April 23, 2025

ଆତଙ୍କବାଦୀ ଆକ୍ରମଣରେ ଓଡିଆ ପର୍ଯ୍ୟଟକଙ୍କ ମୃତ୍ୟୁ 

Share

 

ନୀଳଗିରି ( ଦେବାଶିଷ ଦାଶ )

ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାର ପେହେଲଗାଓଁରେ ମଙ୍ଗଳବାର ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜଣେ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଯୁବକ ହେଲେ ବାଲେଶ୍ବର ସାରଗାଁର ପ୍ରଶାନ୍ତ ଶତପଥୀ ।

ପ୍ରଶାନ୍ତ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଚାକିରି କରୁଥିବା ବେଳେ ଦୁଇ ଦିନ ତଳେ ପତ୍ନୀ ଓ ପୁଅ ସହ ଜମ୍ମୁ-କାଶ୍ମୀର ବୁଲିବାକୁ ଯାଇଥିଲେ। ଆଜି ବୈସରନ ଘାଟି ଉପର ଅଞ୍ଚଳକୁ ବୁଲିବାକୁ ଆସିଥିଲେ। ସେହି ସମୟରେ ଆତଙ୍କବାଦୀ ହାମଲା ହୋଇଥିଲା।

ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ଦୁଇରୁ ତିନି ଜଣ ଆତଙ୍କବାଦୀ ପୁଲିସ ପୋଷାକ ପିନ୍ଧିଥିଲେ ଏବଂ ପର୍ଯ୍ୟଟକମାନଙ୍କୁ ସେମାନଙ୍କ ନାମ ଓ ଧର୍ମ ପଚାରି ଗୁଳି ମାରିଥିଲେ । ଏପର୍ଯ୍ୟ ନ୍ତ ଆତଙ୍କବାଦୀମାନେ ସେନା ପୋଷାକ ପିନ୍ଧି ଆକ୍ରମଣ କରୁଥିଲେ, କିନ୍ତୁ ପ୍ରଥମ ଥର ପାଇଁ ସେମାନେ ପୁଲିସ ପୋଷାକରେ ଆସିଥିଲେ। ଏହି ଘଟଣା ଘାଟିକୁ ଆସୁଥିବା ପର୍ଯ୍ୟଟକମାନଙ୍କ ମଧ୍ୟରେ ଆତଙ୍କ ଖେଳାଇଦେଇଛି ।

ଏହା ଫଳରେ ଘାଟିର ପର୍ଯ୍ୟଟନ ଅର୍ଥନୀତି ପୁଣି ପ୍ରଭାବିତ ହେବାର ଆଶଙ୍କା ରହିଛି । କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ କେନ୍ଦ୍ର ସରକାରଙ୍କ ଉଦ୍ୟମ ଫଳରେ ସ୍ଥିତି ଧୀରେ ଧୀରେ ସ୍ବାଭାବିକ ହେଉଥିଲା ଓ ପର୍ଯ୍ୟଟକମାନେ ଘାଟିକୁ ଫେରିବା ଆରମ୍ଭ କରିଥିଲେ । କିନ୍ତୁ ଆଜିର ଘଟଣା ପୁଣି କଶ୍ମୀର ଘାଟିକୁ ପଛକୁ ଫେରାଇନେବାର ଆଶଙ୍କା ରହିଛି ।

You may have missed