ଅଦ୍ଵିତୀୟ ବିଶ୍ୱକର୍ମା ଦୈତାରୀ ଶର୍ମା ଙ୍କ ପରଲୋକ

IMG-20250501-WA0038
Share

 

 

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ ):ଶ୍ରମିକ ଦିବସରେ ଜଣେ ଅଦ୍ଵିତୀୟ ବିଶ୍ୱକର୍ମା ଙ୍କ ପରଲୋକ ଘଟିଛି। ବିଦ୍ୟୁତ ବିଭାଗରେ ଜଣେ ଲାଇନମ୍ୟାନ ଭାବେ ନିଷ୍ଠାପର କାର୍ଯ୍ୟ କରି ଜମନକିରା, ଭୋଜପୁର, କୁଚିଣ୍ଡା ପ୍ରଭୃତି ଅଞ୍ଚଳରେ ଜଣାଶୁଣା ଦୈତାରୀ ଶର୍ମାଙ୍କ ଗୁରୁବାର ଭୋର ସକାଳ ୩ ଟା ରେ ନିଜ ଜମନକିରା ବାସ ଭବନରେ ୮୮ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିବା ସହିତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସ୍ବର୍ଗତ ଦୈତାରୀ ନିଜ ସ୍ତ୍ରୀ, ବଡ ପୁଅ ବୁର୍ଲା ଭୀମସାରର ଚକ୍ଷୁ ବିଭାଗରେ ରେଟିନା ସର୍ଜରୀ ମୁଖ୍ୟ ଡାକ୍ତର ପ୍ରମୋଦ ଶର୍ମା, ଦ୍ଵିତୀୟ ପୁଅ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଶର୍ମା ଓ କନିଷ୍ଠ ପୁତ୍ର ସପ୍ଟୱେର ଇଂଜିନିଅର ପ୍ରଭାତ ଶର୍ମା ଓ ଏକ ମାତ୍ର ଝିଅ ପ୍ରତିମା ମହାପାତ୍ର ଓ ପରିବାର ସଦସ୍ୟଙ୍କୁ ଛାଡି ପରଲୋକ ଗମନ କରିଛନ୍ତି। ସେ ଜଣେ ନିଷ୍ଠାପର, କର୍ମଠ, ସ୍ୱାଧୀନ ଚିନ୍ତାଧାରାର ବ୍ୟକ୍ତି ବିଶେଷ ଭାବେ ଅଞ୍ଚଳରେ ପରିଚିତ ଥିବା ବେଳେ ଜଣେ ଧର୍ମ ପରାୟଣ, ପୁଣ୍ୟବାନ ଓ ନିଷ୍କଲଙ୍କ କର୍ମଚାରୀ ଭାବେ ଅଞ୍ଚଳରେ ପରିଚିତ ଥିଲେ। ମୁମ୍ବାଇରେ କାର୍ଯ୍ୟ କରୁଥିବା ତାଙ୍କର ସାନ ପୁଅ ଆଜି ରାତିରେ ଘରେ ପହଞ୍ଚିବା ପରେ ଶୁକ୍ରବାର ସକାଳେ ଜମନକିରା ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ସୂତ୍ର ରୁ ସୂଚନା ଦିଆଯାଇଛି।

You may have missed