April 28, 2025

ଗୌରବିହାର ରେ ଶନିଶ୍ଚର ଙ୍କ ସ୍ବର୍ଣ୍ଣକ୍ଷେତ୍ର ଉର୍ତ୍ସବ ପାଳନ l

Share

ଗତକାଲି ପୁରୀର ଗୌରବିହାର ମାତାମଠ ଠାରେ ଶନିଶ୍ଚର ଙ୍କ ବାର୍ଷିକ ଉର୍ତ୍ସବ ମହାଡ଼ମ୍ବରରେ ପାଳନ ହୋଇଯାଇଛି l ଏହି କାର୍ଯ୍ୟକ୍ରମ କୁ ଗୌରବିହାରର ପ୍ରତିଷ୍ଠାତା ସୁବଳ ମହାରାଜାଙ୍କ ଅଧକ୍ଷତାରେ ଓଡିଶାର ସମସ୍ତ ମଠ ମହନ୍ତ ଏବଂ ମଠାଦିଶ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ଏହି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଛନ୍ତି l ମାତାମଠ ର ପ୍ରତିଷ୍ଠାତା ସୁବଳ ମହାରାଜଙ୍କ କହିବାନୁସାରେ ବୃନ୍ଦାବନ ଠାରୁ ଆରମ୍ଭକରି ଯେତେବି ଦେବାଳୟ ଅଛି ସବୁଯାଗାରେ ଶନିଶ୍ଚର ମନ୍ଦିର ଅଛି l ସେହିଭଳି ପୁରୀ ଗୌରବିହାର ଠାରେ ବୈଶାଖ ମାସରେ ଶନିଶ୍ଚର ମନ୍ଦିର ପ୍ରତିଷ୍ଠା କରାଯାଇଥିଲା l ତେଣୁ ଚଳିତବର୍ଷ ବୈଶାଖ ମାସ ଶନିବାର ରେ ଏହି ସ୍ବର୍ଣ୍ଣକ୍ଷେତ୍ର ଉର୍ତ୍ସବ ପାଳନ କରାଯିବା ସହିତ ସାଧୂସନ୍ଥ ମାନଙ୍କୁ ପ୍ରସାଦ ସେବନ ଏବଂ ଦକ୍ଷିଣା ପ୍ରଦାନ କରାଯାଇଛି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l