଲ ସିକିଉରିଟି ଅଫିସର ଶ୍ରୀ ସୁବ୍ରତ କିଶାନ, ଶ୍ରୀ ରାଜ କିଶୋର ନାଗ, ଉପ ମୁଖ୍ୟ ଆଇନ ସହାୟତା ପରାମର୍ଶଦାତା ପ୍ରମୁଖ ଯୋଗ ଦେଇଥିଲେ ଓ ଶ୍ରମିକଙ୍କ ପାଇଁ ଥିବା ବିଭିନ୍ନ ସହାୟତା ବିଷୟରେ ଅବଗତ କରାଇଥିଲେ। ଶେଷରେ ଜିଲ୍ଲା ଆଈନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ସାଇ ଅଭୀପ୍ସା ଗୋଛାୟତ ସଂଘଠିତ ଏବଂ ଅଣ ସଂଘଠିତ ଶ୍ରମିକ କାର୍ଡ ବଣ୍ଟନ କରିଥିଲେ । ଏହି ଶିବିରରେ ଓଡିଶା ଅଣସଂଗଠିତ ସାମାଜିକ ସୁରକ୍ଷ୍ୟା ବୋର୍ଡ ଅଧୀନରେ ୩୦ଜଣଙ୍କୁ ଅଣସଂଗଠିତ ଶ୍ରମିକ ପରିଚୟ ପତ୍ର, ମୂର୍ତୁ କାଳୀନ ସହାୟତା ବାବଦକୁ ୭ଜଣ ହିତାଧିକାରୀଙ୍କୁ ମୋଟ ଟଙ୍କା ୧୪ ଲକ୍ଷର ସହାୟତା, ଅନ୍ତିମ ସଂସ୍କାର ବାବଦକୁ ୩ ଜଣ ହିତାଧିକାରୀଙ୍କୁ ମୋଟ ୧୫ ହଜାରେ ଟଙ୍କା, ବିବାହ ସହାୟତା ବାବଦକୁ ୧୦ ଜଣ ହିତାଧିକାରୀଙ୍କୁ ମୋଟ ୫ ଲକ୍ଷର ସହାୟତା ଟଙ୍କା, ମାତୃତ୍ଵ ସୁବିଧା ବାବଦକୁ ୩ ଜଣ ହିତାଧିକାରୀଙ୍କୁ ମୋଟ ୩୦ ହଜାରେ ଟଙ୍କା, ଶିକ୍ଷା ଲାଭ ବାବଦକୁ ୭ଜଣ ହିତାଧିକାରୀଙ୍କୁ ମୋଟ ୩୫ ହଜାରେ ସହାୟତା ଟଙ୍କା ପ୍ରଦାନ କରାଯାଇଥିଲା । ଏହି ସଚେତନତା ଶିବିରରେ ଆଇନଜୀବି ଶ୍ରୀ ରାଜ କିଶୋର ନାଗ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଈନ ସେବା ପ୍ରାଧିକରଣ, ନବରଙ୍ଗପୁର ଦ୍ଵାରା ପରିଚାଳନା କରଯାଇଥିଲା ।