May 10, 2026

ପେହେଲଗାଓଁ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ପୁର ପଲ୍ଲୀରେ ବିରୋଧ

IMG-20250426-WA0005
Share

କଠୋର ନିଷ୍ପତ୍ତି ନେବାକୁ କେନ୍ଦ୍ର ସରକାର ଠାରେ ଦାବି

 

 

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ):ଗତ ବୁଧବାର ଜମ୍ମୁ କାଶ୍ମୀର ପେହେଲଗାଓଁ ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ସମେତ ସମଗ୍ର ବିଶ୍ବରେ

ଏକ ଆଲୋଡନ ସୃଷ୍ଟି କରିଛି । ଏହି ଘଟଣାକୁ ନେଇ ସମଗ୍ର ସମ୍ବଲପୁର ଜିଲାରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଏଭଳି ସ୍ଥଳରେ ବଣ ମୂଳକ ଅଞ୍ଚଳ କୁହାଯାଉଥିବା ଜୁଯୋମୁରା ବ୍ଲକର କେଶାପାଲି ଠାରେ ଗ୍ରାମବାସୀ ଏକ କ୍ୟାଣ୍ଡେଲ ଯାତ୍ରା କରି ଘଟଣାର ତୀବ୍ର ନିନ୍ଦା କରିବା ଭଳି ଦୃଶ୍ୟ ସାମ୍ନାକୁ ଆସିଛି।

 

ଫଳରେ ଏଥିରୁ ସ୍ପଷ୍ଟ ହେଉଛି ଯେ,ଭାରତ ବର୍ଷ ର କୋଣ ଅନୁକୋଣରେ ଜାତି, ଧର୍ମ, ବର୍ଣ୍ଣ, ରାଜନୈତିକ ବିଚାରଧାରା ନିର୍ବିଶେଷରେ ପ୍ରତ୍ୟେକ ଭାରତୀୟ ଏହି ଘଟଣାକୁ ନିନ୍ଦା କରି ଘର ଭିତରୁ ପଦାକୁ ଆସିବାରେ ଲାଗିଛନ୍ତି।

 

ଲୋକଙ୍କ ମନରେ ଏହି ଘଟଣା ଯେତିକି ଆଘାତ ପହଞ୍ଚାଇଛି ତା’ଠୁ ଅଧ‌ିକ ଜଣ ମାନସରେ ଆକ୍ରୋଶ ବାତାବରଣ ପରିଲକ୍ଷିତ ହେଉଛି । ଏହି ଅଘଟଣ ପରେ ସମଗ୍ର ଦେଶର କୋଣ ଅନୁକୋଣରେ ଦେଶବାସୀଙ୍କ ପକ୍ଷରୁ ବିବିଧ କାର୍ଯ୍ୟକ୍ରମ ମାନ ଆୟୋଜିତ ହେବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ କେଶାପାଲି ଅଞ୍ଚଳବାସୀଙ୍କ ପକ୍ଷରୁ ସ୍ଥାନୀୟ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରୁ ଏକ କ୍ୟାଣ୍ଡେଲ ଯାତ୍ରା ବାହାରି ନାଗେଶ୍ଵର ବାବା ଶିବ ମନ୍ଦିର ପର୍ଯ୍ୟନ୍ତ ପରିକ୍ରମା କରି ସହୀଦଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ମୃତକଙ୍କ ଅମର ଆତ୍ମାର ଶାନ୍ତି ଓ ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରି ଆତଙ୍କବାଦୀର ମୂଳପ୍ତାଟନ ପାଇଁ କେନ୍ଦ୍ର ସରକାର କଠୋର ପଦକ୍ଷେପ ନେବାକୁ ଗ୍ରାମବାସୀ ସ୍ୱରକୁ ଶାଣିତ କରିଥିଲେ।