May 10, 2026

ମୋହନା ପ୍ରେସ କ୍ଳବ ପଞ୍ଚମ ବାର୍ଷିକ ଉତ୍ସବ  ସାମ୍ବାଦିକ ସମାଜର ଜାଗ୍ରତ ପ୍ରହରୀ 

IMG-20250423-WA0119
Share

ମୋହନା, 23/4(ଆପ୍ର) ଗଜପତି ଜିଲ୍ଲା ମୋହନା ବିଜୁ କଲ୍ୟାଣ ମଣ୍ଡପରେ ମୋହନା ପ୍ରେସ କ୍ଳବର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ସଭାପତି ଲକ୍ଷ୍ମଣ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ବିଷୋୟୀ ଯୋଗଦେଇ ଉଦଘାଟନ କରିଥିଲେ l ସ୍ୱତନ୍ତ୍ର ଅତିଥି ଭାବେ ବିଡ଼ିଓ ରାଜୀବ ଦାସ ଯୋଗଦେଇ ସାମ୍ବାଦିକ ମାନେ ସମାଜର ଜାଗ୍ରତ ପ୍ରହରୀ l ସାମ୍ବାଦିକତା ଏକ ସମାଜ ସେବାର ମାଧ୍ୟମ l ତେଣୁ ସମସ୍ତେ ଏକତାବଦ୍ଧ ହୋଇ ନିଜ ଦାୟିତ୍ୱ ନିରପେକ୍ଷ ଭାବେ ସମ୍ପାଦନ କଲେ ସମାଜର ମଙ୍ଗଳ ହେବ ବୋଲି କହିଛନ୍ତି l ସମ୍ମାନିତ ଅତିଥି ଭାବେ ସିଡିପିଓ ସବିତା ପଟନାୟକ, ବ୍ଲକ ଶିକ୍ଷାଧିକାରୀ ନରେନ୍ଦ୍ର ବେହେରା, ଓୟୁଯେ ରାଜ୍ୟ କାର୍ଯ୍ୟକାରୀ ସଭାପତି ରୁପେଶ ସାହୁ, ଉତ୍କଳ ଜର୍ଣ୍ଣାଲିଷ୍ଟ ଆସୋସିଏସନ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦ୍ବିଜେନ ପାଢ଼ୀ, ମୋହନା ଏସଆଇ ପ୍ରତାପ ବେହେରା ପ୍ରମୁଖ ଯୋଗଦେଇ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ଉପରେ କହିଥିଲେ l ପ୍ରେସ କ୍ଳବ ସମ୍ପାଦକ ବାବୁଲା ସେଠିଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବ ରେ ଅଙ୍ଗଦାନ ପାଇଁ ଘୋଷଣା କରିଥିବା ମହିଳା ସ୍ବେଛାସେବୀ ପ୍ରମିଳା ପଣ୍ଡା, ଦିବ୍ୟାଙ୍ଗ ଶିକ୍ଷକ ବାବୁଲା ଗୌଡ଼, ଯୁବ ବୈଜ୍ଞାନିକ ସମୀର ପ୍ରଧାନୀ ଓ ବିପଦର ବନ୍ଧୁ ସଂଗଠନ କୁ ସମ୍ବର୍ଦ୍ଧିତ କରାଯାଇଛି l କାର୍ଯ୍ୟକ୍ରମରେ ସ୍ଥାନୀୟ ସରସ୍ବତୀ ଶିଶୁବିଦ୍ୟା ମନ୍ଦିରର ଛାତ୍ରୀ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ l ଏହି ଉତ୍ସବରେ ମୋହନା ଏସଏସଡି ହାଇସ୍କୁଲ ପ୍ରଧାନଶିକ୍ଷକ ସତ୍ୟ ରଞ୍ଜନ କର, ମୋହନା ଉନୟନ ପରିଷଦ ସଭାପତି ମଧୁସୂଦନ ପାଢ଼ୀ, ଅଙ୍ଗନବାଡି କର୍ମଚାରୀ ସଂଘ ସମ୍ପାଦିକା ଅଞ୍ଜଳି ନାୟକ, ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ବରିଷ୍ଠ ନେତା ଜଗବନ୍ଧୁ ଦାସ, ମୋହନା ସମିତି ସଭ୍ୟ ବାଳକୃଷ୍ଣ ମଲିକ, ଅବସରପ୍ରାପ୍ତ କର୍ମଚାରୀ ସଂଘ ଉପଦେଷ୍ଟା ମାର୍ସଲ ନାୟକ, ସଭାପତି ଶରତ ମଲିକ, କୁଇ ଉନୟନ ସମିତି ସଭାପତି ହରି ମଲିକ, ଓକିଲ ସଂଘ ଉପ ସଭାପତି ସିମାଞ୍ଚଳ କାର୍ଜି, ଆଇନ ପରାମର୍ଶ ଦାତା ଦୁର୍ଯ୍ୟୋଧନ କରଡ଼ା, ୱାର୍ଡ ସଭ୍ୟା ସସ୍ମିତା ମିଶ୍ର, ବଣିକ ସଂଘ କର୍ମକର୍ତ୍ତା, ଯୁବକ ସଂଘ କର୍ମକର୍ତ୍ତା, ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠlନ,ଏଚଡିଏଫସି ବ୍ୟାଙ୍କ କର୍ମଚାରୀ ଙ୍କ ସମେତ ବହୁ ବୁଦ୍ଧିଜୀବୀ ଯୋଗଦେଇଥିଲେ l କାର୍ଯ୍ୟକ୍ରମରେ ପ୍ରେସ କ୍ଳବ ଉପଦେଷ୍ଟା ପଞ୍ଚାନନ ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବରିଷ୍ଠ ସଦସ୍ୟ ସୁମନ ପଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ କୁ ପ୍ରେସ କ୍ଳବ ଉପ ସଭାପତି ନୃସିଂହ ନାଥ ପୂଜାରୀ, ସହ ସମ୍ପାଦକ ମୋଜେସ ରଇତ, କୋଷାଧକ୍ଷ ବିମଳ ମଲିକ, ଉପଦେଷ୍ଟା ବାଦଲ ବେହେରା, ବରିଷ୍ଠ ସଦସ୍ୟ ଅଂଶୁମାନ ପଣ୍ଡା, ସୁକାନ୍ତ ରଥ, ପ୍ରମୋଦ ଦୋରା, ଧୀରେନ୍ଦ୍ର ନାୟକ, ନିର୍ମଳ ପାଲ, ଜଗା ଦାସ, ବିପୁନ ମଲିକ, ଚନ୍ଦନ ପଟନାୟକ ପରିଚାଳନା କରିଛନ୍ତି l