September 19, 2026

ଶତାୟୁ ଆୟୁଷ ଅତିକ୍ରମ କରିଥିବା ମହିୟସୀ ଶକୁନ୍ତଳା ଦେବୀ ଆଉ ନାହାଁନ୍ତି 

IMG-20250428-WA0013
Share

ସମୂଲପୁର, (ରାଜାରାମ ଷଡ଼ଙ୍ଗୀ):ହୃଦୟ ଜିତା ଶତାୟୁ ଆୟୁଷ ଅତିକ୍ରମ କରିଥିବା ଶକୁନ୍ତଳା ଦେବୀ ଆଉ ନାହାଁନ୍ତି।

କୁଚିଣ୍ଡା ବ୍ଲକ, କୁଡ଼ାପରା ପଞ୍ଚାୟତ ଅନ୍ତର୍ଗତ ବୁଦୁଲାପାଲି ଗ୍ରାମର ତଥା କୁଚିଣ୍ଡା ପୌର ପରିଷଦ ଅନ୍ତର୍ଗତ ଘୁସା ରୋଡ଼ର ବାସିନ୍ଧା ଶକୁନ୍ତଳା ପାଣିଗ୍ରାହୀ ଙ୍କର ୧୦୪ ବର୍ଷ ବୟସରେ ଗତକାଲି ପରଲୋକ ହୋଇଯାଇଛି।ତାଙ୍କର ୧୯୨୧ ମସିହାରେ ଜନ୍ମ ଗ୍ରହଣ ହୋଇଥିଲା।

ସ୍ୱାମୀ ପୁରୁଷୋତ୍ତମ ପାଣିଗ୍ରାହୀଙ୍କ ପରଲୋକ ପରେ ସେ ମାନସିକ ସ୍ତରରେ ଦୁର୍ବଳ ହୋଇପଡ଼ିଥିଲେ l ଶକୁନ୍ତଳା ଦେବୀ ଙ୍କର ଦରଦୀ ଓ ସ୍ନେହୀ ମନୋଭାବ ଯୋଗୁଁ ସେ ସମସ୍ତଙ୍କର ଅତି ପ୍ରିୟ ଓ ପ୍ରତି ଜନତାଙ୍କ ହୃଦୟ ବିଜେତା ଥିଲେ।ସେ ଜଣେ ଧର୍ମପରାୟଣ ମହିଳା ଭାବରେ କୁଚିଣ୍ଡା ସହିତ ସମଗ୍ର ଅଞ୍ଚଳରେ ବେଶ ପରିଚିତ ଥିଲେ।

 

ଶକୁନ୍ତଳା ଦେବୀ ଗତ ସାଧାରଣ ନିର୍ବାଚନ ରେ ମଧ୍ୟ ଭୋଟଦାନ କରିଥିଲେ।ଯେଉଁଥି ପାଇଁ ନିର୍ବାଚନ କମିଶନ ଦ୍ୱାରା ସମ୍ମାନିତ ମଧ୍ୟ ହୋଇଥିଲେ।ଏଥିସହ ଗତ ବରିଷ୍ଠ ନାଗରିକ ଦିବସ ରେ କୁଚିଣ୍ଡା ଉପଖଣ୍ଡ ପ୍ରଶାସନ ଦ୍ୱାରା ମଧ୍ୟ ସମ୍ମାନିତ ହୋଇଛନ୍ତି।

 

ଗତକାଲି ମଧ୍ୟରାତ୍ର ରେ ବୁଦୁଲାପାଲି ଗ୍ରାମରେ ତାଙ୍କରି ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।ତାଙ୍କରି ଏକମାତ୍ର ପୁତ୍ର ସନ୍ତୋଷ ପାଣିଗ୍ରାହୀ ଙ୍କର ସ୍ଵାସ୍ଥ୍ୟବସ୍ଥା ଭଲ ନଥିବା କାରଣରୁ ତାଙ୍କର ନାତି ଅରୁଣ ପାଣିଗ୍ରାହୀ ମୁଖାଗ୍ନି ଦେଇଥିଲେ। କୁଚିଣ୍ଡା ରୁ ବୁଦୁଲାପାଲି ଗ୍ରାମକୁ ତାଙ୍କରି ଶେଷ ଯାତ୍ରା ପହଞ୍ଚିଲା ପରେ ସଂକୀର୍ତନ ସହ ଭାବବିହ୍ଵଳ ଗ୍ରାମବାସୀ ମାନେ ଶବାଧାର ରେ ସାମିଲ ହୋଇଥିଲେ l ବୁଦୁଲାପାଲି ଗ୍ରାମରେ ତାଙ୍କରି ଶେଷକୃତ୍ୟ କର୍ମ ସମୟରେ ପୁତ୍ର ସନ୍ତୋଷ ପାଣିଗ୍ରାହୀ, ନାତି ଅରୁଣ ପାଣିଗ୍ରାହୀ, ପୁତୁରା ଇଂ.ପ୍ରଦୀପ ପାଣିଗ୍ରାହୀ, ବଡ଼ ନାତି ଜ୍ୱାଇଁ ରାଜକିଶୋର ପଣ୍ଡା, ସାନ ନାତି ଜ୍ୱାଇଁ ଆଇନଜୀବୀ ଲକ୍ଷ୍ମଣ ପାଣିଗ୍ରାହୀ, ନାତି ବରିଷ୍ଠ ବିଜେପି ନେତା ସୂର୍ଯ୍ୟ ପାଣିଗ୍ରାହୀ, ପଣନାତି ଆକାଶ ଓ ଆୟୁଷ ତଥା ପରିବାର ର ସଦସ୍ୟ ଏବଂ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ। ଶକୁନ୍ତଳା ଦେବୀଙ୍କ ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି