ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ .

କୋଲନରା : (ସଞ୍ଜୀବ କଣ୍ଡାଗରୀ ) ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ ବସବାସ କରୁଛନ୍ତି ।ଗ୍ରାମରେ ଗୋଟିଏ ସୋଲାର ନଳକୂପ ଥିବାବେଳେ ଏକ ବର୍ଷ ହେବ ସୋଲାର ନଳକୂପ ଅଚଳ ହୋଇ ପଡ଼ିଛି ।ଫଳରେ ଜନଜୀବନ ଅସ୍ତବ୍ୟସ୍ତ ରେ ଝରଣା ପାଣି ଭରଷା ରେ ଜୀବନ ବିତାଉଛନ୍ତି । ତତ୍କାଳୀନ ରାଜ୍ୟ ସରକାର ପ୍ରତ୍ୟେକ ପରିବାର କୁ ସ୍ୱଜଳ ଧାରା ଯୋଜନାରେ ପାନୀୟ ଜଳ ଯୋଗାଣ ଦେବା କଥା କହି ଥିବା ବେଳେ ଆଜି ପର୍ଯ୍ୟନ୍ତ ଯୋଜନାରେ ପାଣି ମିଳିବ ବୋଲି ବାଟ ଚାହିଁ ବସିଛନ୍ତି ଟିକରପଡା ଗ୍ରାମବାସୀ ।ଏହାର ବିକଳ ଚିତ୍ର ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ କାଟିକୋଣ ଗ୍ରାମ ପଞ୍ଚାୟତ ସୀମାନ୍ତ ରେ ଥିବା ରାୟଗଡ଼ା ବ୍ଲକ ପିପଲ ଗୁଡା ଗ୍ରାମ ପଞ୍ଚାୟତ ର ଟିକର ପଡା ଗ୍ରାମରେ ।ଏହି ଗ୍ରାମର ଲୋକମାନେ ଏହି ପାଣି ଛୁଆଁ ଯୋଗୁଁ ଜୀବନ ବଞ୍ଚୁଥିବା ଗ୍ରାମବାସୀ କହିଛନ୍ତି ।ଦୀର୍ଘ ଦିନ ହେଲା ପିଇବାକୁ ନା ଭଲ ପାଣି ମିଳୁଛି ନା ରୋଷେଇ କରିବାକୁ ଭଲ ପାଣି ମିଳୁଛି । ତଥାପି ସେଇ କାଦୁଅ ପାଣି ବ୍ୟବହାର କରି ନିଜର ଜୀବନ ବିତାଉ ଥିବା ଗ୍ରାମ ବାସୀ କହିଛନ୍ତି । ଝରଣା ପାଣି ବ୍ୟବହାର କରି କୁନି କୁନି ପିଲାମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗୁଡୁ ଥିବା ମହିଳା ମାନେ କହିଛନ୍ତି । ନିର୍ବାଚନ ଆସିଲେ ପ୍ରତିଶ୍ରୁତି ଉପରେ ପ୍ରତିଶ୍ରୁତି ମିଳିବା ଛଡା ଶୁଦ୍ଧ ପାଣି ଟିକେ ମିଳୁନାହିଁ ବୋଲି ଅଭିଯୋଗ କରିଛନ୍ତି।ନାମକୁ ମାତ୍ର ପ୍ରତିଶ୍ରୁତି ଗଣ୍ଡା ଗଣ୍ଡା ନେତା ଆସିବେ ଆମ ଘର ପାଣି ପିଇବେ ନିର୍ବାଚନ ସରିଗଲେ କାହାର ଦେଖା ମିଳୁନଥିବା କହିଛନ୍ତି।ପାନୀୟ ଜଳଯୋଗାଣ ବିଭାଗ ରେ ଅଧିକାରୀ ମାନେ ନିୟୋଜିତ ହୋଇ ବସି ବସି ନିଜର ପକେଟ ଗରମ କରିବା ସହ ନିଜର ପରିବାର କଥା ଚିନ୍ତା କରି ସରକାରୀ ଙ୍କ ସେବା କାର୍ଯ୍ୟ କୁ ଅଣ ଦେଖା କରିବା ସହ ନିଜ ନିଜର ସେବା କରୁଛନ୍ତି ଲୋକଙ୍କ ସେବା କଣ କରିବେ ବୋଲି ବୁଦ୍ଧି ଜୀବୀ ମହଲରେ ଚର୍ଚ୍ଚା ହେଉଛି।ଏହି ସମ୍ପର୍କରେ ପିପଲ ଗୁଡା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରିତାଶ୍ରୀ ପଲେଇ ଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ କି ଗ୍ରାମକୁ ଯାଇ ତଦନ୍ତ କରି ପିଇବା ପାଣି ର ବ୍ୟବସ୍ଥା କରିବୁ ବୋଲି କହିଛନ୍ତି ।